Home ଓଡ଼ିଶା ରବି ଶାସ୍ତ୍ରୀ ହିଁ ଟିମ ଇଣ୍ଡିଆର ହେଡ କୋଚ ରହିବେ, ୨ ବର୍ଷର ହେବ କାର୍ଯ୍ୟକାଳ

ରବି ଶାସ୍ତ୍ରୀ ହିଁ ଟିମ ଇଣ୍ଡିଆର ହେଡ କୋଚ ରହିବେ, ୨ ବର୍ଷର ହେବ କାର୍ଯ୍ୟକାଳ

1065

ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ କପିଳ ଦେବଙ୍କର ନେତୃତ୍ତ୍ୱରେ ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ ଉପଦେଷ୍ଟା ସମିତି ଟିମ ଇଣ୍ଡିଆର ନୂଆ କୋଚଙ୍କର ନାମ ଘୋଷଣା କରିଛନ୍ତି। ରବି ଶାସ୍ତ୍ରୀଙ୍କୁ ଦ୍ୱିତୀୟ ଥର ପୁନଃ ନିଯୁକ୍ତି ମିଳିଛି। ତାଙ୍କର ଆସନ୍ତା କାର୍ଯ୍ୟକାଳ ୨ ବର୍ଷର ହେବ।

କପିଲ ଦେବ କହିଲେ କି କୋଚ ପଦପାଇଁ ଦାବିଦାରଙ୍କ ମଧ୍ୟରେ କଡ଼ା ଟକ୍କର ଥିଲା। ମାଇକ ହେସନ ଦ୍ୱିତୀୟ ଏବଂ ଟମ ମୁଡୀ ତୃତୀୟ ନମ୍ବରରେ ରହିଥିଲେ।

ଅଂଶୁମାନ ଗାୟକୱାଡ଼ କହିଲେ କି ଇଣ୍ଡିଆନ୍ କ୍ରିକେଟ ଟିମକୁ ପ୍ରାୟତଃ ଜାଣିବାରେ ରବି ଶାସ୍ତ୍ରୀଙ୍କର ସପକ୍ଷରେ ଯାଇଥିଲା। ସେ କହିଲେ ‘ରବି ଶାସ୍ତ୍ରୀ ଟିମକୁ ଜାଣିଛନ୍ତି, ପ୍ରତ୍ୟେକ ଖେଳାଳିଙ୍କୁ ଜାଣନ୍ତି, ଭାରତୀୟ କ୍ରିକେଟ ଟିମର ସିଷ୍ଟମକୁ ମଧ୍ୟ ଜାଣନ୍ତି। ଅନ୍ୟ କୌଣସି ଦ୍ୱିତୀୟ କୋଚ୍ ଙ୍କୁ ଏକ ନୂଆ ପ୍ରାରମ୍ଭ କରିବାକୁ ପଡ଼ନ୍ତା।’

ଶାସ୍ତ୍ରୀଙ୍କର କାର୍ଯ୍ୟକାଳରେ ଟିମ ଇଣ୍ଡିଆ ୭୦ ପ୍ରତିଶତ ମ୍ୟାଚ୍ ରେ ବିଜୟଲାଭ କରିଛି

ରବି ଶାସ୍ତ୍ରୀ ୨୦୧୭ ରୁ ଭାରତୀୟ ଟିମର ମୁଖ୍ୟ କୋଚ ଭାବରେ ଅଛନ୍ତି। ଜୁଲାଇ ୨୦୧୭ ରେ ଭାରତ ୨୧ଟି ଟେଷ୍ଟରୁ ୧୩ଟିରେ ବିଜୟ ଲାଭ କରିଥିଲା। ଟି-୨୦ ରେ ଭଲ ପ୍ରଦର୍ଶନ ଥିଲା, ଭାରତ ୩୬ଟି ମ୍ୟାଚ୍ ରୁ ୨୫ ମ୍ୟାଚରେ ବିଜୟ ଲାଭ କରିଥିଲା। ସେହିପର୍ ଏକଦିବସୀୟରେ ମଧ୍ୟ ଭାରତୀୟ ଟିମ ୬୦ ରୁ ୪୩ଟି ମ୍ୟାଚ୍ ରେ ବିଜୟ ଲାଭ କରିଛି। ଶାସ୍ତ୍ରୀଙ୍କର ନେତୃତ୍ୱରେ ଟିମ ଇଣ୍ଡିଆ ୭୦ ପ୍ରତିଶତ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ସଫଳତା ହାସଲ କରିଛି। ଏଗୁଡ଼ିକ ମଧ୍ୟରେ ଦୁଇଟି ଏସିଆ କପ, ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍ ରେ ବିଜୟ ଲାଭ ପରି ଅନେକ ଉପଲବ୍ଧି ମଧ୍ୟ ସାମିଲ ଅଟେ। ବିରାଟ କୋହଲୀଙ୍କର ଟିମ ଟେଷ୍ଟ ରାକିଙ୍ଗରେ ନମ୍ବର ଏକ ଏବଂ ୱାନଡେରେ ଇଙ୍ଗ୍ଲଣ୍ଡ ପରେ ଦ୍ୱିତୀୟ ନମ୍ବରରେ ଭାରତ ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.