Home ଓଡ଼ିଶା ଲଡ଼ୁବାବାଙ୍କ ପୀଠରେ ୮ହଜାର ଭକ୍ତଙ୍କ ଜଳାଭିଷେକ

ଲଡ଼ୁବାବାଙ୍କ ପୀଠରେ ୮ହଜାର ଭକ୍ତଙ୍କ ଜଳାଭିଷେକ

105

ନୟାଗଡ଼, ୩୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଓଡ଼ିଶାର ପ୍ରସିଦ୍ଧ ଶୌବପୀଠ ଶରଣକୁଳର ଲଡ଼ୁବାବାଙ୍କ ପୀଠରେ ଶ୍ରାବଣର ଦ୍ୱିତୀୟ ସୋମବାରେ ୮ହଜାର ୧ଶହ ୨୦ଭକ୍ତ ଜଳାଭିଷେକ କରିଛନ୍ତି। ରାଜ୍ୟର ୍ ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ବୋଲବମ୍ ଭକ୍ତଙ୍କ ଗହଳ ଚହଳରେ ପୀଠ ଚଳଚଂଚଳ ହୋଇପଡ଼ିଥିଲା। ଭକ୍ତଙ୍କ ଦର୍ଶନ ଲାଗି ମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମହିଳା ଭକ୍ତମାନଙ୍କ ପାଇଁ ମନ୍ଦିର ବେଢା ଭିତରେ ବିଶ୍ରାମ ଓ ସୁରକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଇଥିବାବେଳେ ପୁରୁଷ ଭକ୍ତମାନଙ୍କ ପାଇଁ ଯାତ୍ରା ପଡ଼ିଆରେ ଅସ୍ଥାୟୀ ଶିବିର କରାଯାଇଥିଲା। ସୋମବାର ରାତ୍ର ୧ଟା ପରେ ଠାକୁରଙ୍କ ପହୁଡ଼ ଭଙ୍ଗାଯାଇ ଅବକାଶ ନୀତି ସମାପନ ପରେ ଜଳାଭିଷେକ ଆରମ୍ଭ ହୋଇଥିଲା। ଭକ୍ତଙ୍କ ମନୋରଂଜନ ପାଇଁ ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.