Home ଓଡ଼ିଶା ବେଙ୍ଗ ଓ ବେଙ୍ଗୁଲୀର ନିରାଡମ୍ବର ବାହାଘର

ବେଙ୍ଗ ଓ ବେଙ୍ଗୁଲୀର ନିରାଡମ୍ବର ବାହାଘର

316

ବାଲେଶ୍ୱର, ୩୧/୭, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ବେଙ୍ଗ ସହ ବେଙ୍ଗୁଲିର ବାହାଘର। ଧୁମ୍‌ଧାମ୍‌ରେ ବେଙ୍ଗର ବରଯାତ୍ରି ବାହାରିବା ସହ ଗ୍ରାମବାସୀ ଭୋଜି ମଧ୍ୟ ଖାଇଲେ। ପାଲିଙ୍କିରେ ବସି ବେଙ୍ଗ ରାଜା ବେଙ୍ଗୁଲି ରାଣୀଙ୍କୁ ବାହାହେବାକୁ ବାହାରିଛନ୍ତି।  ବେଦୀ ତିଆରି ସରିଛି। କନ୍ୟା ଦାନ ସାଙ୍ଗକୁ ଗାଁର ସ୍ତ୍ରୀ ଲୋକଙ୍କ ମାଙ୍ଗଳିକ ଗୀତ ଓ ହୁଳୁହୁଳିରେ କମ୍ପୁଛି ସାରା ଗାଁ। ରୀତିନୀତିରେ ସମ୍ପନ୍ନ ହୋଇଛି ବେଙ୍ଗରାଜାଙ୍କ ବାହାଘର।

ଆପଣ ଏହା ଦେଖି ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ତେବେ କ’ଣ ଆପଣ କେବେ ଦେଖିଛନ୍ତି କି ଏଭଳି ବେଙ୍ଗ ବେଙ୍ଗୁଲିର ଧୁମ୍‌ଧାମ୍‌ରେ ବାହାଘର। ଯେଉଁଠି ଉଭୟ ବର ଏବଂ କନ୍ୟା ପକ୍ଷର ଉପସ୍ଥିତିରେ ରୀତିନୀତି ଅନୁସାରେ ହୋଇଥାଏ ବାହାଘର।

ତେବେ ମୌସୁମୀର ଲୁଚକାଳି ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ବର୍ଷାକୁ ଅପେକ୍ଷା କରି ଚାଷୀ ଧର୍ଯ୍ୟ ହରା ହେଉଛି ଓ ସେପଟେ ଚାଷ କାର୍ଯ୍ୟ ବିଳମ୍ବ ମଧ୍ୟ ହେଉଛି। ଏଭଳି ମନରୋମ ଦୃଶ୍ୟ ପଡୋଶୀ ପଶ୍ଚିମବଙ୍ଗର ଏକ ଗାଁର। ଏହି ବାହାଘରରେ ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଗ୍ରାମର ସ୍ତ୍ରୀ ଲୋକେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଦଶ ଦିଗପାଳ ଗ୍ରାମର ପୁରୁଷ, ସ୍ତ୍ରୀ, ଛୋଟ ପିଲାଙ୍କୁ ସାକ୍ଷୀ ରଖି ବେଙ୍ଗ ରାଜା ବେଙ୍ଗୁଲିକୁ ସିନ୍ଦୁର ଲଗାଇ ସାଥି କରିଲେ। ଯଜ୍ଞ ବେଦି ଚାରି ପଟେ ସାତ ଫେରା ବୁଲାଇ ଗ୍ରାମ ର ସମସ୍ତ ଲୋକେ ଇନ୍ଦ୍ର ଦେବତାଙ୍କୁ ବର୍ଷା ପାଇଁ ନିବେଦନ କରିଥିଲେ। ମୌସୁମୀ ବିଳମ୍ବରେ ପହଂଚିବାରୁ ଗ୍ରାମବାସୀ ଏଭଳି ଅଭିନବ ଉପାୟ ଆପଣାଇଛନ୍ତି।

ବର୍ଷା ହେବା ପାଇଁ ସେହି ଗ୍ରାମବାସୀ ଏହି ଉପାୟ ଆପଣେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.