Home ଅପରାଧ SBI କଲା ଆଲର୍ଟ୍: ଗ୍ରାହକମାନେ କୃପୟା ଧ୍ୟାନ ଦିଅନ୍ତୁ; ନଚେତ୍ ହୋଇପାରେ ବଡ଼ କ୍ଷତି ..

SBI କଲା ଆଲର୍ଟ୍: ଗ୍ରାହକମାନେ କୃପୟା ଧ୍ୟାନ ଦିଅନ୍ତୁ; ନଚେତ୍ ହୋଇପାରେ ବଡ଼ କ୍ଷତି ..

343

ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଠକମାନେ ନୂଆ ନୂଆ ଉପାୟରେ ଲୋକଙ୍କୁ ନିଜର ଠକାମୀର ଶିକାର କରୁଛନ୍ତି। ଏଭଳି ଠକେଇକୁ ଏଡ଼ାଇବା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ନିରନ୍ତର ଚେତାବନୀ ଦେଇ ଆସୁଛି। ଏହି କ୍ରମରେ ଏସବିଆଇ ଗୁରୁବାର ଦିନ ଏକ ନୂଆ ଠକେଇ ବିଷୟରେ ସୂଚନା ଦେବା ସହ, ଏପରି ଠକେଇର ଶିକାର ହେଲେ ଜଣଙ୍କୁ କ’ଣ କରିବାକୁ ପଡ଼ିବ ଏବଂ ନିଜର କଷ୍ଟ ଉପାର୍ଜିତ ଟଙ୍କା ଲୁଟ୍ ହେବାରୁ କିପରି ରକ୍ଷା କରାଯାଇ ପାରିବ, ସେ ନେଇ ଉପାୟ କହିଛି। ଏସବିଆଇ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସତର୍କ କରାଇ ଦେଇଛି ଯେ ନକଲି ଇ- ମେଲ୍ ଗ୍ରାହକଙ୍କ ନିକଟକୁ ପଠାଯାଉଛି। SBI ଏହି ଇ- ମେଲ୍ ଗୁଡ଼ିକ ସହିତ ଜଡ଼ିତ ନୁହେଁ। ଏପରି ପରିସ୍ଥିତିରେ, ଆପଣ ଏହିପରି ଇ- ମେଲ୍ ଖୋଲିବା ଠାରୁ ଦୂରେଇ ରହିବା ଉଚିତ୍। ଏସବିଆଇ କହିଛି ଯେ ସେ ତାର ଗ୍ରାହକଙ୍କୁ ସେପରି କୌଣସି ମେଲ୍ ପଠାଇନଥାଏ।

ବ୍ୟାଙ୍କିଙ୍ଗ୍ ସେବା ପାଇଁ ଅଫିସିଆଲ୍ ପୋର୍ଟାଲ୍ ବ୍ୟବହାର କରନ୍ତୁ –
ଏସବିଆଇ କହିଛି ଯେ ଯଦି ଆପଣ ମଧ୍ୟ ଏସବିଆଇ ନାମରେ ଏପରି କୌଣସି ମେଲ୍ ପାଉଥାଆନ୍ତି, ତେବେ ତୁରନ୍ତ ଏ’ନେଇ ରିପୋର୍ଟ କରନ୍ତୁ। ଏସବିଆଇ ଟ୍ୱିଟରେ ଏକ ଲିଙ୍କ ମଧ୍ୟ ଦେଇଛି। ଏହି ଲିଙ୍କ୍ ହେଉଛି ଜାତୀୟ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲର ଲିଙ୍କ୍। ଠକ ମାନଙ୍କ ଠାରୁ ଏହିପରି ଏକ ଇ-ମେଲ୍ ପାଇବା ଉପରେ ଆପଣ ସେହି ପୋର୍ଟାଲରେ ରିପୋର୍ଟ କରିପାରିବେ। ଏହା ପରେ ଜାତୀୟ ସାଇବର ସେଲ୍ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏହି ଟୁଇଟ୍‌ରେ ଏସବିଆଇ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ମଧ୍ୟ ଏକ ଲିଙ୍କ୍ ଦେଇଛି। SBI ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରୁଥିବା ଗ୍ରାହକମାନେ କେବଳ ଏହି ପୋର୍ଟାଲ୍ ମାଧ୍ୟମରେ SBI ବ୍ୟାଙ୍କିଙ୍ଗ୍ ସେବା ପାଇପାରିବେ। କେବଳ ଅଫିସିଆଲ୍ ପୋର୍ଟାଲ୍ ମାଧ୍ୟମରେ ହିଁ ଯେ କୌଣସି ବ୍ୟାଙ୍କିଙ୍ଗ୍ ସେବାର ଲାଭ ଉଠାଇବାକୁ ଏସବିଆଇ କହିଛି। ଯଦି ଆପଣ ସେପରି କରନ୍ତି ନାହିଁ, ତେବେ ଆପଣ ବ୍ୟାଙ୍କିଂ ଠକେଇର ଶିକାର ହୋଇପାରନ୍ତି ବୋଲି ଏସବିଆଇ ସତର୍କ କରାଇଦେଇଛି। ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ୍ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ପୋର୍ଟାଲ, ଯେଉଁଠାରେ ଆପଣ ସାଇବର ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିପାରିବେ। ଏହି ପୋର୍ଟାଲରେ ମହିଳା ଏବଂ ଶିଶୁ ମାନଙ୍କ ଉପରେ ଯେ କୌଣସି ସାଇବର ଅପରାଧ ବିରୋଧରେ ମଧ୍ୟ ଅଭିଯୋଗ କରାଯାଇ ପାରିବ। ଏହି ସରକାରୀ ପୋର୍ଟାଲରେ ଅଭିଯୋଗ କରିବା ପାଇଁ ଦୁଇଟି ବିକଳ୍ପ ରହିଛି। ପ୍ରଥମ ବିକଳ୍ପ ଅନୁଯାୟୀ, ଶିଶୁ କିମ୍ବା ମହିଳାମାନେ ଯେ କୌଣସି ସାଇବର ଅପରାଧ ବିରୋଧରେ ଅଭିଯୋଗ କରିପାରିବେ। ଦ୍ୱିତୀୟ ବିକଳ୍ପରେ, ଅନ୍ୟ ସମସ୍ତ ପ୍ରକାରର ସାଇବର ଅପରାଧ ରିପୋର୍ଟ କରାଯାଇପାରେ। ବ୍ୟାଙ୍କିଙ୍ଗ୍ ଠକେଇ ମାମଲାରେ ଆପଣଙ୍କୁ ଦୂତୀୟ ବିକଳ୍ପ ବାଛିବାକୁ ପଡ଼ିବ।

ସାଇବର ଅପରାଧ ପୋର୍ଟାଲରେ କିପରି ଅଭିଯୋଗ ପଞ୍ଜିକରଣ କରାଯିବ –
ଏହି ଦ୍ୱିତୀୟ ବିକଳ୍ପ ମାଧ୍ୟମରେ ଅଭିଯୋଗ ପଞ୍ଜିକରଣ କରିବାକୁ ଆପଣଙ୍କୁ ଆପଣଙ୍କର ରାଜ୍ୟ ନାମ, ଲଗଇନ୍ ଆଇଡି ମୋବାଇଲ୍ ନମ୍ବର ଏବଂ ଓଟିପି ପ୍ରବେଶ କରିବାକୁ ପଡ଼ିବ। ଯଦି ଆପଣ ଜଣେ ନୂତନ ଉପଭୋକ୍ତା ତେବେ ଆପଣ ପ୍ରଥମେ ଏହି ପୋର୍ଟାଲରେ ନିଜକୁ ପଞ୍ଜିକରଣ କରିବା ଜରୁରୀ। ଏକ ନୂତନ ଉପଭୋକ୍ତା ଭାବରେ ପଞ୍ଜିକରଣ କରିବାକୁ, ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର ପ୍ରଦାନ କରିବାକୁ ପଡ଼ିବ। ଯାହା ପରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ପଠାଯିବ। ଓଟିପି ଦାଖଲ କରିବା ପରେ ପଞ୍ଜୀକରଣ କାର୍ଯ୍ୟ ସମାପ୍ତ ହେବ। ଏହା ପରେ ଆପଣ ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିବାକୁ ସମର୍ଥ ହେବେ। ଏହି କାମ ମାତ୍ର କିଛି ମିନିଟରେ ଶେଷ ହେବ। /-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.