Home ଆନ୍ତର୍ଜାତୀୟ ପଲଟି ମାରୁଥିବା,ମୋଡ଼ି ବଙ୍କେଇ ହୋଇ ଯାଉଥିବା ରୋବର୍ଟ:ମିନି ଚିତା

ପଲଟି ମାରୁଥିବା,ମୋଡ଼ି ବଙ୍କେଇ ହୋଇ ଯାଉଥିବା ରୋବର୍ଟ:ମିନି ଚିତା

746

ଭୁବନେଶ୍ୱର:ରୋବର୍ଟ ତ’ ଆପଣ ଅନେକ ଦେଖିଛନ୍ତି।କିନ୍ତୁ କ’ଣ ଆପଣ ଏପରି କୌଣସି ରୋବର୍ଟ ଦେଖିଛନ୍ତି,ଯିଏ ପଲଟି ମାରି ପାରୁଥିବ।ମୋଡ଼ି ବଙ୍କେଇ ହେଇଯାଉଥିବ।

ଏପରି ଏକ ରୋବର୍ଟ ତିଆରି କରିଛନ୍ତି ମୈସଚୁସଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଏମଆଇଟି)।ଏହି ରୋବର୍ଟର ନାମ ରଖାଯାଇଛି “ମିନି ଚିତା”।ପଲଟି ମାରିବା ଏବଂ ଦୌଡ଼ିବାରେ ଚିତା ବାଘ ପରି ଲାଗୁଥିବା ଏହି ରୋବର୍ଟଟିର ପ୍ରଦର୍ଶନ ଖୁବ୍ ଚମତ୍କାର।ଏମଆଇଟି ମିନି ଚିତା ରୋବର୍ଟର ଭିଡିଓ ଜାରି କରିଛି।ଯେଉଁଥିରେ ରୋବର୍ଟଟି ପଲଟି ମାରିବା ସହ,ଠେଲି ଦେଲେ ପଡ଼ି ପୁଣି ଉଠିଯିବା,ଆଗ ପଛ,ବାମ ଡାହାଣ ସବୁ ଆଡ଼େ ଗତି କରିବା,ମୋଡ଼ି ବଙ୍କେଇ ହେବା ସହ ଅନେକ ଆଶ୍ଚର୍ଯ୍ୟ ଜନକ ଅଙ୍ଗଭଙ୍ଗୀ କରୁଛି।

https://twitter.com/lantel_kz/status/1102605554797694976?s=08

୯ କିଲୋଗ୍ରାମ ଓଜନର ଏହି ମିନି ଚିତା ରୋବର୍ଟଟି ଖୁବ୍ ମଜଭୁତ।ଏହା ଘଣ୍ଟାକୁ ୯ କିଲୋମିଟର ପ୍ରତି ବେଗରେ ଦୌଡ଼ି ପାରିବ।ଏମଆଇଟି ଅନୁଯାୟୀ ଏହା ୪ ଗୋଡ଼ ଥିବା ପ୍ରଥମ ରୋବର୍ଟ ଯିଏ ଏପରି ପଲଟି ମାରି ପାରୁଛି।ଏମଆଇଟିର ବାୟୋମିମୋଟିକ ରୋବଟିକ୍ସ ଲାବୋରଟାରୀ ଏହାକୁ ତିଆରି କରିଛି।ଏହା ପୂର୍ବରୁ ୨୦୧୭ରେ ବୋଷ୍ଟନ ଡାୟନାମିକ୍ସ ନାମକ ଏକ କମ୍ପାନୀ ଦୁଇ ଗୋଡ଼ ଥିବା ଏଟଲସ ନାମକ ଏକ ରୋବର୍ଟ ତିଆରି କରିଥିଲା।ଯିଏ ଏପରି ପଲଟି ମାରି ପାରୁଥିଲା।ଯେତେବେଳେ କି ଏଟଲସ ରୋବର୍ଟର ୨ଟି ଗୋଡ଼ ଥିଲା,କିନ୍ତୁ ମିନି ଚିତା ରୋବର୍ଟର ୪ଟି ଗୋଡ଼।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.