ad
ଓଡ଼ିଶା

ଉନ୍ନାବ କାଣ୍ଡ: CBI କୁଲଦୀପ ସେଂଗର ସମେତ ୧୦ ଉପରେ ରୁଜୁ କଲା ମାମଲା

ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) ସିବିଆଇ ବିଜେପିରୁ ନିଳମ୍ବିତ ବିଧାୟକ କୁଲଦୀପ ସିଂହ ସେଂଗର ସମେତ ଅନ୍ୟ ଦଶଜଣ ଲୋକମାନଙ୍କ ନାମରେ ମାମଲା ରୁଜୁ କରିଛି। ତା’ ବ୍ୟତୀତ ଜାଞ୍ଚ ଏଜେଂସି ହତ୍ୟା, ହତ୍ୟା ପାଇଁ ଚେଷ୍ଟା ଆଦି ସମେତ ଅନ୍ୟ ମାମଲାରେ ୨୦ ଜଣ ଲୋକମାନଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟଯେ, ସିବିଆଇ ଉନ୍ନାବ ରେପ କେସର ପୀଡି଼ତା ସହିତ ହୋଇଥିବା ସଡ଼କ ଦୁର୍ଘଟଣାର ଜାଞ୍ଚ କରୁଛି।

ରବିବାର ଦିନ ରାୟବରେଲୀରେ ହୋଇଥିବା ଏହି ସଡ଼କ ଦୁର୍ଘଟଣାରେ ରେପ ପୀଡି଼ତା ଗୁରୁତର ଭାବରେ ଆହତ ହୋଇଥିବା ବେଳେ ଜଣେ ସାକ୍ଷୀ ସମେତ ଦୁଇ ଅନ୍ୟ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ବିଧାୟକ ସମେତ ୨୦ ଜଣ ଅନ୍ୟ ଲୋକମାନଙ୍କର ନାମରେ ମାମଲା ରୁଜୁ ହୋଇଛି।

 

ସଡ଼କରୁ ସଂସଦ ପର୍ଯ୍ୟନ୍ତ ହଙ୍ଗାମା

ଏହି ମାମଲାରେ ମଙ୍ଗଳବାରଦିନ ସଡ଼କରୁ ନେଇକରି ସଂସଦ ପର୍ଯ୍ୟନ୍ତ ହଂଗାମା ହୋଇଥିଲା। ଲକ୍ଷ୍ନୌରେ କଂଗ୍ରେସ କାର୍ଯ୍ୟକର୍ତାମାନେ ପ୍ରଦର୍ଶନ କରିଥିଲେ। ଅପରପକ୍ଷରେ, ଲୋକସଭାରେ ବିରୋଧି ଦଳ ହଂଗାମା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top