Home Coronavirus Outbreak କରୋନା ସହ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀଙ୍କର ୨୨ ଶହ କୋଟିର ପ୍ୟାକେଜ ଘୋଷଣା

କରୋନା ସହ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀଙ୍କର ୨୨ ଶହ କୋଟିର ପ୍ୟାକେଜ ଘୋଷଣା

326

ଭୁବନେଶ୍ୱର ୨୭-୩ (ଓଡ଼ିଆ ପୁଅ) ବିଶ୍ୱ ମହାମାରୀ କରୋନା ସହ ଲଢ଼େଇ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ୨୨ ଶହ କୋଟିର ପ୍ୟାକେଜ ଘୋଷଣା କରାଯାଇଛି।
ତେବେ ଜାଣନ୍ତୁ କ’ଣ କ’ଣ ଅନ୍ତର୍ଭୁକ୍ତ ଏହି ଯୋଜନାରେ
୧ – ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧୀକାରୀଙ୍କୁ ମିଳିବ ୩ ମାସ ପର୍ଯ୍ୟନ୍ତ ଆଗୁଆ ରାସନ।
୨ – ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ୯୪ ଲକ୍ଷ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ। ଏଥିପାଇଁ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ।
୩ – ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଅନ୍ତଭୁର୍କ୍ତ ଥିବା ୪୮ ଲକ୍ଷ ହିତାଧିକାରୀଙ୍କୁ ୪ ମାସ ପାଇଁ ଆଗୁଆ ଭତ୍ତା ଦିଆଯିବ। ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ।
୪ – ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ। ଏଥିପାଇଁ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ।
ସୂଚନାଯୋଗ୍ୟଯେ, ୨୧ ଦିନିଆ ଦେଶବ୍ୟାପି ଲକଡାଉନ୍ କାରଣରୁ ନିର୍ମାଣ ଶ୍ରମିକ ତଥା ଦିନ ମଜୁରିଆମାନେ କାମ ପାଇଁ ବାହାରୁକୁ ଯିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କର ପରିବାରର ପ୍ରତିପୋଷଣ ପାଇଁ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଯୋଗାଇବାକୁ ସରକାର ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.