Home ଓଡ଼ିଶା ଲୋକସଭାରେ ଉପଭୋକ୍ତା ସୁରକ୍ଷା ବିଲ ୨୦୧୯ ଗୃହୀତ

ଲୋକସଭାରେ ଉପଭୋକ୍ତା ସୁରକ୍ଷା ବିଲ ୨୦୧୯ ଗୃହୀତ

241

– ପ୍ରତିଷ୍ଠା ହେବ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ
– ଉପଭୋକ୍ତା ଅଧିକାର ସୁରକ୍ଷା ବିଲର ପ୍ରମୁଖ ଉଦ୍ଦେଶ୍ୟ

ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) ବିଧିବଦ୍ଧ ବିବେଚନା ଏବଂ ଆଲୋଚନା ପରେ ଆଜି ଲୋକସଭାରେ ଉପଭୋକ୍ତା ସୁରକ୍ଷା ବିଲ ୨୦୧୯ ଗୃହିତ ହୋଇଛି। ଏହି ଅବସରରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ କହିଥିଲେ ଯେ ଏହି ବିଲରେ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଗୁରୁତ୍ୱାରୋପ କରାଯାଇଛି। ଉପଭୋକ୍ତାଙ୍କ ବିବାଦର ସମୟୋପଯୋଗୀ ପରିଚାଳନା ଏବଂ ସମାଧାନ ଲାଗି କ୍ଷମତାପ୍ରାପ୍ତ ପ୍ରାଧିକରଣ ପ୍ରତିଷ୍ଠା ଏହି ବିଲର ଲକ୍ଷ୍ୟ। ଏହି ବିଲ ଆଗତ କରି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନଭେ କହିଥିଲେ ଯେ କେତେକ ନିୟମକୁ ସହଜ କରିବା ଏହି ବିଲର ଉଦ୍ଦେଶ୍ୟ। ଏହି ବିଲ ଗୃହୀତ ହେବା ଫଳରେ ଉପଭୋକ୍ତାମାନେ ଶୀଘ୍ର ନ୍ୟାୟ ପାଇପାରିବେ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପ୍ରତିଷ୍ଠା ଲାଗି ଏହି ବିଲରେ ବ୍ୟବସ୍ଥା ରହିଛି। ଏହା ଉପଭୋକ୍ତାଙ୍କ ଅଧିକାରକୁ ପ୍ରୋତ୍ସାହିତ, ସୁରକ୍ଷିତ ଏବଂ କଡ଼ାକଡ଼ି ପାଳନ କରିବାରେ ସହାୟକ ହେବ। କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଉପଭୋକ୍ତାଙ୍କ ଅଭିଯୋଗର ତଦନ୍ତ, ପୁନଃଆହ୍ୱାନ, କ୍ଷତିପୂରଣ ଏବଂ ଜୋରିମାନ ଲାଗୁ କରିପାରିବେ। ଉପଭୋକ୍ତାଙ୍କ ଅଧିକାର ଉଲ୍ଲଙ୍ଘନ, ଅସ୍ୱଚ୍ଛ ବାଣିଜ୍ୟ କାରବାର ଏବଂ ବିଭ୍ରାନ୍ତିକାରୀ ବିଜ୍ଞାପନ ବିରୋଧରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଉପଭୋକ୍ତାଙ୍କ ଅଧିକାର ଯେପରି ଉଲ୍ଲଙ୍ଘନ ନହୁଏ ତାହା ସୁନିଶ୍ଚିତ କରିବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ ବିଲରେ ରହିଛି। ବିଭ୍ରାନ୍ତିକର କିମ୍ବା ମିଥ୍ୟା ବିଜ୍ଞାପନ ଲାଗି ଉତ୍ପାଦନକାରୀ ଏବଂ ପ୍ରୋତ୍ସାହକଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କାର ଜୋରିମାନ କିମ୍ବା ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର କରିପାରିବାର କ୍ଷମତା ଏହି ବିଲ୍ କ୍ଷମତାପ୍ରାପ୍ତ ପ୍ରାଧିକରଣକୁ ପ୍ରଦାନ କରିବ।

ବର୍ତମାନ ଉପଭୋକ୍ତାଙ୍କ ନିକଟରେ ନ୍ୟାୟର ଏକମାତ୍ର ମାର୍ଗ ରହିଛି, ଯାହା ସମୟ ସାପେକ୍ଷ। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ଜରିଆରେ ବିବାଦର ତ୍ୱରିତ ସମାଧାନ ଲାଗି ବିଲରେ ବ୍ୟବସ୍ଥା ରହିଛି। ଉପଭୋକ୍ତା ଆୟୋଗଙ୍କ ନିକଟରେ ଅଭିଯୋଗ ଦାଖଲ କରିବା ଏବଂ ନ୍ୟାୟିକ ପ୍ରକ୍ରିୟାର ସରଳୀକରଣ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା କରାଯାଇଛି। ମଧ୍ୟସ୍ଥତା ମାଧ୍ୟମରେ ଆଗୁଆ ସମାଧାନ ବ୍ୟବସ୍ଥା ମଧ୍ୟ ରହିଛି। ଇ-କମର୍ସ ଓ ଡାଇରେକ୍ଟ ସେଲିଂ ଭଳି ନୂଆ ଉପଭୋକ୍ତା ମାମଲାର ସମାଧାନ ଲାଗି ବିଲ୍ ରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.