Home ଓଡ଼ିଶା ଦ୍ରୌପଦୀଙ୍କ ପାଇଁ ବିଜୟ ଉତ୍ସବ ପାଳିତ ..

ଦ୍ରୌପଦୀଙ୍କ ପାଇଁ ବିଜୟ ଉତ୍ସବ ପାଳିତ ..

32

ଭୁବନେଶ୍ୱର/ଭଦ୍ରକ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ, ଓଡ଼ିଶାର ପ୍ରଥମ ଏବଂ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି। ଦ୍ରୌପଦୀ ଆଜି ଭାରତର ନବନିର୍ବାଚିତ ତଥା ୧୫ ତମ ରାଷ୍ଟ୍ରପତି। ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ସାରା ଭାରତରେ ବିଜୟ ଉତ୍ସବ ପାଳୁଛି ବିଜେପି। ତେବେ, ଦ୍ରୌପଦୀ ଓଡ଼ିଶାର ଝିଅ ହୋଇଥିବାରୁ ଓଡ଼ିଶା ଅଧିକ ଉତ୍ସବ ମୂଖରୀତ ହୋଇଛି। ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା: ପ୍ରଦୀପ ନାୟକ, ଜିଲ୍ଲା ଉପସଭାପତି ଶଶିକାନ୍ତ ବିଶ୍ୱାଳ, ସାଧାରଣ ସମ୍ପାଦକ ଶ୍ରୀହର୍ଷ ସ୍ୱାଇଁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ଯୁବ ମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ, ଯୁବ ମୋର୍ଚ୍ଚା ରାଜ୍ୟ ଆଇଟି ସେଲ୍ ସଂଯୋଜକ ସୂର୍ଯ୍ୟବଂଶୀ ସୁରଜ ସେଠୀ ପ୍ରମୂଖ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କରି ପରସ୍ପର ତଥା ଜନ ସଧାରଣଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଛନ୍ତି।ସେହିପରି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦିକା ଚୈତାଳି ଖିଲାର, ନଗର ସଭାନେତ୍ରୀ ପଦ୍ମିନୀ ଦ୍ବିବେଦୀ ଏବଂ ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ବନ୍ତ ନିକଟସ୍ଥ ଆଦିବାସୀ ବସ୍ତିକୁ ଯାଇ ବିଜୟ ଉତ୍ସବ ପାଳିଛନ୍ତି। ଏହି ଅବସରରେ ମହିଳା ମୋର୍ଚ୍ଚା ପକ୍ଷରୁ ବସ୍ତିରେ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ମହିଳା ଓ ଛୋଟ ଛୋଟ ପିଲାଙ୍କୁ ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା କିପରି ସେମାନଙ୍କ ପାଇଁ ଗର୍ବ, ଗୌରବ ଏବଂ ଉଦାହରଣର ବିଷୟ ବୋଲି ବୁଝାଇଥିଲେ ହରପ୍ରିୟା ସାହୁ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.