Home ଓଡ଼ିଶା ଡିସେମ୍ବର ୧୪ରୁ ଏକ ମାସ ଧରି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ସ୍ତରର ଉତ୍ସବ – ମେରାଇନ...

ଡିସେମ୍ବର ୧୪ରୁ ଏକ ମାସ ଧରି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ସ୍ତରର ଉତ୍ସବ – ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ

340

ଭୁବନେଶ୍ୱର ୨-୧୧ (ଓଡ଼ିଆ ପୁଅ) ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ କୋଣାର୍କ ଠାରୁ ୮ କିଲୋମିଟର ଦୂରରେ ୧୪ ଡିସେମ୍ବରରୁ ୧୪ ଜାରୁଆରୀ ପର୍ଯ୍ୟନ୍ତ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ ଅନୁଷ୍ଠିତ ହେବ। ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ହେବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି କରାଯାଇଛି।

ଏହି ଫେଷ୍ଟିଭାଲକୁ ସଫଳ କରିବା ପାଇଁ ସଂପୃକ୍ତ ସମସ୍ତ ବିଭାଗ ତାଙ୍କର ଶ୍ରେଷ୍ଠ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ପୁରୀ ସହରର ବିକାଶ, ଶାମୁକା ପ୍ରକଳ୍ପ ସହିତ ମେରାଇନ ଡ୍ରାଇଭରେ ଏହି ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମ ପୁରୀ କୋଣାର୍କର ପର୍ଯ୍ୟଟନ ଦକ୍ଷତା ଯଥେଷ୍ଟ ଭାବରେ ବୃଦ୍ଧି କରାଇବ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଏକ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, 3D Mapping, Food Festival, ରୋମାଞ୍ଚକରକ୍ରୀଡ଼ା, ଜଳ କ୍ରୀଡ଼ା (Adventure, Water Sports) ଭଳି ଆନ୍ତର୍ଜାତିକ ମାନର ବ୍ୟବସ୍ଥା ପର୍ଯ୍ୟଟକମାନଙ୍କ ପାଇଁ କରାଯିବ।

ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ୫୦ଟି କୋଠରୀ ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ। କଟେଜ ନିର୍ମାଣ କରାଯିବା ସହିତ ଜଳ, ବିଦ୍ୟୁତ, ପାର୍କିଂର ବ୍ୟବସ୍ଥା କରାଯିବ। ମେରାଇନ ଡ୍ରାଇଭ ସଡକର ଆଲୋକୀକରଣ ସହିତ ଏହି ପର୍ଯ୍ୟଟନ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରାଯିବ।

ଏହି ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭାନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.