Home ଓଡ଼ିଶା ଆଜିର ଦିନଟି ଭାରତ ପାଇଁ ଅତି ଖାସ

ଆଜିର ଦିନଟି ଭାରତ ପାଇଁ ଅତି ଖାସ

251

ନୂଆଦିଲ୍ଲୀ, ୨୬।୭, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ଦିନଟି ପ୍ରତି ଭାରତବାସୀଙ୍କ ପାଇଁ ଗର୍ବର ଦିନ, କାରଣ ଆଜିକୁ ଠିକ୍ ୨୦ ବର୍ଷ ପୂର୍ବେ ପାକିସ୍ତାନକୁ ଧୂଳି ଚଟାଇ କାରଗିଲ ପାହାଡରୁ ବାହାର କରିଥିଲେ ଭାରତୀୟ ଯବାନ। ଏନେଇ ଆଜିର ଏହି ଐତିହାସିକ ଦିନକୁ ମନେପକାଇ ସାରା ଦେଶ କାରଗିଲ ବିଜୟ ଦିବସ ପାଳନ କରୁଛିି। ଏହି ଦିନ ପାକିସ୍ତାନ ସହ ଯୁଦ୍ଧ କରି ବିଜୟର ମୁକୁଟ ପିନ୍ଧିଥିଲା ଭାରତ। କାର୍ଗିଲ ଯୁଦ୍ଧ ୬୦ ଦିନ ଯାଏଁ ଜାରି ଥିଲା, ଯାହାକି ଜୁଲାଇ ୨୬ରେ ଶେଷ ହୋଇଥିଲା। ଭାରତୀୟ ସେନା ଓ ବାୟୁସେନା ପାକିସ୍ତାନ ଦ୍ୱାରା ବେଆଇନ ଜବରଦଖଲ ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧ ଘାଟିର ଉଚ୍ଚସ୍ଥାନରେ ହୋଇଥିଲା। ଫଳରେ ଉଭୟ ସେନାକୁ ଲଢ଼ାଇ ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। କାର୍ଗିଲ ଯୁଦ୍ଧରେ ୫୨୭ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୧୩୬୩ ଯବାନ ଆହତ ହୋଇଥିଲେ। ପାକିସ୍ତାନର ପାଖାପାଖି ୩୦୦୦ ସୈନିକଙ୍କ ମୃତ୍ୟୁ ଘଟିଥିଲା।

 

ତେବେ ଆଜି ଦ୍ରାସରେ ସହିତ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶ୍ରଦ୍ଧାଞ୍ଜଳି ପୂର୍ବରୁ ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି ଯେ, ସହିଦ ଯବାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ଦେଶ ଗର୍ବିତ, ଭାରତକୁ ବିଜୟୀ କରିଥିବା ଯୋଦ୍ଧାଙ୍କ ଧର୍ଯ୍ୟକୁ ପ୍ରଣାମ କରୁଛି, ସମସ୍ତ ସହିଦ ଯବାନଙ୍କ ପ୍ରତି ଆଜୀବନ ଋଣୀ ରହିବି। ଭାରତର ରକ୍ଷା କରିଥିବା ଯୋଦ୍ଧାମାନଙ୍କୁ ମୋର ପ୍ରଣାମ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.