Home ଓଡ଼ିଶା Ragini MMS Returns 2 ର ଭୟାନକ ଟ୍ରେଲର ରିଲିଜ, ଏଥର ବୋଲ୍ଡନେସର ଜବରଦସ୍ତ ତଡ଼କା

Ragini MMS Returns 2 ର ଭୟାନକ ଟ୍ରେଲର ରିଲିଜ, ଏଥର ବୋଲ୍ଡନେସର ଜବରଦସ୍ତ ତଡ଼କା

1172

ନୂଆ ଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) ଅଲ୍ଟ ବାଲାଜୀ ସୋସିଆଲ ମିଡ଼ିଆରେ ଗୁରୁବାର, ୧୨ ଡିସେମ୍ବରରେ ନିଜର ମୋଷ୍ଟ ଆୱେଟେଡ ସିରିଜ୍ ‘ରାଗିନୀ ଏମଏମଏସ ରିଟର୍ନ୍ସ ୨’ର ଟ୍ରେଲର ଲଞ୍ଚ କରିଛି। ରିୟଲ ଲାଇଫ କପଲ ବରୁଣ ସୁଦ ଏବଂ ଦିବ୍ୟା ଅଗ୍ରବାଲ ନୂଆ ସିଜନରେ ନଜର ଆସିବେ।

ଟ୍ରେଲରର କଥା କହିଲେ, ଏହି ଟ୍ରେଲରର ଦୁଇଟି ଦୀଗ ନଜର ଆସୁଛି। ଗୋଟେ ପଟେ ଟ୍ରେଲରରେ କିଛି ଇଣ୍ଟିମେଟ ସିନ୍ସ ଦେଖାଯାଉଛି ଏବଂ ଏହି ସିନ୍ସର ସିରିଜ୍ ର କାହାଣୀରେ ସିଧା-ସିଧା ଲିଙ୍କ ରହିଛି। ଏହି ଟ୍ରେଲରରେ ଏକ ଭିଲ୍ଲାର କାହାଣୀ କହିବାକୁ ଚେଷ୍ଟା କରାଯାଇଛି ଯାହା କି ହଣ୍ଟେଡ।

ଟ୍ରେଲରର ପ୍ରାରମ୍ଭରେ କିଛି ଯଙ୍ଗ କପଲ୍ସଙ୍କର ଗ୍ରୁପ ଭିଲ୍ଲାରେ ସାମିଲ ହେଉଛନ୍ତି, କିନ୍ତୁ ଏହି କପଲ୍ସ କିଛି ଏମିତି କରୁଛନ୍ତି, ଯାହାର କାରଣରୁ ଭିଲ୍ଲାରେ ପୂର୍ବରୁ ଥିବା ପ୍ରେତାତ୍ମା ପଳାୟନ କରୁଛି ଏବଂ ସେହି ପ୍ରେତାତ୍ମା ଜଣ ଜଣ କରି ତାଙ୍କ ଆକ୍ଟିଭିଟି ମୁତାବିକ ନିଜର ପ୍ରତିଶୋଧ ନେଉଛି।

କିଛିଦିନ ତଳେ ମିଡ଼ିଆ ଚର୍ଚ୍ଚା ଚାଲିଥିଲା, ନିର୍ମାତା ଏକତା କାପୁରଙ୍କର ଆସୁଥିବା ସିରିଜ୍ ସମ୍ବନ୍ଧିତ କିଛି ନୂତନ ରୋମାଞ୍ଚକ ତଥ୍ୟର ଖୁଲାସା ହେବ। ସେ କହିଥିଲେ କି ସିରିଜ୍ ର ଉଦ୍ଦେଶ୍ୟ ରିୟଲ ଲାଇଫ କପଲ ବରୁଣ ସୁଦ ଏବଂ ଦିବ୍ୟା ଅଗ୍ରବାଲଙ୍କର ସିଜଲିଂଗ କେମିଷ୍ଟ୍ରୀକୁ ଦର୍ଶକମାନଙ୍କ ଆଗରେ ରଖିବେ, ଯିଏକି ସିରିଜ୍ ରେ ଲିଡ ଭୂମିକାରେ ଅଛନ୍ତି।

ସେ କହିଛନ୍ତି କି ରାଗିନୀ ଏମଏମଏସ ରିଟର୍ନ୍ସ ୨ ରେ ଏହିପରି ଭାବରେ ଭୂମିକା ନିଭାଇବା ପାଇଁ ସେ ସନୀ ଲିୟୋନୀଙ୍କର ପାଖରେ ଋଣୀ। ସନୀ ଲିୟୋନୀଙ୍କର ପ୍ରଶଂସା କରି କହିଛନ୍ତିକି ଏହି ସିରିଜ୍ ୧୮ ଡିସେମ୍ବର, ୨୦୧୯ କୁ ରିଲିଜ ହେବ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.