Home ଓଡ଼ିଶା ଫିକା ପଡିଲା ବିଶ୍ୱପଖାଳ ଦିବସ

ଫିକା ପଡିଲା ବିଶ୍ୱପଖାଳ ଦିବସ

478

ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ବିପତି ଯୋଗୁଁ ଫିକା ପଡିଛି ବିଶ୍ୱ ପଖାଳ ଦିବସ। ଅଧିକାଂଶ ହୋଟେଲ ରେଷ୍ଟୁରାଂଟ ବନ୍ଦ ସମେତ ପର୍ଯ୍ୟଟକ ନଥିବାରୁ ପଖାଳ ଖାଇବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିନାହିଁ। ପଖାଳକୁ ଭଲ ପାଉଥିବା ଲୋକେ ନିଜ ଘର ସମେତ କେତେକ ରେଷ୍ଟୁରାଂଟ ଯାଇ ପଖାଳ ଖାଇଛନ୍ତି। ପଖାଳ ଓଡିଶାର ସବୁଠାରୁ ପ୍ରିୟ ଖାଦ୍ୟ ଭାବେ ପରିଚିତ। ଯେଉଁ ଅଳ୍ପକିଛି ରେଷ୍ଟୁରାଂଟ ଖୋଲା ରହିଛି। ସେଠାରେ ଲୋକେ ଶୁକ୍ରବାର ପଖାଳ ମାଛଭଜା ଶାଗଭଜା ଆଳୁ ଓ ବାଇଗଣ ଭରତା ବଡିଚୁରା ସଜନାଛୁଇଁ ଭଜା ଟମାଟୋ ପୋଡା କଖାରୁ ଫୁଲ ବରା ଖାଇ ପଖାଳ ଦିବସ କରିଛନ୍ତି। ଶରଧାବାଲି ଏକ ଚଳିଆ ହୋଟେଲରେ ପଖାଳ ଖାଇବାକୁ ଲୋକଙ୍କ ଭିଡ ଜମିଥିଲା। ପ୍ରତିବର୍ଷ ବିଶ୍ୱ ପଖାଳ ଦିବସ ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜନ କରାଯାଏ। କେତେକ ହୋଟେଲ ଏବଂ ରେଷ୍ଟୁରାଂଟ ଏହି ଦିନକୁ ଧୁମଧାମରେ ପାଳନ କରିଥାଆନ୍ତି। ପଖାଳ ଖାଇବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ। ଚଳିତବର୍ଷ କରୋନା ପ୍ରତିଷେଧକ ବ୍ୟବସ୍ଥା ଯୋଗୁଁ ସହରର ଅଧିକାଂଶ ହୋଟେଲ ରେଷ୍ଟୁରାଂଟ ଏବଂ କ୍ୟାଂଟିନ ବନ୍ଦ ରହିଛି। ରେଷ୍ଟୁରାଂଟ ଗୁଡିକରେ ଅଧିକ ଲୋକ ସମାଗମ ନହେବାକୁ ଜିଲା ପ୍ରଶାସନ ପରାମର୍ଶ ଦେଇଛି। ତେଣୁ ଚଳିତବର୍ଷ ଫିକା ପଡିଛି ବିଶ୍ୱ ପଖାଳ ଦିବସ। ଅଳ୍ପ କିଛି ହୋଟେଲ ଏବଂ ରେଷ୍ଟୁରାଂଟ ଆଗ୍ରହୀ ଗ୍ରାହକଙ୍କୁ ପଖାଳ ସମେତ ବିଭିନ୍ନ ଭଜା ଓ ସନ୍ତୁଳା ଯୋଗାଇ ଦିଆଯାଇଛି। ସ୍ୱତନ୍ତ୍ର ଫିଟଣ ପଖାଳ ଦହି ପଖାଳ ସଜପଖାଳ ଅରୁଆ ପଖାଳ ଉସୁନା ପଖାଳ ବାସୁମତି ଚାଉଳ ପଖାଳ ଏବଂ ଡେରାଡୁନ ଚାଉଳରେ ପଖାଳ ପ୍ରସ୍ତୁତି କରାଯାଇଛି। କିଛି ରେଷ୍ଟୁରାଂଟ ସଂପୂର୍ଣ୍ଣ ଓଡିଆ ଖାଦ୍ୟ ପ୍ରସ୍ତୁତ କରି ପର୍ଯ୍ୟଟକଙ୍କୁ ଖାଇବାକୁ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.