Home ଜିଲ୍ଲା ପରିକ୍ରମା ଡଃ ବଶିର ବଦର୍ ଙ୍କ ସ୍ମୃତିରେ ଅଦବି ମରକଯରେ ମୁଶାଏରା

ଡଃ ବଶିର ବଦର୍ ଙ୍କ ସ୍ମୃତିରେ ଅଦବି ମରକଯରେ ମୁଶାଏରା

13

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଉର୍ଦ୍ଦୁ ସାହିତ୍ୟର ଏକମାତ୍ର ସଙ୍ଗଠନ “ଆଦବୀ ମରକଯ୍‌” ଆନୁକୁଲ୍ୟରେ ଏକ କବି ସମ୍ମିଳନୀ ଓ ମୁଶାଏରା ଏବଂ ଅଫିସ୍ ଗୃହର ଶୁଭ ଉଦଘାଟନ ହୋଇଯାଇଛି । ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ଜାମା ମସଜିଦ ନିକଟସ୍ଥ କୋଚିଙ୍ଗ ସେଂଟରରେ ସୁପ୍ରସିଦ୍ଧ ଓ ବିଶିଷ୍ଟ ଉର୍ଦ୍ଦୁ କବି ଜନାବ ସମନ ନସିମି ସାହେବଙ୍କ ସଭାପତିତ୍ୱରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବିଶିଷ୍ଟ ଉର୍ଦ୍ଦୁ କବି ଓ ଗୀତିକାର ସ୍ୱର୍ଗତ ଡଃ ବଶୀର ବଦର୍ ସାହେବଙ୍କ ସ୍ମୃତିରେ ସାନ ସରକାର ବାବାଙ୍କ ଦ୍ୱାରା ଗଠିତ ଭଦ୍ରକ ଜିଲ୍ଲାରେ ଉର୍ଦ୍ଦୁ ସାହିତ୍ୟ ପାଇଁ ଏକମାତ୍ର ସଙ୍ଗଠନ ଆଦବୀ ମରକଯ୍ ଆନୁକୁଲ୍ୟରେ ଏକ କବି ସମ୍ମିଳନୀ ଓ ମୁଶାଏରା ଅନୁଷ୍ଠିତ ହୋଇଯାଇଛି। ଡଃ ବଶୀର ବଦର୍ ସାହେବଙ୍କ ଜୀବନୀ ଓ ଶାଏରୀକୁ ଆଧାର କରି ସମସ୍ତ କବି ନିଜର କବିତା ପାଠ କରିଥିଲେ ଏବଂ ଭଦ୍ରକ ପୁରୁଣା ବଜାର ସ୍ଥିତ ହେଲାସାହି ଠାରେ ଅଦବୀ ମରକଯ ର ଏକ ଅଫିସ ଗୃହର ଶୁଭ ଉଦଘାଟନ ଭଦ୍ରକ ଜିଲ୍ଲାର ଗର୍ବ ଓ ଗୌରବ, ସାହିତ୍ୟ ମନସ୍କ ମଣିଷ ତଥା ଭଦ୍ରକ ଜିଲ୍ଲା ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କ ପବିତ୍ର ହସ୍ତରୁ ହୋଇ ଯାଇଛି। ଶିକ୍ଷକ ତଥା କବି ମୁସ୍ତାକ ଗୌହର ସଂଚାଳକ ଭାବେ ଦାୟିତ୍ୱ ତୁଲାଇଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ପବିତ୍ର ପାଣିଗ୍ରାହୀ, ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ହାଜୀ ମହମ୍ମଦ ଅବଦୁଲ ବାରୀ ସ୍ମୃତି କମିଟିର ସଭାପତି ସୁଧାକର ରାଉତ,ଟୋକା ଗଣେଶ କମିଟିର ସଭାପତି ଓ ରୋଭରସ୍ କ୍ଲବର ସମ୍ପାଦକ ହରି ପ୍ରସାଦ ନନ୍ଦୀ, ଜିଲ୍ଲା ରୋଟାରୀ ସଭାପତି ପ୍ରଫେସର ନାସିର ବଖସ୍‌, ହାଜି ସବ୍ୱିର ଅଲୀ, ହାଜି ଅବୁ ହୋସେନ, ଶେଖ ହବିବୁଲ୍ଲା,ଜାୱେଦ ଅଖତର, ଇମତିୟାଯ କମାଲ,ସେଖ ହମିଦ୍‌, ମିର୍ଜା ଏଜାଜ୍ ବେଗ, ଶମଶିର୍ ନିସିମି,ଶହଯାଦ୍ ନସିମି,ଅବଦୁଲ ରହେମାନ୍‌,ଫରୟାଦ କାଦରୀ, ଶିକ୍ଷକ ଶେଖ ଯହିରୁଦ୍ଦିନ୍‌, ଶିକ୍ଷକ ନେଯାମ୍‌, କବି ଗୁରୁ ସମନ ନସିମି ସାହେବ୍‌, ଅବଦୁଲ ଦୟାନ ଯିଆ,ମୋଇନ ଶଫକ୍‌,ଅକମଲ୍ ଅଲୀ, ଗୁଲରେଯ ଅଲୀ , ତୌଫିକ ସାଗ,ର୍ ମୁଖତାର୍ ନସିମ୍‌,ଶହବାଯ୍ ସାଦଫ୍‌, ଶୋଏବ୍ ଆୟାଯ୍‌, କୌଶର୍ ନସିମି,ମିନହାଯ୍ ନୁରୀ,ଶବାବ୍ କାଦ୍ରୀ, ସଜ୍ଜାଦ୍ ହସରତ୍‌, ଶହବାଯ୍ ନସିମି, ଗୁଲଫାମ୍ ନସିମି,ଏନାୟତ୍ କାଦ୍ରୀ, ପ୍ରମୁଖ ନିଜ ଶାଏରୀ ମାଧ୍ୟମରେ ମନ୍ତ୍ରମୁଗ୍ଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.