Home Coronavirus Outbreak ସମସ୍ତ ଘରୋଇ ଏବଂ ବ୍ୟକ୍ତିଗତ ବିମାନ ସେବା ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ସ୍ଥଗିତ : DGCA

ସମସ୍ତ ଘରୋଇ ଏବଂ ବ୍ୟକ୍ତିଗତ ବିମାନ ସେବା ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ସ୍ଥଗିତ : DGCA

210

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ସାରା ବିଶ୍ଵ ସମେତ ଭାରତ ସରକାର ଏବଂ ଓଡ଼ିଶା ସରକାର କରୋନା ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି। ସାରାଦେଶ ସମେତ ଆମ ରାଜ୍ୟ ଓଡିଶାରେ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା ହୋଇଛି।

ଭାରତରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୭୦୦ ରୁ ଉର୍ଦ୍ଧ୍ୱ ହେଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ୨୧ ଦିନ ଲକଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଆସନ୍ତା ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ।

କରୋନାଭାଇରସ୍ କାରଣରୁ ଭାରତର ଘରୋଇ ବିମାନ ମଙ୍ଗଳବାର ମଧ୍ୟରାତ୍ରିରୁ ବନ୍ଦ ହୋଇଛି। ସମସ୍ତ ରେଳ ଯାତ୍ରା ବନ୍ଦ ହେବା ପରେ ବିମାନ ସେବା ମଧ୍ୟ ବନ୍ଦ ହୋଇଥିଲା। ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ପଶ୍ଚିମ ବଙ୍ଗକୁ ସମସ୍ତ ବିମାନ ସେବା ବନ୍ଦ କରାଇବା ପାଇଁ ଜଣାଇଥିଲେ। ବଢ଼ୁଥିବା କରୋନା ଜୀବାଣୁ କାରଣରୁ ମଙ୍ଗଳବାର ରାତି ୧୨ ଟାରୁ ବିମାନ ଉଡ଼ାଣ ବନ୍ଦ ହୋଇଥିଲା। ଏହି ସେବା ପୂର୍ବରୁ ଆସନ୍ତା ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ଘୋଷଣା କରାଯାଇଥିଲା। ଏବେ ଏହାକୁ ଆସନ୍ତା ୧୪ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ DGCA ନିଷ୍ପତ୍ତି ନେଇଛି। କେବଳ ଘରୋଇ ବିମାନ ନୁହେଁ ପୂର୍ବରୁ ଆନ୍ତର୍ଜାତୀୟ ବିମାନ ସେବାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏଦଦ୍ ବ୍ୟତୀତ ବ୍ୟକ୍ତିଗତ ବିମାନ ସେବାକୁ ମଧ୍ୟ ୧୪ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସୂଚନାଯୋଗ୍ୟଯେ, ଦେଶରେ ପ୍ରତିଦିନ ପ୍ରାୟ ୬୫୦୦ ଘରୋଇ ବିମାନ ଅଛି ଏବଂ ପ୍ରତିବର୍ଷ ୧୪୪.୧୭ ମିଲିୟନ ଯାତ୍ରୀ ଯାତ୍ରା କରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.