Home ଜିଲ୍ଲା ପରିକ୍ରମା ରଣପୁର ତହିସଲ୍ ଅଂଚଳରେ କାଜୁ ଜଙ୍ଗଲକୁ ନେଇ ମୁହାଁ ମୁହିଁ

ରଣପୁର ତହିସଲ୍ ଅଂଚଳରେ କାଜୁ ଜଙ୍ଗଲକୁ ନେଇ ମୁହାଁ ମୁହିଁ

190

ନୟାଗଡ/୨୩/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ପ୍ରତିବର୍ଷ କାଜୁ ଫିଲ୍ଡ ନିଲାମ ଓ ଫଳ ତୋଳାକୁ ନେଇ ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ଉତ୍ତେଜନା ଦେଖା ଦେଇଥାଏ। ଚଳିତ ବର୍ଷ ଉତ୍ତେଜନା ଆରମ୍ଭ ହୋଇଥିବା ଜଣା ପଡିଛି। ସେହିଭଳି ଘଟଣା ଦେଖିବାକୁ ମିଳିଛି ଡିସେମ୍ବର ୨୨ ତାରିଖରେ ରଣପୁର ତହସିଲ୍ ମୁକ୍ତାପୁର ମୌଜାରେ। କାଜୁ କର୍ପୋରେସନ୍ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିବା ଜଣା ପଡିଛି। କଜୁ କର୍ପୋରେସନ୍ କର୍ମଚାରୀଙ୍କ କହିବା ଅନୁଯାୟୀ ଏହି ଯାଗା କର୍ପୋରେସନ୍ ଲିଜ୍ ସୁତ୍ରରେ ନେଇଅଛି। ଗ୍ରାମବାସୀ ମାନଙ୍କର ଅଭିଯୋଗ ହେଉଛି ସମ୍ପୃକ୍ତ ଗ୍ରାମ ଅଂଚଳରେ ଗାଈ ଗୋରୁଙ୍କର ଚାରଣ ସହ ଗ୍ରାମବାସୀ ମାନେ ଏହି ଯାଗାରେ ଧାନ, ମାଣ୍ଡିଆ, କୁହୁରି ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ତେଣୁ ଏହି ଯାଗା ସରକାରୀ ଖାତାରେ ରହିଅଛି। ଗ୍ରାମବାସୀମାନେ ସୂଚନା ଆଇନ୍ ଅନୁସାରେ ଏହି ଯାଗାର ମାଲିକାନା ସରକାରଙ୍କ ନାମରେ ଥିବା ସୂଚନା ପାଇଛନ୍ତି। ତେଣୁ ଗ୍ରାମବାସୀମାନେ କାଜୁ କର୍ପୋରେସନ୍ ଚଳିତ ବର୍ଷ ଲଗାଇଥିବା କାଜୁ ଜଙ୍ଗଲକୁ ବିରୋଧ କରି ଉପାଡିବାକୁ ଯାଇଥିଲେ। ଖବର ପାଇ ଚାନ୍ଦପୁର ଥାନା କାର୍ଯ୍ୟରତ ଇନିସ୍‌ପେକ୍ଟର ଧନେଶ୍ୱର ନାହାକ ଘଟଣା ସ୍ଥଳକୁ ସଦଳବଳେ ଯାଇଥିଲେ। ପୋଲିସ୍ ପହଁଚିବା ପରେ ଉତ୍ତେଜନା କିଛି ମାତ୍ରାରେ କମି ଯାଇଥିଲା। ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଧନେଶ୍ୱର ନାହାକଙ୍କୁ ପଚାରିବାରେ କୁହନ୍ତି ଯେ କାଜୁ କର୍ପୋରେସନ୍ ଦେଖାଉଥିବା ଲିଜ୍ ଅବଧି ୨୦୧୯ ମସିହା ଡିସେମ୍ବର ମାସରେ ସରିଯାଉଅଛି। ଗ୍ରାମବାସୀମାନେ କାଜୁ କର୍ପୋରେସନ୍ କୁ ଉକ୍ତ ଯାଗା ଦେବା ପାଇଁ ନାରାଜ। ତେଣୁ ନୟାଗଡ ଜିଲ୍ଲାପାଳଙ୍କୁ ଏ ସମ୍ପର୍କେ ଅବଗତ କରାଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଘଟଣାର ଆଶୁ ସମାଧାନ କରାଯିବ। ଅପରପକ୍ଷେ ପୋଲିସ୍ ଫେରିବା ପରେ ଗ୍ରାମବାସୀମାନେ ଲଗାଯାଇଥିବା କାଜୁ ଜଙ୍ଗଲକୁ ଉଜାଡି ଦେଇଥିବା ଜଣା ପଡିଛି। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସେହି ଚାନ୍ଦପୁର ଥାନା ବଳରାମପୁର ଓ ରାଣୀଗାଡିଆ ମୌଜାରେ ଥିବା କାଜୁ କର୍ପୋରେସନ୍ ର କଦମ୍ବଝୋଲା ୩ନମ୍ବର କାଜୁ ଫିଲ୍ଡ୍ କୁ ମାଫିଆ ମାନଙ୍କ କବଳରୁ ଉଦ୍ଧାର କରି ଗ୍ରାମ୍ୟ ଜଙ୍ଗଲ ଭାବରେ ସୁରକ୍ଷା ପ୍ରଦାନ ପାଇଁ ଅଣ୍ଟା ଭିଡିଥିବା ଜଣା ପଡିଛି। ଏ ସମ୍ପର୍କେ ନୟାଗଡ ଜିଲ୍ଲାପାଳ, ରଣପୁର ତହସିଲଦାର, ରାଇପଡା ସରପଂଚ, ଚାନ୍ଦପୁର ଥାନା ଇନିସ୍‌ପେକ୍ଟର,  ରଣପୁର ବିଧାୟକଙ୍କୁ ଲିଖିତ ଭାବରେ ଜଣାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଅଛି। ବିଶେଷ କରି ଏହି କାଜୁ ଜଙ୍ଗଲ ବିବାଦକୁ ନେଇ ଅତୀତରେ ଚାନ୍ଦପୁର ଅଂଚଳରେ ଦୁଃଖଦ ହତ୍ୟାକାଣ୍ଡ ହୋଇଥିଲା। ତେଣୁ ଜିଲ୍ଲା ପ୍ରଶାସନ ଘଟଣାର ଗୁରୁତ୍ୱକୁ ଉପଲବ୍‌ଧି କରି ଉତ୍ତେଜନା ହ୍ରାସ କରିବା ପାଇଁ ସମ୍ପୃକ୍ତ ଅଂଚଳର ଜନ ସାଧାରଣମାନେ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.