Home Top News ସାରଦା ଶତପଥୀ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ..

ସାରଦା ଶତପଥୀ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ..

21

ଭୁବନେଶ୍ୱର: ସାରଦା ଶତପଥି ହେଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି ଆଜି ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରିଛନ୍ତି। ଏହି ତାଲିକାରେ ୩୫ ଜଣଙ୍କ ନାମ ରହିଛି। ଜାରୀ ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି ରହିଥିବା ବେଳେ ସଙ୍ଗଠନ ସମ୍ପାଦକଙ୍କୁ ମିଶାଇ ୫ ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକଙ୍କ ସମେତ ୬ଟି ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ସାରଦା ଶତପଥିଙ୍କ ନାମ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ, ସଂଘ ପ୍ରଚାରକ ରହି ସାରିଥିବା ସାରଦା ଶତପଥି ପୂର୍ବରୁ ରାଜ୍ୟ ସଙ୍ଗଠନ ସମ୍ପାଦକ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.