Home ଓଡ଼ିଶା କର ନାଟକ : ଆଜି ଶପଥ ନେବେ ୟଦିୟୁରୁପ୍ପା!

କର ନାଟକ : ଆଜି ଶପଥ ନେବେ ୟଦିୟୁରୁପ୍ପା!

241

କର୍ଣ୍ଣାଟକ,୨୬/୭,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): କର୍ଣ୍ଣାଟକ ରେ ଏଚଡି କୁମାର ସ୍ବାମୀଙ୍କ ସରକାର ଭାଙ୍ଗି ଯିବା ପରେ ଏବେ ନୁଆ ସରକାର ଗଠନ କରିବା ପାଇଁଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଉ ଏହାରି ମଧ୍ୟରେ ବିଜେପି ରୁ ବିଏସ ୟେଦୟୁରପ୍ପା ରାଜ୍ୟପାଳ ଵଜୁଭାଈ ବାବାଙ୍କୁ ସାକ୍ଷାତ କରିଛନ୍ତି । ତେବେ ଆଜି ହିଁ ସେ ଶପଥଗ୍ରହଣ କରିପାରନ୍ତି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟଯେ, କର୍ଣ୍ଣାଟକରେ ୨୧ ଦିନହେବ ଚାଲିଥିବା ରାଜନୈତିକ ଉଥଲ ପୁଥଲ ପରେ କଂଗ୍ରେସ-ଜେଡିଏସ ଗଠବନ୍ଧନ ସରକାରର ପତନ ଘଟିଥିଲା। ରାଜ୍ୟରେ ଭାରତୀୟ ଜନତା ପାର୍ଟୀକୁ ବହୁମତ ମିଳିଛି। କଂଗ୍ରେସ-ଜେଡିଏସ ଗଠବନ୍ଧନକୁ ୯୯ ଭୋଟ ମିଳିଥିବା ବେଳେ ଭାରତୀୟ ଜନତା ପାର୍ଟୀକୁ ୧୦୫ଟି ଭୋଟ ମିଳିଛି।

ଇତି ମଧ୍ୟରେ ଗତକାଲି କର୍ଣ୍ଣାଟକର ବିଧାନସଭା ଅଧ୍ୟକ୍ଷ ଆର ରମେଶ କୁମାର ଗୁରୁବାର ଦିନ ଜଣେ ନିର୍ଦ୍ଦଳୀୟ ବିଧାୟକ ଏବଂ ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ସମେତ ତିନିଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ସେମାନେ ହେଲେ ରମେଶ ଜରକିହୋଲୀ- କଂଗ୍ରେସ, ମହେଶ କୁମଥଲ୍ଲୀ- କଂଗ୍ରେସ ଏବଂ ଆର ଶଂକର- ନିର୍ଦ୍ଦଳୀୟ।

ସୂଚନାଯୋଗ୍ୟଯେ, ଗତ ମଙ୍ଗଳବାରଦିନ ଅନୁଷ୍ଠିତ ଆସ୍ଥାଭୋଟରେ କର୍ଣ୍ଣାଟକର ଏଚଡି କୁମାରସ୍ୱାମୀ ସରକାର ପରାଜିତ ହୋଇ ଭାଙ୍ଗିଯାଇଥିଲା। ସରକାର ସପକ୍ଷରେ ୯୯ ଓ ବିପକ୍ଷରେ ୧୦୫ ଭୋଟ ପଡିଥିଲା। ଇସ୍ତଫା ଦେଇଥିବା ୧୫ ବିଧାୟକ ଅନୁପସ୍ଥିତ ରହିଥିଲେ। ବାଚସ୍ପତି ଏପର୍ଯ୍ୟନ୍ତ ଇସ୍ତଫା ଦେଇଥିବା ସମସ୍ତ ୧୫ ବିଧାୟକମାନଙ୍କ ସଂପର୍କରେ ନିଷ୍ପତ୍ତି ନେଇନଥିବାରୁ, ବିଜେପି ମଧ୍ୟ ସରକାର ଗଠନ ପାଇଁ ଦାବି କରିପାରିନାହିଁ।

କର୍ଣ୍ଣାଟକ ବିଧାନସଭା ଅଧ୍ୟକ୍ଷ ର ଆର ରମେଶ କୁମାର ଗୁରୁବାରଦିନ କହିଲେ କି ସେ ନିଜର ବିଶେଷାଧିକାରର ବ୍ୟବହାର କରିବେ ଏବଂ ଉଚ୍ଚତମ ନ୍ୟାୟାଳୟ ଯେଉଁ ଭରସା ତାଙ୍କ ଉପରେ ରଖିଛନ୍ତି ତାହାକୁ ସେ ପାଳନ କରିବେ। ବିଧାନସଭା ଅଧ୍ୟକ୍ଷ ଆର ରମେଶ ଏହି ତିନିଜଣ ବିରୋଧି ବିଧାୟକଙ୍କର ଇସ୍ତପା ଏବଂ ଅଯୋଗ୍ୟତା ସମ୍ବନ୍ଧୀତ ଯାଚିକା ଉପରେ ନିଷ୍ପତି କରିଛନ୍ତି।

ସେ କହିଲେ କି ବିରୋଧି ବିଧାୟକଙ୍କୁ ତାଙ୍କର ସମକ୍ଷରେ ଉପସ୍ଥିତ ହେବାପାଇଁ ଏବେ ଆଉ ମୌକା ମିଳିବ ନାହିଁ ଏବଂ ଏବେ ଏହି ଅଧ୍ୟାୟ ବନ୍ଦ ହୋଇସାରିଛି। ସେ କହିଲେ, ‘‘ଆଇନ୍ ସମସ୍ତଙ୍କ ପାଇଁ ସମାନ ଅଟେ। ସେ ଶ୍ରମିକ ହୁଅନ୍ତୁ କିମ୍ବା ଭାରତର ରାଷ୍ଟ୍ରପତି।’’ କୁମାର କହିଲେ, ‘‘ହଁ – ନ୍ୟାୟାଳୟ (ଇସ୍ତପା ଉପରେ ନିଷ୍ପତି କରିବା ପାଇଁ) ମୋର ବିବେକ ଉପରେ ଛାଡ଼ିଛନ୍ତି। ମୋର ନିକଟରେ ବିବେକାଧିକାର ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.