Home ଅପରାଧ ମୋଦିଙ୍କୁ ଦେଶରୁ ତଡ଼ିଦେବା ପରେ ସେ ଚା’, ପକଡ଼ି ଦୋକାନ ଖୋଲି ପାରିବେ- ବଦ୍ରଉଦ୍ଦିନ

ମୋଦିଙ୍କୁ ଦେଶରୁ ତଡ଼ିଦେବା ପରେ ସେ ଚା’, ପକଡ଼ି ଦୋକାନ ଖୋଲି ପାରିବେ- ବଦ୍ରଉଦ୍ଦିନ

2245

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ପରସ୍ପରଙ୍କୁ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି।ଏହା ଭିତରେ ଅନେକ ନେତାଙ୍କ ବିବାଦୀୟ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି।ଅନେକ ନେତା ଅତି ତଳ ସ୍ତରକୁ ଖସି ଯାଇ ଅତ୍ୟନ୍ତ ନୀଚ ସ୍ତରର ମନ୍ତବ୍ୟ ଦେଉଛନ୍ତି।ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇ ବିବାଦକୁ ଆସିଛନ୍ତି ଆସାମର ଏଆଇୟୁଡିଏଫ ମୁଖ୍ୟ ବଦ୍‌ରୁଦ୍ଦିନ ଆଜମଲ।ଆସାମର ଢୁବ୍ରି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଆଜମଲ କହିଛନ୍ତି, ମୋଦୀଙ୍କୁ ଦେଶରୁ ତଡ଼ିବା ପାଇଁ ଗଠନ ହୋଇଥିବା ମହାମେଣ୍ଟର ସେ ଜଣେ ଅଂଶ।ମୋଦିଙ୍କୁ ଆମେ ଦେଶରୁ ତଡ଼ି ଦେବୁ।ମୋଦୀ ଥରେ କ୍ଷମତାଚ୍ୟୁତ ହେବା ପରେ ସେ ଚା’ ଦୋକାନ ଖୋଲି ପକୁଡ଼ି, ବିକ୍ରି କରିପାରିବେ।

ରାହୁଲ ଗାନ୍ଧୀଙ୍କୁ ଆଶୀର୍ବାଦ ଦେବାକୁ ମନା କରିଦେଲେ ଶଙ୍କରାଚାର୍ଯ୍ୟ! ଘଟଣା ଲୁଚାଇ ଦେବାକୁ ଉଦ୍ୟମ?

ଆଜମଲଙ୍କ ଏଭଳି ମନ୍ତବ୍ୟ ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।ଏଭଳି ଅପମାନଜନକ ମନ୍ତବ୍ୟ ପାଇଁ ଆଜମଲ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ହେଉଛି।ଗତବର୍ଷ ଆଜମଲ ଜଣେ ଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ।ପର୍ଫ୍ୟୁମ ବ୍ୟବସାୟୀ ଆଜମଲ ୨୦୦୫ରେ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ନାମରେ ଦଳ ଗଠନ କରିଥିଲେ। ଖୁବ୍‌ କମ ସମୟ ମଧ୍ୟରେ ୨୦୧୧ ସୁଦ୍ଧା ଆସାମରେ ଏଆଇୟୁଡିଏଫ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇପାରିଥିଲା।୨୦୧୧ରେ ଆଜମଲଙ୍କ ଦଳ ୧୮ଟି ବିଧାନସଭା ଆସନରେ ଜିତିଥିବା ବେଳେ ୨୦୧୪ ଲୋକସଭା ନିର୍ବାଚନରେ ୩ଟି ଆସନରେ ବିଜୟୀ ହୋଇଥିଲା।//ଦେବଦତ୍ତ

ପବିତ୍ର “ରାମ ନବମୀ” ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.