Home ଓଡ଼ିଶା “ଜିଓ” ଲଞ୍ଚ କଲା ନୂଆ ନ୍ୟୁଜ୍ ଏଗ୍ରିଗେଟର ଆପ୍

“ଜିଓ” ଲଞ୍ଚ କଲା ନୂଆ ନ୍ୟୁଜ୍ ଏଗ୍ରିଗେଟର ଆପ୍

2147

ଭୁବନେଶ୍ୱର:ଟେଲିକମ୍ ଇଣ୍ଡଷ୍ଟ୍ରୀରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିବା ରିଲାୟନ୍ସ ଜିଓ ଏକ ନୂଆ ନ୍ୟୁଜ୍ ଏଗ୍ରିଗେଟର ଆପ ଲଞ୍ଚ କରିଛି।ଜିଓ ଏକ୍ସପ୍ରେସ ବଦଳରେ କମ୍ପାନୀ ଏବେ ଏହି ନୂଆ ଆପ୍ ଲଞ୍ଚ କରିଛି।ଜିଓ ନ୍ୟୁଜ ମୋବାଇଲ ଆପ୍ ସହିତ ୱେବ ସର୍ଭିସ ମଧ୍ୟ ଆରମ୍ଭ କରିଛି କମ୍ପାନୀ।ଗୁଗଲ ପ୍ଲେ ଯାଇ ଏହି ଆପ ଡାଉନଲୋଡ କରିହେବ।ଜିଓ ନ୍ୟୁଜର କମ୍ପାନୀ ଏଭଳି ସମୟରେ ଏହି ସେବା ଆରମ୍ଭ କରିଛି, ଯେତେବେଳେ ଦେଶରେ ସାଧାରର ନିର୍ବାଚନ ଚାଲିଛି।ସେହିଭଳି ମେ’ ୩୦ରୁ ଇଂଲଣ୍ଡରେ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଯିବ।ଏହି ଆପ ମାଧ୍ୟମରେ ୧୨ରୁ ଅଧିକ ଭାଷାରେ ଖବର ମିଳିପାରିବ।ଏଥି ସହିତ ୧୫୦ ଲାଇଫ ଚ୍ୟାନେଲ, ୮୦୦ ମ୍ୟାଗାଜିନ ଏବଂ ୨୫୦ରୁ ଅଧିକ ଖବରକାଗଜ ସହିତ ଅନଲାଇନ ବ୍ଲଗ ଗ୍ରାହକଙ୍କୁ ମିଳିପାରିବ।

ରୋବର୍ଟ କରିବ ହୋମ ଡେଲିଭରି:କବାଟ ଖୋଲିବ,ବାକ୍ସ ଉଠାଇବ!

ଗ୍ରାହକଙ୍କୁ ଜିଓ ନ୍ୟୁଜ ତରଫରୁ ଇଂରାଜୀ, ହିନ୍ଦୀ, ଓଡ଼ିଆ, ବଙ୍ଗଳା, ଗୁଜୁରାଟୀ, ମରାଠୀ, ପଂଜାବୀ, ତାମିଲ, ଉର୍ଦ୍ଦୁ ସମେତ ଅନ୍ୟ ଭାଷାରେ ମଧ୍ୟ ନ୍ୟୁଜ ମିଳିପାରିବ। କମ୍ପାନୀ କହିଛି, ଜିଓ ନ୍ୟୁଜ ୟୁଜର୍ସ ନିଜର ଇଚ୍ଛା ଅନୁସାରେ ହୋମପେଜକୁ କଷ୍ଟମାଇଜ କରି ପାରିବେ।ସେହିଭଳି ୟୁଜର୍ସ ରାଜନୀତି, ଖେଳ, ମନୋରଂଜନ, ବ୍ୟବସାୟ, ସୂଚନାପ୍ରଯୁକ୍ତି, ଜୀବନଶୈଳୀ, ଫ୍ୟାସନ, କ୍ୟାରିୟର, ସ୍ୱାସ୍ଥ୍ୟ, ଜ୍ୟୋତିଷ, ବିତ୍ତିୟ ଏବଂ ଅନ୍ୟ ଖବର ପାଇଁ କାଟାଗୋରୀକୁ ଯାଇ ଚାହୁଁଥିବା କାଟାଗୋରୀକୁ ଓପନ କରି ଦେଖି ପାରିବେ।//ଦେବଦତ୍ତ

ପଲଟି ମାରୁଥିବା,ମୋଡ଼ି ବଙ୍କେଇ ହୋଇ ଯାଉଥିବା ରୋବର୍ଟ:ମିନି ଚିତା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.