Home ଓଡ଼ିଶା ଗଗନ ଧଳଙ୍କ ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟୀକରଣ

ଗଗନ ଧଳଙ୍କ ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟୀକରଣ

494

ଭୁବନେଶ୍ୱର,୧୬ ।୮(ଓଡିଆ ପୁଅ/ ପଙ୍କଜିନୀ ନାୟକ):ଆଇଏଏସ୍ ଗଗନ ଧଳଙ୍କ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଲେ ସରକାର । ସରକାରଙ୍କ କହିବାନୁଯାଇ, ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ମାଗିଛନ୍ତି । ଅଗଷ୍ଟ ୬ରେ ମଚଖ୍ୟ ଶାସନ ସଚିବଙ୍କୁ ସେ ନିଜର ଦରଖାସ୍ତ ଦେଇଥିଲେ ।

ତେବେ ଉଲ୍ଲେଖଯୋଗ୍ୟ ଯେ, ଅବସରର ୪ମାସ ପୂର୍ବରୁ ସ୍ୱେଚ୍ଛାକୃତ ଭାବେ ଅବସର ପାଇଁ ଦରଖାସ୍ତ ଦେଇଛନ୍ତି ଗଗନ ଧଳ । ଚଳିତବର୍ଷ ଡିସେମ୍ବର ଯାଏଁ ତାଙ୍କର ଚାକିରି କାର୍ଯ୍ୟକାଳ ଥିବାବେଳେ ସେ କୃଷି ଉତ୍ପାଦନ କମିଶନର ଦାୟିତ୍ୱ ତୁଲାଇଥିଲେ । ତେବେ ଗତକାଲି ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଥିଲେ ରାଜ୍ୟ ସରକାର । ଯେଉଁଥିରେ ଗଗନ ଧଳଙ୍କ ସ୍ଥାନରେ କୃଷି ଉତ୍ପାଦନ କମିଶନର ଭାବେ ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ୱରେ ଥିବା ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.