Home କବିତା – ପୂଣ୍ୟ ତୃଷ୍ଣା –

– ପୂଣ୍ୟ ତୃଷ୍ଣା –

40

ଥରୁଟିଏ ହଜିବାକୁ ଚାହେଁ
ମତେ ଖୋଜୁଥିବା ତୁମ ଆଖିର
ବିଶାଳ ପରିଧିରେ
ଥରୁଟିଏ ଜଳିବାକୁ ଚାହେଁ
ତୁମ ପୂଜାଘରେ ଜଳୁଥିବା
ସଞ୍ଜବତୀର ସଳିତାରେ ..

ଖୋଜେ କେବେ ତୁମକୁ
ଆଖିରୁ ଉଭେଇ ଯାଉଥିବା
ମୄଦ୍ୟୁ ମୄଦ୍ୟୁ ମୃଗତୃଷ୍ଣାରେ
ଦିନ ଆଉ ରାତିର ପୂଣ୍ୟ ମିଳନରେ
ମୁହଁ ସଞ୍ଜର ସୋମ୍ୟ ବେଳାରେ ..

ଶୀତ ସକାଳର ସୂର୍ଯ୍ୟ
ବିନ୍ଦୁ ବିନ୍ଦୁ କାକରରେ ଭିଜିଲା ପରି
ତୁମ ଅସ୍ତିତ୍ୱକୁ ଆତ୍ମସାତ କରେ
ସରସୀର ନିଷ୍କପଟ ପ୍ରତିବିମ୍ବରେ
ଚହଲା ପାଣିର ଚହଲା ପଣ
ଦ୍ଵନ୍ଦ ଭିତରେ ଖୋଜେ କିଛି ତ ହଜିନି ?
ତେବେ ଏ’ ବ୍ୟାକୁଳତା
କେଉଁ ଆବେଗ କୁ ଖୋଜେ .. ?

ବୁଝିଛି ତୁମକୁ ମୁଁ ଖୁବ ବାସ୍ତବତାରେ
କେତେ କଟାକ୍ଷ ଆଉ ସୃଜନରେ
ଗୋଧୂଳିର ଫେରନ୍ତା ବାଲିଝଡ଼
ପାହାନ୍ତି ର ମୌନ ବେଳାରେ ..

କିଛି ତ’ ଛାଡ଼ି ଆସିଛି
ପାଇଲା ପରେ ବି ମୁଁ
ତୁମକୁ ବହୁତ ପାଖରେ
ଅପାସୋରା କଳରବ
ଅଜସ୍ର ନୀରବତାରେ ..

ବାରମ୍ବାର ମୁଁ ଫେରେ
ସେଇ ବିନ୍ଦୁକୁ ଯେବେକି
ସେ ବିନ୍ଦୁ ତ’ ଏବେ ଇନ୍ଦୁ
ପାଲଟିଛି ମୋ ମଥାରେ ..

ପୁଣି କାହିଁ ଏ’ ଅଗଣିତ ଅପେକ୍ଷା
କେଉଁ କାଳରୁ ଏ’ ପାଷାଣୀ ଅହଲ୍ୟାର
ଧର୍ଯ୍ୟରେ ପ୍ରସ୍ତର ନୟନରେ
ଚାହିଁଛି କାହା ପାଦ ସ୍ପର୍ଶରେ
ପୂର୍ଣ୍ଣଜୀବନକୁ ପ୍ରାପ୍ତି ଇଚ୍ଛାରେ ..

– ରଶ୍ମିମୟୀ ପଟ୍ଟନାୟକ
ଜଟଣୀ, ଖୋର୍ଦ୍ଧା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.