Home Top News ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ..

ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ..

102

ଭୁବନେଶ୍ୱର: ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ହେଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି ଆଜି ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରିଛନ୍ତି। ଏହି ତାଲିକାରେ ୩୫ ଜଣଙ୍କ ନାମ ରହିଛି। ଜାରୀ ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି ରହିଥିବା ବେଳେ ସଙ୍ଗଠନ ସମ୍ପାଦକଙ୍କୁ ମିଶାଇ ୫ ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକଙ୍କ ସମେତ ୬ଟି ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ସେଥିରେ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନାମ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଭାବରେ ଘୋଷଣା କରାଯାଇଛି। ଡ. ଐଶ୍ୱର୍ଯ୍ୟା ଏହା ପୂର୍ବରୁ ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା ରହିବା ସହିତ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଚିବ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.