Home ଓଡ଼ିଶା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)- ଜୁଲାଇ...

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)- ଜୁଲାଇ ୨୦୧୯ର ଫଳ ପ୍ରକାଶିତ

244

ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)-ଜୁଲାଇ ୨୦୧୯ର ଫଳ ପ୍ରକାଶ ପାଇଛି। ସିଟିଇଟିର ଦ୍ୱାଦଶ ସଂସ୍କରଣ ପରୀକ୍ଷା ୭ ଜୁଲାଇ, ୨୦୧୯ରେ ସାରା ଦେଶର ୧୦୯ଟି ସହରରେ ଥିବା ୨, ୯୪୯ଟି କେନ୍ଦ୍ରରେ ଆୟୋଜନ କରାଯାଇଥିଲା। ପରୀକ୍ଷାର ସହଜ ଏବଂ ନିରପେକ୍ଷ ପରିଚାଳନା ଲାଗି ସହରରେ ୧୧୪ ଜଣ ସଂଯୋଜକ, ୨୯୪୨ ଜଣ କେନ୍ଦ୍ରୀୟ ନିରୀକ୍ଷକ, ୪୩୩୫ ଜଣ ପର୍ଯ୍ୟବେକ୍ଷକ ଏବଂ ସିବିଏସଇର ୮୨୭ ଜଣ ଅଧିକାରୀ ନିୟୋଜିତ ହୋଇଥିଲେ।

ଏହି ପରୀକ୍ଷା ଲାଗି ମୋଟ ୨୯ ଲକ୍ଷ ୨୨ ହଜାର ୨୨୭ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ, ଏମାନଙ୍କ ମଧ୍ୟରୁ ୨୩ ଲକ୍ଷ ୭୭ ହଜାର ୩୧ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ।

ପରୀକ୍ଷା ଫଳ ରେକର୍ଡ ୨୩ଦିନ ମଧ୍ୟରେ ଘୋଷଣା କରାଯାଇଛି। ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୩ ଲକ୍ଷ ୫୧ ହଜାର ୮୩୦ ଜଣ ପ୍ରାର୍ଥୀଙ୍କୁ ଯୋଗ୍ୟ ଘୋଷଣା କରାଯାଇଛି। ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଲକ୍ଷ ୧୪ ହଜାର ୬୫୮ ଜଣ ପ୍ରାର୍ଥୀ ପେପର-୧ (ପ୍ରାଇମେରୀ ସ୍କୁଲ) ଏବଂ ୧ ଲକ୍ଷ ୩୭ ହଜାର ୧୭୨ ଜଣ ପ୍ରାର୍ଥୀ ପେପର-୨(ଜୁନିଅର ହାଇସ୍କୁଲ) ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ପରୀକ୍ଷା ଫଳ ସିଟିଇଟିର ୱେ ସାଇଟ www.ctet.nic.in ଏବଂ ସିବିଏସଇର ୱେବସାଇଟ www.cbse.nic.inରେ ଉପଲବ୍ଧ ରହିଛି।

ସିଟିଇଟି ପରୀକ୍ଷାରେ ବସୁଥିବା ପ୍ରାର୍ଥୀଙ୍କ ମାର୍କସିଟ ଡିଜିଲକରରେ ଅପଲୋଡ କରି ଦିଆଯିବ। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସେମାନଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଲଗଇନ ବିବରଣୀ ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.