Home ଓଡ଼ିଶା ମିଥ୍ୟା ମକଦ୍ଦମା ବିରୋଧି ଅଭିଯାନର ସ୍ୱର : ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ୭ଜଣ ନିର୍ଦ୍ଦୋଷ...

ମିଥ୍ୟା ମକଦ୍ଦମା ବିରୋଧି ଅଭିଯାନର ସ୍ୱର : ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ୭ଜଣ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଦୋଷ ମୁକ୍ତ କରିବା ପାଇଁ ଦାବୀ

469

ବାଲିଗୁଡା, ୧୩-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଭାରତୀୟ ସମ୍ବିଧାନ ତଥା ଦଣ୍ଡଵିଧି ଆଇନର ମୂଳ ଭିତ୍ତି ଏହା ଯେ “ହଜାରେ ଦୋଷୀ ପଛେ ଖସି ଯାହାନ୍ତୁ, ମାତ୍ର ଜଣେ ନିର୍ଦୋଷବ୍ୟକ୍ତି ଦଣ୍ଡ ନପାଉ” ଲକ୍ଷ୍ମଣlନନ୍ଦ ସରସ୍ବତୀଙ୍କ ୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ରାତ୍ରିରେ କନ୍ଧମାଳ ଜିଲ୍ଲାର ଜଲେଶପଟ୍ଟା ଠାରେ ରହସ୍ୟଜନକ ହତ୍ୟାକାଣ୍ଡର ବିଷୟ ନେଇ ମିଥ୍ୟା ମକଦ୍ଦମା ବିରୋଧି ଅଭିଯାନ ସଙ୍ଘ ଓ ସେହି ୭ଜଣ ଭାସ୍କର ସୁନାମାଝୀ, ମୁଣ୍ଡାବଡ଼ ମାଝୀ, ଗରନାଥ ଚାଲାଣ ସେଠ,ବିଜୟ ସାନ ସେଠ, ଦୁର୍ଯ୍ୟୋଧନ ସୁନାମାଝୀ, ସନାତନ ବଡ଼ମାଝୀ ଓ ବୃଦ୍ଧଦେବ ନାୟକ ଏବଂ ତାଙ୍କ ପରିବାର ବର୍ଗ ଶୁକ୍ରବାର ବ୍ରହ୍ମପୁର ଅଭିନନ୍ଦନ କଲ୍ୟାଣ ମଣ୍ଡପରେ ସଙ୍ଘ ତରଫରୁ ସାମ୍ବାଦିକ ସମ୍ମିଳନୀରେ ଓଡିଶା କନ୍ଧମାଳ ୭ଜଣ ନିର୍ଦୋଷଙ୍କୁ ନ୍ୟାୟ ପାଇଁ ଅଭିଯାନ ତରଫରୁ ଦାବି କରିଛନ୍ତି। ଏହି ହତ୍ୟା ମାମଲାରେ ୨୦୦୮ମସିହା ଗିରଫ କରି ୨୦୧୩ରେ ଏମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ସୁପ୍ରିମକୋର୍ଟରୁ ଜାମିନରେ ମୁକ୍ତ ହଇଥିବା ୭ଜଣ ଏବଂ ପରିବାରର ପତ୍ନୀଙ୍କ ସହ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ସାମ୍ବାଦିକ ଆଣ୍ଟ ଆକାରା, ପରିବେଶବିତ୍ ତଥା ଗ୍ରୀନ ନୋବେଲ ପୁରସ୍କାର ବିଜେତା ପ୍ରଫୁଲ୍ଲ ସାମନ୍ତରା ପ୍ରମୁଖ ଯୋଗଦେଇ ଦୋଷମୁକ୍ତ ନିମନ୍ତେ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.