Home ଆନ୍ତର୍ଜାତୀୟ ୯୨ ମିଟର ଉପରୁ ବଞ୍ଜି ଜମ୍ପିଙ୍ଗ କରୁଥିଲା ଏହି ବ୍ୟକ୍ତି: ମଝିରେ ଖୋଲିଗଲା ରଶି କ’ଣ...

୯୨ ମିଟର ଉପରୁ ବଞ୍ଜି ଜମ୍ପିଙ୍ଗ କରୁଥିଲା ଏହି ବ୍ୟକ୍ତି: ମଝିରେ ଖୋଲିଗଲା ରଶି କ’ଣ ହେଲା ତା’ ପରେ …ଦେଖନ୍ତୁ ଭିଡ଼ିଓ

541

ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) ଆଜିକାଲି ବହୁତ ଲୋକମାନଙ୍କୁ ଆଡ୍ଭେଞ୍ଚର କରିବାକୁ ନିଶା ଲାଗିଛି। ତେବେ ଯେଉଁମାନେ ଏହି ପ୍ରକାରର ଷ୍ଟଣ୍ଟ କିମ୍ବା ଆଡଭେଞ୍ଚରର ଭାଗ ନେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଜରୁରୀ ଖବର। ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ପଞ୍ଜି ଜମ୍ପିଙ୍ଗ ପାଇଁ ୯୨ ମିଟର ଉଚ୍ଚରୁ ଡେଇଁବାକୁ ଯାଇଥିଲା। କିନ୍ତୁ ମଝିରେ ରଶି ଖୋଲିଯାଇଥିଲା। ଏତେ ଯୋରରେ ତଳେ ପଡ଼ିଲାଯେ, ତାକୁ ଅନେକ ଆଘାତ ଆସିଛି। ବିଶେଷ କରି ମେରୁ ଦଣ୍ଡର ହାଡ଼ ଭାଙ୍ଗିଯିବା ସହିତ ବେକରେ ମଧ୍ୟ ଆଘାତ ଆସିଥିବା ବେଳେ ମୁଣ୍ଡରେ ମଧ୍ୟ ଚୋଟ ଲାଗିଛି।

ତେବେ ଏହି ପଞ୍ଜି ଜମ୍ପିଙ୍ଗ କ’ଣ ଜାଣନ୍ତୁ। କ୍ରେନ ସାହାଯ୍ୟରେ ନିର୍ଦ୍ଧାରିତ ମିଟର ଉଚ୍ଚକୁ ବ୍ୟକ୍ତିଙ୍କୁ ନିଆଯାଇଥାଏ ବ୍ୟକ୍ତିର ଗୋଡ଼ରେ ରଶି ବନ୍ଧାଯାଇଥାଏ ଯାହାଦ୍ୱାରା ବ୍ୟକ୍ତିକୁ ବିଶେଷ କ୍ଷତି ପହଁଚିବ ନାହିଁ ଏବଂ ବ୍ୟକ୍ତି ଜଣକ ଉଚ୍ଚରୁ ଡେଇଁବା ସମୟରେ ତଳ ସ୍ଥଳରେ ଯେପରି ସେଫ୍ ଲ୍ୟାଣ୍ଡିଂ କରିବ ତାହାର ବ୍ୟବସ୍ଥା ନିୟନ୍ତ୍ରିତ କରାଯାଇଥାଏ। ଏହା ବ୍ୟତୀତ ତଳେ ମୋଟା କୁସନ୍ (ସ୍ପଞ୍ଜ ଗଦି) ରଖାଯାଇଥାଏ। ଏହାଦ୍ୱାରା ବ୍ୟକ୍ତି ଜଣକ ବହୁ ଉଚ୍ଚରୁ ଡେଇଁବାର ଅନିଭବ କରିବ କିନ୍ତୁ ତା’ର କିଛି କ୍ଷତି ହେବ ନାହିଁ।

ହେଲେ ଏହି ବ୍ୟକ୍ତି କ୍ଷେତ୍ରରେ ଏହା ଘଟି ପାରିଲା ନାହିଁ। ଦୁର୍ଭାଗ୍ୟ ବଶତଃ ତା’ର ରଶି ଅଧାରୁ ଖୋଲିଗଲା ଏବଂ ଅନିୟନ୍ତ୍ରିତ ଭାବରେ ଖସିପଡ଼ିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.