Home ଓଡ଼ିଶା ପ୍ରେମୀକାର ଅପମାନ ଓ ନିର୍ଯାତନା ସହି ନପାରି ନିଜ ଉପରକୁ ପିସ୍ତଲରୁ ଗୁଳି ଚଳାଇ ଆତ୍ମହତ୍ୟା...

ପ୍ରେମୀକାର ଅପମାନ ଓ ନିର୍ଯାତନା ସହି ନପାରି ନିଜ ଉପରକୁ ପିସ୍ତଲରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ କନେଷ୍ଟବଳ

1546

ମାଲକାନଗିରି, ୧୩ା ୪(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦରହକୁମା ଠାରେ ଜଣେ କନେଷ୍ଟବଳ ନିଜ ପ୍ରେମିକାର ଅପମାନ ଓ ନିର୍ଯାତନା ସହି ନପାରି ନିଜ ପିସ୍ତଲରୁ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମା ଝାଟିମାଟି କଲୋନିରେ ରହୁଥିବା ରିଜର୍ଭ ଅଫିସର କନେଷ୍ଟବଳ ସୁନିଲ କୁମାର ମହାନନ୍ଦିଆ ଚିତ୍ରକୋଣ୍ଡା ବିଧାନସଭା ଆସନର ଭାଜପା ପ୍ରାର୍ଥୀ ପଦୁ ମାଝିଙ୍କ ପିଏସଓ ଭାବେ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ। ସେ ଗତକାଲି ଫେରି ନିଜ ଘର ଝାଟିମାଟି କଲୋନିରେ ଥିଲେ। ଆଜି ମଧ୍ୟାହ୍ନରେ ହଟାତ ତାଙ୍କ ଘରଭିତରୁ ଗୁଳି ଫୁଟିବାର ଶଦ୍ଧ ପାଖ ପଡୋଶୀ ମାନେ ଶୁଣିପାରି ସୁନିଲଙ୍କ ଘରକୁ ଯାଇ ଦେଖିଲା ବେଳକୁ ସୁନିଲ ନିଜକୁ ଗୁଳି କରିଦେଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଛଟପଟ ହେଉଛନ୍ତି। ଏ ଘଟଣା ସଂପର୍କରେ ପଡୋଶୀମାନେ ଥାନା ଓ ତାଙ୍କ ବାପାଙ୍କୁ ଜଣା ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ ମାଲକାନଗିରି ହସପିଟାଲକୁ ନେଇ ଯାଇଥିଲେ।ହସପିଟାଲେରେ ପହଁଚିଲା ପରେ ଡାକ୍ତର ସୁନିଲଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଘଟଣାସ୍ଥଳରେ ମାଲକାନଗିରି ଥାନା ଆଇଆଇସି ରଜଂନକୁମାର ସାହୁ, ସବ ଇନିସପେକ୍ଟର ମାନସ କୁମାପ ସ୍ୱାଇଁ ପୁଲିସ ସଦଳବଳ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଛେଦପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛନ୍ତି। ସୁନିଲର ପୂର୍ବତନ ପ୍ରେମିକା ଜୈନିକା ମହିଳା କନେଷ୍ଟବଳଙ୍କ ଗାଳିଗୁଲଜ, ଅପମାନଜନକ ଭାଷା ଓ ନିର୍ଯାତନା ସହିନପାରି ତାଙ୍କ ପୁଅ ଆତ୍ମହତ୍ୟା କରିଛି, ସୁନିଲ ମୃତ୍ୟୁ ପାଇଁ ଜୈନିକା ମହିଳା କନେଷ୍ଟଳବଳଙ୍କୁ ଦାୟୀ କରି ସୁନିଲର ବାପା ଗୋପାଳ ମହାନନ୍ଦିଆ ମାଲକାନଗିରି ଥାନାରେ ମହିଳା କନେଷ୍ଟବଳ ସହିତ ଅନ୍ୟ ୨୦ ଜଣ ମହିଳାଙ୍କ ନାମରେ ଏତଲା ଦେଇଛନ୍ତି। ଏ ସଂପର୍କରେ ମାଲକାନଗିରି ଥାନା କେସ ନମ୍ବର ୮୪/୨୦୧୯, ଭାରତୀୟ ପିଙ୍ଗଳ କୋର୍ଡ ୨୯୪/ ୩୦୬/ ୩୪ଦଫାରେ କେସ ରୁଜୁକରା ଯାଇ ପୁଲିସର ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ଆଜି ସନୁଲି ନିଜଘରେ ବିଶ୍ରାମ ନେଉଥିୁବା ବେଳେ ହଟାତ ତାଙ୍କ ଘର ଆଗରେ ତାଙ୍କର ପୂର୍ବତନ ପ୍ରେମୀକା ମହିଳାକନେଷ୍ଟବଳ ୨୦ରୁ ଉର୍ଦ୍ଦ ମହିଳାଙ୍କୁ ନେଇ ତୁରନ୍ତ ମୋତେ ବିବାହ କର କହି ପାଟିତୁଣ୍ଡକରି ତାଙ୍କୁ ଗାଳିଗୁଲଜ ସହ ଅପମାନଜନକ ଭାଷା କହିଥିଲେ, ମହିଳା ମାନେ ନିଜ ଘର ଆଗରେ ରୁଣ୍ଡ ହୋଇ ପୁଅ ସୁନିଲକୁ ଗାଳିଗୁଲଜ କରିବା ଘଟଣାରେ ସୁନିଲଙ୍କ ବାପା ଗୋପାଳ ମହାନନ୍ଦିଆ ବାହରକୁ ଆସି ସପୃକ୍ତା କନେଷ୍ଟବଳ ଙ୍କୁ କହିଥିଲେ ତୁମେ ମୋ ପୁଅ ନାମରେ କେସ କରିଛ, ତାହା ଅଦାଲତରେ ବିଚାରଧିନ ରହିଛି, ପୁଲିସ ଯାହା ନିଷ୍ପତି ନେବ ତୁମେ ଏଠାରେ ଆସି ମୋ ପୁଅକୁ ଓ ଆମକୁ ଅପମାନ ଦିଅ ନାହିଁ କି ଲୋକ ଲଜ୍ୟା କରନାହିଁ କହି ବହୁତ ବୁଝାଇ ସେମାନଙ୍କୁ ବିଦା କରି ଦେଇ ନିଜ ପୁଅ ସୁନିଲଙ୍କୁ ଘର ଭିତରେ ଛାଡିଦେଇ ପରେ ଗୋପାଳ ଅନ୍ୟକାମରେ ବାହରକୁ ପଳାଇଥିଲେ। ମଧ୍ୟାହ୍ନ ଗୋଟାଏ ବେଳେ ହଟାତ ସୁନିଲଙ୍କ ଘରୁ ଗୁଳି ଶଦ୍ଧ ପାଖ ପଡୋଶୀ ମାନେ ଶୁଣିପାରି ଦେଖିଲେ ବେଳକୁ ସୁନିଲ ନିଜ ପିସ୍ତଲରୁ ଗୁଳିଚଳାଇ ରକ୍ତାରକ୍ତ ଅବସ୍ଥାରେ ତଳେ ପଡିଛନ୍ତି। ଘଟଣାରୁ ପ୍ରକାଶ ଯେ ଗତ ବର୍ଷକ ତଳେ ସୁନିଲ ଓ ଜୈନିକା ମହିଳା କନେଷ୍ଟବଳଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। କୌଣସି କାରଣ ଯୋଗୁ ସୁନିଲର ପରିବାର ଲୋକେ ଏହାକୁ ବାରଣ କରିବାରୁ ସୁନିଲ ସେହି ମହିଳା କନେଷ୍ଟବଳଙ୍କ ସହିତ ସଂପର୍କ ତୁଟାଇ ଦେଇଥିଲେ। ସଂପୃକ୍ତ ମହିଳା କନେଷ୍ଟବଳ ସୁନିଲଙ୍କ ନାମରେ ମାଲକାନଗିରି ଥାନାରେ ଗତବର୍ଷ କ ତଲେ ଏକ କେସ କରିଥିଲେ। ସୁନିଲ ହାଇକୋର୍ଟରେ ଜାମିନରେ ଆସିଥିବା ବେଳେ ସେହି କେସଟି କୋର୍ଟରେ ବିଚାରଧିନ ଥିଲା। ଆଜି ସଂପୃକ୍ତା ମହିଳା କନେଷ୍ଟବଳ ୨୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଧରି ସୁନିଲଙ୍କ ଘରକୁ ଆସି ଅପମାନ ଦେଇ ନାନା ପ୍ରକାର ଗାଳିଗୁଲଜ କରିବା ପରେ ସୁନିଲର ଆତ୍ମହତ୍ୟା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.