Home Coronavirus Outbreak COVID -19 ବିରୋଧରେ ଲଢ଼େଇ – ବାହୁବଳୀ ଅଭିନେତା ପ୍ରଭାସ ଦାନ କଲେ ୪ କୋଟି...

COVID -19 ବିରୋଧରେ ଲଢ଼େଇ – ବାହୁବଳୀ ଅଭିନେତା ପ୍ରଭାସ ଦାନ କଲେ ୪ କୋଟି – ଆଉ କିଏ କେତେ ଦାନ କଲେ ଜାଣନ୍ତୁ

566

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ବାହୁବଳୀ ତାରକା ପ୍ରଭାସ, ସୁଟିଂ ସାରି ଜର୍ଜିଆରୁ ଫେରିବା ପରେ କୋଭିଡ -୧୯ ବିରୋଧରେ ଲଢ଼େଇ ପାଇଁ ୪ କୋଟି ଟଙ୍କା ଦାନ କରିଛନ୍ତି।

ପ୍ରଭାସ ହେଉଛନ୍ତି କରୋନାଭାଇରସ୍ ମହାମାରୀ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଦାନ କରିଥିବା ଅନ୍ୟତମ ତେଲୁଗୁ ତାରକା।

ଏହି ଅଭିନେତା ଗୁରୁବାର ଦିନ ୪ କୋଟି ଟଙ୍କା ଦାନ କରିଛନ୍ତି। ଏଥିମଧ୍ୟରୁ ୩ କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ଦିଆଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟଯେ, ନିକଟରେ ପ୍ରଭାସ ଜର୍ଜିଆରୁ ଫେରିଛନ୍ତି। ସେ ପୂଜା ହେଗଡେଙ୍କ ସହ ଏକ ଚଳଚ୍ଚିତ୍ରର ସୁଟିଂ କରୁଥିଲେ। ଫେରିବା ପରେ ଉଭୟ କଳାକାର ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିଛନ୍ତି।

ଏହା ପୂର୍ବରୁ ତେଲୁଗୁ ସୁପରଷ୍ଟାର ପୱନ କଲ୍ୟାଣ, ରାମ ଚରଣ, ଚିରଞ୍ଜୀବୀ ଏବଂ ମହେଶ ବାବୁ ମଧ୍ୟ କୋଭିଡ -୧୯ ବିରୋଧରେ ଲଢ଼େଇ ପାଇଁ ଦାନ କରିଛନ୍ତି। ପୱନ କଲ୍ୟାଣ ୨ କୋଟି ଟଙ୍କା ଦାନ କରିଥିବା ବେଳେ ରାମ ଚରଣ ୭୦ ଲକ୍ଷ ଟଙ୍କା ଦାନ ଘୋଷଣା କରିଛନ୍ତି। ସେହିପରି ରାମ ଚରଣଙ୍କ ପିତା ତେଲୁଗୁ ସିନେମାର ଭେଟେରାନ ସୁପରଷ୍ଟାର ଚିରଞ୍ଜୀବୀ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଯୁବ ସୁପରଷ୍ଟାର ମହେଶ ବାବୁ ମଧ୍ୟ ଏକ କୋଟି ଟଙ୍କା ଦାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.