Home ଓଡ଼ିଶା ପଦ୍ମ ଧରି ପୁରୁଷତ୍ୱ ପାଇଗଲେ ଶ୍ରୀଖଣ୍ଡୀ; ରାଜ୍ୟ ସରକାର ବଦଳିବା ଦରକାର!

ପଦ୍ମ ଧରି ପୁରୁଷତ୍ୱ ପାଇଗଲେ ଶ୍ରୀଖଣ୍ଡୀ; ରାଜ୍ୟ ସରକାର ବଦଳିବା ଦରକାର!

924

ଭୁବନେଶ୍ୱର:ଦାମ ଥିଲେ ଶ୍ରୀଖଣ୍ଡୀ।ସେ ଶ୍ରୀଖଣ୍ଡୀ ସେବେଥିଲେ, ଯେବେ ସେ ବିଜେଡିରେ ଥାଇ ଶଙ୍ଖ ଫୁଙ୍କୁଥିଲେ।ଏବେ କିନ୍ତୁ ଦାମ ବାବୁ ଆଉ ଶ୍ରୀଖଣ୍ଡୀ ନୁହଁନ୍ତି।ଶଙ୍କ ଫୁଙ୍କିବା ଛାଡ଼ି ପଦ୍ମ ଧରିଛନ୍ତି ଦାମ।ବିଜେପିରେ ଯୋଗଦେବା ପରେ ସେ ବୋଧେ ଏବେ ପୁରୁଷତ୍ୱ ପାଇ ଯାଇଛନ୍ତି!କାରଣ, ରାଜ୍ୟ ସରକାର ବଦଳିବା ଦରକାର!

ଦାମ ବାବୁ ଜଣେ ଶ୍ରୀଖଣ୍ଡୀ।ଏକଥା କହିଥିଲେ ବିଜେପି ନେତ୍ରୀ ଡଃ: ଲେଖାଶ୍ରୀ ସାମନ୍ତସିଂହାର।ଏହାର ଜବାବ ଦେଇଥିଲେ ଦାମ ବାବୁ।ଲେଖାଶ୍ରୀ ଏ’କଥା କିପରି ଜାଣିଲେ? ବୋଲି ଦାମ ବାବୁ ପ୍ରଶ୍ନ କରିବା ସହ, ଲେଖାଶ୍ରୀଙ୍କ ଉଦ୍ଦେଶ୍ୟରେ ହିଁ “ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି” କଥା କହିଥିଲେ।ଦାମ ବାବୁଙ୍କର ଏପରି ମନ୍ତବ୍ୟ ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା।ଦାମ ଲେଖାଶ୍ରୀଙ୍କୁ ଟାର୍ଗେଟ କରିବାକୁ ଯାଇ ଯେଉଁ “ସ୍ୱାମୀ ଛାଡ଼ି” ସହ ଅଙ୍ଗନବାଡ଼ିକୁ ମିଶାଇଦେଲେ,ତାକୁ ଗଣ୍ଠି କରି ଧରିଲା ବିଜେପି।ବିଜେପି ମହିଳା ମୋର୍ଚ୍ଚା ସେତେବେଳେ ଖୁବ୍ ଚିତ୍କାର କଲା।ଦାମ ବାବୁଙ୍କ କୁଶ ପୁତ୍ତଳିକା ଦାହ କଲା, ତାଙ୍କ ଘର ଘେରାଉ କରିବାକୁ ଗଲା।ପୁଲିସକୁ ଦାମଙ୍କ ଘର ଜଗିବାକୁ ପଡ଼ିଲା।ନାରୀ ଜାତିକୁ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ନବୀନ ସରକାରର ଜଣେ ମନ୍ତ୍ରୀ ଦାମ ଅପମାନିତ କରିଛନ୍ତି, କହି ବିଜେପି ନବୀନଙ୍କୁ ଟାର୍ଗେଟ କଲା।ଦାମ ବାବୁ ଭୁଲ ମାଗନ୍ତୁ କହିଲା।ତାଙ୍କ ଇସ୍ତଫା ଦାବି କଲା।କିନ୍ତୁ, ଆଜି ସେଇ ଶ୍ରୀଖଣ୍ଡୀ ଏବେ ବିଜେପିରେ।ବିଜେପି ଟୋପି ପିନ୍ଧି ଏବେ ସେ ବୋଧେ ପୁରୁଷତ୍ୱ ପାଇ ଯାଇଛନ୍ତି।ତେବେ, କେବଳ ଯେ ଦାମ ବାବୁ ନୁହଁନ୍ତି, କ୍ଷମତା ଲୋଭରେ ବିଜେପି ଏପରି କେତେ ଜଣଙ୍କୁ ନିଜ ଦଳରେ ସାମିଲ କରାଇଛି।କାରଣ, ତାଙ୍କର କେବଳ ରାଜ୍ୟ ସରକାର ବଦଳିବା ଦରକାର!

ଯେଉଁ ଚିଟ୍ ଫଣ୍ଡ କଥା କହି ବିଜେପି ବିଜେଡିକୁ ଟାର୍ଗେଟ କରୁଛି, ସେହିପରି ଜଣେ ଚିଟ୍ ଫଣ୍ଡ ଚୋର ମୁକୁଲ ରାୟ ଏବେ ବିଜେପିରେ।ଯେଉଁ ଗିରିଧର ଗମାଙ୍ଗ ବାଜପେୟୀ ସରକାର ଭାଙ୍ଗିବାର କାରଣ ଥିଲେ।ସେ ଆଜି ବିଜେପିରେ।କେବଳ ସେତିକି ନୁହେଁ, ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା ସମୟରେ ରଥ ଉପରେ କଳସ ପାଖରେ ବସିଥିଲେ ଗିରିଧର ଗମାଙ୍ଗ!ଯେଉଁ ବାମପନ୍ଥୀ ସର୍ବଦା ବିଜେପିର ବିରୋଧି।ଯାହାଙ୍କୁ ବିଜେପି ରାଷ୍ଟ୍ରଦ୍ରୋହୀ କହେ, ସେହି ବିଚାରଧାରାର ଲୋକ କେବଳ ଟିକେଟ ପାଇବା ପାଇଁ ବିଜେପିକୁ ଆସି, ସେ ଆଜି ରାଷ୍ଟ୍ରବାଦୀ!ଖଣି ମାଫିଆ, ଅଶିକ୍ଷିତ, ଅସାମାଜିକ ଆଦି ବ୍ୟକ୍ତି ବିଜେପିକୁ ଆସିବା ପରେ “ଚୋର ଆଜି ଚୌକିଦାର”!କାରଣ, ତାଙ୍କର କେବଳ ରାଜ୍ୟ ସରକାର ବଦଳିବା ଦରକାର।

ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ସଂଘ ପରିବାରରେ ବିଦ୍ରୋହ:ବିଜେପିର ସାଥି ଏବେ ଅର୍ବାନ ନକ୍ସଲ!

ଭଦ୍ରକ ବିଜେପି ଏବେ ଉତ୍ସବ କରୁଛି।କାରଣ ସାଂସଦ ପାଇଁ ସେମାନେ କୁଆଡ଼େ ଗୋଟେ ଭଲ ପାର୍ଥି ପାଇ ଯାଇଛନ୍ତି।ଭଦ୍ରକରେ ବିଜେଡି ମୂଳପୋଛ ହେଇଯିବ!ଭଦ୍ରକ ସଂସଦୀୟ କ୍ଷେତ୍ରରେ ପଦ୍ମ ଫୁଟିବା ନିଶ୍ଚିତ, ଏପରି ସେଠାକାର ବିଜେପିର ଆକଳନ।ଏଠି ବିଜେପି କରିଛି ଆମଦାନୀ ପାର୍ଥି।ବିଜେଡି ରିଜେକ୍ଟ କରି ଦେଇଥିବା ଅର୍ଜୁନ ସେଠୀଙ୍କୁ ଆମଦାନୀ କରି ବଂଶବାଦ ନୀତିରେ ତାଙ୍କ ପୁଅ ଅଭିମନ୍ୟୁଙ୍କୁ ଟିକେଟ ଦେଇଛି ବିଜେପି।ଭଦ୍ରକରେ ଆଜି ଯାଏଁ ନିଜ ବିଚାରଧାରାର ନେତୃତ୍ୱଟିଏ ବୋଧେ ତିଆରି କରି ପାରିନଥିଲା ବିଜେପି?କେବଳ ଅର୍ଜୁନ ନୁହଁ, ଆଉ ଜଣେ ବିଜେଡିରୁ ରିଜେକ୍ଟେଟ ରଘୁନାଥ ମହାନ୍ତିଙ୍କୁ ବିଜେପି କୋଳେଇଛି।ପାର୍ଥି ବି କରିଛି।ଯିଏ ବଧୂ ନିର୍ଯ୍ୟାତନା ଅଭିଯୋଗରେ ଅଭିଯୁକ୍ତ ଥିଲେ।ଏଇ ବିଜେପି ହିଁ ସେତେବେଳେ ଚିଲାଉଥିଲା।ବଧୂ ନିର୍ଯାତନା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ତଥା ତତ୍କାଳୀନ ବସ୍ତା ବିଧାୟକ ରଘୁନାଥ ମହାନ୍ତିଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଥିଲା।ଏପରିକି ବଧୂ ବର୍ଷାସୋନୀ ନିର୍ଯାତନା ମାମଲାର ତାଙ୍କୁ ଜେଲ ଯିବାକୁ ପଡିଥିଲା।ପରେ ଜାମିନରେ ମୁକୁଳିଥିଲେ ରଘୁନାଥ ଓ ତାଙ୍କ ସ୍ତ୍ରୀ।ହେଲେ ଦଳ ସୁପ୍ରିମଙ୍କ ରୋସରୁ ବର୍ତ୍ତି ପାରିନଥିଲେ ରଘୁନାଥ।ଯାହାର ପରିଣତି ୨୦୧୪ ବିଧାନସଭା ନିର୍ବାଚନ ସମୟରେ ରଘୁନାଥଙ୍କୁ ଟିକେଟ ମିଳିନଥିଲା।ଅବଶ୍ୟ ଏବେ ତାଙ୍କ ପୁଅ ବୋହୂଙ୍କର ମିଳନ ହୋଇ ଯାଇଛି।କିନ୍ତୁ, ସେ ପ୍ରତ୍ୟକ୍ଷ ରାଜନୀତିରୁ ବେଶ କିଛି ଦିନ ହେବ ଦୁରେଇ ରହିଥିଲେ।ଏବେ ପୁଣି ବିଜେଡିରୁ ଟିକେଟ ଅଶାୟୀ ଥିଲେ।ମିଳିଲାନି ବୋଲି ବିଜେପିକୁ ଆସି ଟିକେଟ ନେଇଗଲେ।କାରଣ,ରାଜ୍ୟ ସରକାର ବଦଳିବା ଦରକାର!

ରାହୁଲ ଗାନ୍ଧୀଙ୍କୁ ଆଶୀର୍ବାଦ ଦେବାକୁ ମନା କରିଦେଲେ ଶଙ୍କରାଚାର୍ଯ୍ୟ! ଘଟଣା ଲୁଚାଇ ଦେବାକୁ ଉଦ୍ୟମ?

ବିଜେପି ବିଚାରରେ, ବୋଧେ ବିଜେଡି ଦଳରେ କେବଳ ନବୀନ ଖରାପ।ତେଣୁ ତାଙ୍କ ସାଙ୍ଗେ ଯିଏ ରହିଲା, ସେ ଖରାପ।ଯେଉଁ ନେତା/ମନ୍ତ୍ରୀଙ୍କ ଯୋଗୁଁ ବିଜେପି ନବୀନଙ୍କୁ ଟାର୍ଗେଟ କରୁଥିଲା, ସେହି ନେତା ବିଜେପିକୁ ଆସିଲେ ସାଧୁ, ନବୀନ ଆସାଧୁ!ଆଜି ଅନନ୍ତ ଜେନା, ପ୍ରଦୀପ ମହାରଥୀ ଏବଂ ମହେଶ୍ବର ମହାନ୍ତିଙ୍କୁ ମହିଳା ବିରୋଧୀ କହି ସେମାନଙ୍କୁ ଟିକେଟ ଦେବାକୁ ନେଇ ନବୀନଙ୍କୁ ସମାଲୋଚନା କରୁଛି ବିଜେପି।କିନ୍ତୁ, ଯଦି ନବୀନ ହୁଏତ ଏମାନଙ୍କୁ କାହାକୁ ରିଜେକ୍ଟ କରିଦେଇ ଥାଆନ୍ତେ, ତେବେ ଏମାନଙ୍କୁ ବି ବୋଧେ ବିଜେପି କୋଳେଇ ନେଇ ଥାଆନ୍ତା।ଟିକେଟ ବି ଦେଇ ଥାଆନ୍ତା।କାରଣ ରାଜ୍ୟ “ସରକାର ବଦଳିବା ଦରକାର”! ଶ୍ରୀଖଣ୍ଡୀ ଯଦି ପୁରୁଷତ୍ୱ ପାଇପାରେ, ଚିଟ୍ ଫଣ୍ଡ ଚୋର ଯଦି ଚୌକିଦାର ହୋଇପାରେ, ତେବେ ବିଜେପିକୁ ଆସିବା ପରେ, ଦୁଷ୍କର୍ମକାରୀର କୁକର୍ମକୁ ରାସଲୀଳା ବି କୁହାଯାଇ ପାରେ!//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.