Home ଓଡ଼ିଶା କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା: ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଓ କନିଷ୍ଠ ଫେଲୋସିପ ଯୋଜନାରେ ନେପାଳୀ...

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା: ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଓ କନିଷ୍ଠ ଫେଲୋସିପ ଯୋଜନାରେ ନେପାଳୀ ଓ ସାନ୍ତାଳୀ ଭାଷାକୁ ସାମିଲ କରାଯିବ

171

ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଥିବା ଅବଶିଷ୍ଟ ଦୁଇଟି ଭାଷା ନେପାଳୀ ଓ ସାନ୍ଥାଳୀକୁ ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଓ କନିଷ୍ଠ ଫେଲୋସିପ ଯୋଜନାରେ ସାମିଲ କରାଯିବ। ସଂସ୍କୃତି କ୍ଷେତ୍ରରେ ଅସାଧାରଣ ପ୍ରତିଭାସମ୍ପନ୍ନ କଳାକାରମାନଙ୍କୁ ବରିଷ୍ଠ ଓ କନିଷ୍ଠ ଫେଲୋସିପ ଦିଆଯିବାର ଯୋଜନା ଅନ୍ତର୍ଗତ “ସାହିତ୍ୟ” କ୍ଷେତ୍ରର ଉପକ୍ଷେତ୍ରରେ ଏହି ଦୁଇଟି ଭାଷାକୁ ସାମିଲ କରାଯିବ ବୋଲି ଆଜି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସଂସ୍କୃତି କ୍ଷେତ୍ରରେ ଶ୍ରେଷ୍ଠ କଳାକାରମାନଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବରିଷ୍ଠ ଓ କନିଷ୍ଠ ଫେଲୋସିପ ପ୍ରଦାନ କରାଯାଇଥାଏ। ଏହି ଫେଲୋସିପ ଗବେଷଣା ସଂକ୍ରାନ୍ତ ପ୍ରକଳ୍ପ ଲାଗି ଦିଆଯାଇଥାଏ।

ସାଂସ୍କୃତିକ ସମ୍ବଳ ଏବଂ ପ୍ରଶିକ୍ଷଣ କେନ୍ଦ୍ର (ସିସିଆରଟି) ଫେଲୋସିପର ଚୟନ ପ୍ରକ୍ରିୟା ଲାଗି ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିଥାଏ। ଏହି ଯୋଜନା ଅନ୍ତର୍ଗତ ‘ସାହିତ୍ୟ କଳା’ ଏକ ବିଷୟବସ୍ତୁ ଭାବେ ରହିଛି। ଏହା ଅନ୍ତର୍ଗତ ଗବେଷଣା ଲାଗି ପ୍ରାର୍ଥୀ ୨୨ଟି ଭାଷାରେ ଆବେଦନ ଦାଖଲ କରିପାରିବେ। ଏହି ୨୨ଟି ଭାଷାରେ ଇଂରାଜୀ ଓ ଖାସୀ ଭାଷା ସମତେ ଭାରତୀୟ ସମ୍ବିଧାନର ଧାରା ୩୪୪ (୧) ଏବଂ ଧାରା ୨୫୧ର ଅଷ୍ଟମ ଅନୁସୂଚୀରେ ସାମିଲ ୨୦ଟି ଭାଷା ସାମିଲ ରହିଛି।

ଏହି ଭାଷାଗୁଡ଼ିକ ହେଲେ :

ଆସାମୀ, ବଙ୍ଗଳା, ବୋଡୋ, ଡୋଗରୀ, ଗୁଜରାଟୀ, ହିନ୍ଦୀ, କନ୍ନଡ଼, କାଶ୍ମୀରୀ, କୋଙ୍କଣୀ, ମୈଥିଳୀ, ମାଲାୟାଲମ, ମଣିପୁରୀ, ମରାଠୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ସିନ୍ଧୀ, ତାମିଲ, ତେଲଗୁ ଓ ଊର୍ଦ୍ଦୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.