Home ଓଡ଼ିଶା ରାତିରେ ଆସ; ଚିତ୍ର ଆଙ୍କି କବିତା ଲେଖିବି: ନେତାଙ୍କ ଧଳା ପୋଷାକ ତଳର କଳା ହୃଦୟର...

ରାତିରେ ଆସ; ଚିତ୍ର ଆଙ୍କି କବିତା ଲେଖିବି: ନେତାଙ୍କ ଧଳା ପୋଷାକ ତଳର କଳା ହୃଦୟର ଭାଷା

876

ଭୁବନେଶ୍ୱର: କ୍ରୀଡ଼ା, କଳା ଆଦି ଦୁନିଆରୁ ଅନେକ ଲୋକ ରାଜନୀତିକୁ ଆସିଥାଆନ୍ତି। ଏବେ ଏହାର ସଂଖ୍ୟା ମଧ୍ୟ ଆଉ ଟିକେ ବଢ଼ିଯାଇଛି। କଳା ଦୁନିଆରୁ ଅଭିନେତା, ଅଭିନେତ୍ରୀ, ଗୀତିକାର ଆଦି ରାଜନୀତିକୁ ଆସୁଛନ୍ତି। କିଛି ରାଜନୀତିରେ ସଫଳତା ପାଉଛନ୍ତି ଆଉ କିଛି ବିଫଳ ହେଉଛନ୍ତି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ କଳା ଦୁନିଆରୁ ଅଭିନେତା, ଅଭିନେତ୍ରୀ, ଗୀତିକାର ଆଦି ରାଜନୀତିକୁ ଆସିଛନ୍ତି। କିନ୍ତୁ ଦେଶର ଅନ୍ୟାନ୍ୟ ସ୍ଥାନ ତୁଳନାରେ ଓଡ଼ିଶାରେ ଏମାନଙ୍କର ସଫଳତାର ହାର ଖୁବ କମ। ନେତା ବା ନେତ୍ରୀ ହେବାରେ ସଫଳତା ମିଳୁ ବା ନ’ମିଳୁ, କିନ୍ତୁ ନେତା ବା ନେତ୍ରୀ ବୋଲାଇବାରେ ବୋଧେ ଏମାନଙ୍କର ଗୋଟେ ରୁଚି ରହିଛି। ଆଉ କାହାର ଆଉ କିଛି ବି ଉଦ୍ଦେଶ୍ୟ ରହିଛି। କିଏ ନିଜର ମୂଳ ବୃତ୍ତିର ଲାଭ ବା ପ୍ରମୋଟ ପାଇଁ ରାଜନୀତିରେ ପାଦ ଦେଇଛନ୍ତି।

ଓଡ଼ିଶାରେ ଏକ ରାଜନୈତିକ ଦଳରେ ଏବେ ନେତା ସାଜିଥିବା ଜଣେ ଓଲିଉଡ (କଳା କ୍ଷେତ୍ର) ବ୍ୟକ୍ତିଙ୍କର ରାଜନୀତିର ଧଳା ପୋଷାକ ତଳେ ତାଙ୍କର ସେହି କଳା ହୃଦୟଟି ଅଛି। ପ୍ରେମ ଅଛି ମାନେ, ଭାବ ବି ଅଛି। ଆଉ ଭାବ ବି ପ୍ରକଟ କରିଦେଉଛନ୍ତି ସେହି କଳାକାର ନେତା। ରାତିରେ ଆସ ଚିତ୍ର ଆଙ୍କି, କବିତା ଲେଖିବି ବୋଲି ନିଜ ଦଳର ମହିଳା କାର୍ଯ୍ୟକର୍ତ୍ତାଙ୍କୁ କହୁଛନ୍ତି ସେହି ନେତା। ଯେପରି ତାଙ୍କୁ ରାଜନୀତି ପାଇଁ ଗୋଟେ ଦଳ ଆବଶ୍ୟକ ହୋଇଛି, ସେହିପରି ଦଳର ପ୍ରଚାର ପାଇଁ ମଧ୍ୟ ତାଙ୍କ ପ୍ରତିଭା, ପବ୍ଲିସିଟିର ଆବଶ୍ୟକତା ପଡ଼ୁଛି। ତେଣୁ ରାଜ୍ୟ ନେତୃତ୍ୱଙ୍କ ସହିତ ତାଙ୍କର ଭଲ ସଂପର୍କ ରହୁଛି। ଏହି ଆଳରେ ନିଜ ଦଳରେ କେତେଜଣ ମହିଳା ନେତ୍ରୀଙ୍କୁ ଏହି କଳାକାର ନେତା ଜଣଙ୍କ ରାତି ଅଧରେ ଫୋନ କରିବା, ଭିଡିଓ କଲ କରିବା, ରୋମାଣ୍ଟିକ ମେସଜ କରିବା, ରାତିରେ ଆସ ଚିତ୍ର ଆଙ୍କି କବିତା ଲେଖିବା କହିବା ସହ ରାଜନୀତିରେ ଲିଫ୍ଟ୍ ଦେବା କଥା କହୁଛନ୍ତି। ସଂପୃକ୍ତ ଦଳର କିଛି ମହିଳା ନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଏବେ ନିଜ ଦଳର ସେହି କଳାକାର ନେତାଙ୍କ ବାବଦରେ ପରସ୍ପର ମଧ୍ୟରେ ଆଲୋଚନା ଚାଲିଛି। @Dr

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.