Home ଓଡ଼ିଶା ସିଆଇଆଇର ବାର୍ଷିକ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ – ଦେଶ ପୁଣିଥରେ ଅଭିବୃଦ୍ଧି ପଥକୁ ଫେରିବ...

ସିଆଇଆଇର ବାର୍ଷିକ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ – ଦେଶ ପୁଣିଥରେ ଅଭିବୃଦ୍ଧି ପଥକୁ ଫେରିବ : ପ୍ରଧାନମନ୍ତ୍ରୀ

144

ଉଦ୍ଦେଶ୍ୟ, ସମାବେଶନ, ନିବେଶ, ଭିତିଭୂମି ଓ ନବୋନ୍ମେଷ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଜରୁରି : ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ୨-୬ (ଓଡ଼ିଆ ପୁଅ) ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ)ର ୧୨୫ତମ ବାର୍ଷିକ ଅଧିବେଶନରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି। ଚଳିତ ବର୍ଷ ବାର୍ଷିକ ସମ୍ମିଳନୀର ବିଷୟବସ୍ତୁ ରହିଛି “ନୂତନ ବିଶ୍ୱ ପାଇଁ ଭାରତ ନିର୍ମାଣ : ଜୀବନ, ଜୀବିକା ଓ ଅଭିବୃଦ୍ଧି”।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କରୋନା କାରଣରୁ ଏଭଳି ଅନଲାଇନ କାର୍ଯ୍ୟକ୍ରମ ବର୍ତମାନ ସାଧାରଣ କଥା ହୋଇଯାଇଛି। ମାନବ ସମାଜର ବୃହତମ ସାମର୍ଥ୍ୟ କାରଣରୁ ପ୍ରତ୍ୟେକ ସଙ୍କଟରେ ସମାଧାନର ମାର୍ଗ ବାହାରିପାରୁଛି ବୋଲି ସେ କହିଥିଲେ। ସେ କହିଥିଲେ, “ଗୋଟିଏ ପଟେ, ଆମକୁ ଏହି ଭୂତାଣୁ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ଏବଂ ଦେଶବାସୀଙ୍କ ଜୀବନକୁ ରକ୍ଷା କରିବାକୁ ପଡ଼ିବ। ଅନ୍ୟପଟେ ଆମକୁ ଅର୍ଥବ୍ୟବସ୍ଥାକୁ ସ୍ଥିର ଓ ଦ୍ରୁତ କରିବାକୁ ପଡ଼ିବ।

ଚଳିତ ବର୍ଷର ବାର୍ଷିକ ଅଧିବେଶନର ବିଷୟବସ୍ତୁ ଉପରେ ଆଲୋକପାତ କରି “ପୁନଃଅଭିବୃଦ୍ଧି ହାସଲ” ଉପରେ ଆଲୋଚନା ଆରମ୍ଭ କରିବା ଲାଗି ୁ ଉପରେ ଆଲୋକପାତସ୍ଥିର ଓ ଦ୍ରୁତ କପଡ଼ିବ ଏବଂ ଦ୍ରହଣ କରିବାକୁ ପଡ଼ିବ ଏବଂ ଦେଶବାସୀଙ୍କ ଜୀବନକୁ ଥା ହୋଇଯାଇଛି। ଭାରତୀୟ ଉଦ୍ୟୋଗ ଜଗତକୁ ପ୍ରଶଂସା କରିଥିଲେ। ଏହାଠାରୁ ଊର୍ଦ୍ଧ୍ୱକୁ ଯିବା ଲାଗି ସେ ଶିଳ୍ପଜଗତକୁ ଆହ୍ୱାନ କରିବା ସହିତ କହିଥିଲେ, “ହଁ! ଆମେ ନିଶ୍ଚିତ ଭାବେ ଆମର ଅଭିବୃଦ୍ଧି ପୁଣି ଫେରିପାଇବା।”

ସେ କହିଥିଲେ ଯେ ଭାରତର ସାମର୍ଥ୍ୟ ଏବଂ ସଙ୍କଟ ମୁକାବିଲା, ଭାରତର ପ୍ରତିଭା ଓ ପ୍ରଯୁକ୍ତି, ଏହାର ନବୋନ୍ମେଷ ଓ ବୁଦ୍ଧିମତା, ଭାରତର କୃଷକ, ଏମଏସଏମଇ ଓ ଉଦ୍ୟୋଗୀମାନଙ୍କ ପ୍ରତି ତାଙ୍କର ଭରସା ରହିଛି। ଏମାନେ ପୁଣିଥରେ ଅଭିବୃଦ୍ଧିକୁ ଫେରାଇ ଆଣିବେ।

ପ୍ରଧାନମନ୍ତ୍ରୀ କହିଥିଲେ, କରୋନା ହୁଏତ ଅଭିବୃଦ୍ଧିକୁ ଧିମା କରି ଦେଇଥାଇପାରେ, କିନ୍ତୁ ଆଜିର ସବୁଠୁ ବଡ଼ ବାସ୍ତବତା ହେଉଛି ଯେ ଭାରତ ଲକଡାଉନ ପର୍ଯ୍ୟାୟକୁ ଅତିକ୍ରମ କରି ଅନଲକର ପ୍ରଥମ ପର୍ଯ୍ୟାୟରେ ପ୍ରବେଶ କରିସାରିଛି। ଅର୍ଥବ୍ୟବସ୍ଥାର ଅଧିକାଂଶ ଭାଗ ଅନଲକ ପ୍ରଥମ ପର୍ଯ୍ୟାୟ ଅର୍ଥାତ ୮ଜୁନ ପରଠାରୁ ଖୋଲିବାକୁ ଯାଉଛି। ଅଭିବୃଦ୍ଧି ହାସଲ ଆରମ୍ଭ ହୋଇଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ କରୋନା ଭୂତାଣୁ ସାରା ବିଶ୍ୱରେ ସଂକ୍ରମିତ ହେବା ସମୟରେ ଭାରତ ଉଚିତ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିଥିଲା। ସେ କହିଥିଲେ, “ଅନ୍ୟ ଦେଶ ସହିତ ତୁଳନା କରିବା ପରେ ଭାରତରେ ଲକଡାଉନର ବ୍ୟାପକ ପ୍ରଭାବ ଭାରତରେ କିଭଳି ପଡ଼ିଛି ତାହା ଆଜି ଆମେ ଜାଣିବାକୁ ପାଇଛୁ। ସେ କହିଥିଲେ, “କରୋନା ବିରୋଧରେ ଲଢ଼ି ଅର୍ଥବ୍ୟବସ୍ଥାକୁ ପୁନଃସୁଦୃଢ଼ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା”। ଏଥିପାଇଁ ଆବଶ୍ୟକ ତ୍ୱରିତ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି। ଏଥିସହିତ ଦୀର୍ଘଅବଧି ଲାଗି ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।

ସଙ୍କଟ ସମୟରେ ଲୋକମାନଙ୍କୁ ସହାୟତା କରିବା ଲାଗି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ତାଲିକା ସେ ଦେଇଥିଲେ। ଗରିବମାନଙ୍କୁ ତୁରନ୍ତ ଲାଭ ପ୍ରଦାନ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବିଶେଷ ସହାୟକ ହୋଇପାରିଛି। ଏହି ଯୋଜନାରେ ୭୪ କୋଟି ହିତାଧିକାରୀମାନଙ୍କୁ ରାସନ ଯୋଗାଇ ଦିଆଯାଇଛି। ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ମାଗଣାରେ ରାସନ ଯୋଗାଇ ଦିଆଯାଉଛି। ମହିଳା ହୁଅନ୍ତୁ ଅବା ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ଶ୍ରମିକ, ପ୍ରତ୍ୟେକ ଏହାଦ୍ୱାରା ଲାଭବାନ ହୋଇଛନ୍ତି। ଏହି ଲକଡାଉନ ସମୟରେ ସରକାର ୮ କୋଟି ଗରିବ ଲୋକମାନଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଛନ୍ତି। ୫୦ ଲକ୍ଷ ଘରୋଇ କର୍ମଚାରୀମାନଙ୍କ ଇପିଏଫ ଆକାଉଂଟରେ ସରକାର ୨୪% ପ୍ରତିଶତ ଇପିଏଫ ଯୋଗଦାନ ଅର୍ତ ଜମା କରିଛନ୍ତି, ଯାହାର ପରିମାଣ ପାଖାପାଖି ୮୦୦ କୋଟି ଟଙ୍କା ହେବ।

ଆତ୍ମନିର୍ଭର ଭାରତ ନିର୍ମାଣ ଏବଂ ଦେଶକୁ ପୁଣିଥରେ ଦ୍ରୁତ ବିକାଶ ପଥକୁ ଆଣିବା ଲାଗି ୫ଟି ଜିନିଷ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ-ଉଦ୍ଦେଶ୍ୟ, ସମାବେଶନ, ନିବେଶ, ଭିତିଭୂମି ଓ ନବୋନ୍ମେଷ। ସରକାର ନିକଟରେ ନେଇଥିବା ସାହସିକ ପଦକ୍ଷେପରେ ପ୍ରତିଫଳିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ମଧ୍ୟ କହିଥିଲେ ଯେ ଭବିଷ୍ୟତ ପାଇଁ ମଧ୍ୟ ଅଧିକାଂଶ କ୍ଷେତ୍ରକୁ ପ୍ରସ୍ତୁତ ରଖାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ, “ଆମ ପାଇଁ ସଂସ୍କାର କୌଣସି ଆକସ୍ମିତ କିମ୍ବା ଖଣ୍ଡିତ ନିଷ୍ପତି ନୁହେଁ। ଆମ ପାଇଁ ସୁଧାର ବ୍ୟବସ୍ଥିତ, ଯୋଜନାବଦ୍ଧ, ସମନ୍ୱିତ, ଆନ୍ତଃସଂଯୁକ୍ତ ଏବଂ ଭବିଷ୍ୟତର ପ୍ରକ୍ରିୟା ଅଟେ। ଆମ ପାଇଁ ସଂସ୍କାରର ଅର୍ଥ ନିଷ୍ପତି ନେବାର ସାହସ ଓ ସେଗୁଡ଼ିକୁ ତର୍କସଂଗତ ନିଷ୍କର୍ଷ ପର୍ଯ୍ୟନ୍ତ ନେଇଯିବା।” ଭାରତୀୟ ଦେବାଳିଆ ଏବଂ ଦେବାଳିଆପଣ ସଂହିତା (ଆଇବିସି), ବ୍ୟାଙ୍କଗୁଡ଼ିକର ସମ୍ମିଶ୍ରଣ, ଜିଏସଟି ଏବଂ ଫେସଲେସ ଆଇଟି ମୂଲ୍ୟାଙ୍କନ ଭଳି ପ୍ରୟାସ ନିମନ୍ତେ ଏକ ଉତ୍ସାହଜନକ ଇକୋସିଷ୍ଟମ ପ୍ରସ୍ତୁତ କରିବା ଲାଗି ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସେ ଉଲ୍ଲେଖ କରିଥଲୋ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସରକାର ଏପରି ନୀତିଗତ ସଂସ୍କାର ଆଣୁଛନ୍ତି, ଯାହା ବିଷୟରେ ଦେଶବାସୀ ଆଶା ଛାଡ଼ି ଦେଇଥିଲେ। କୃଷି କ୍ଷେତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ପ୍ରସ୍ତୁତ କରାଯାଇଥିବା ନିୟମ ଓ ଆଇନ କୃଷକମାନଙ୍କୁ ଦଲାଲଙ୍କ ହାତକୁ ଟେକି ଦେଇଥିଲା। କୃଷି ଉତ୍ପାଦ ବଜାର ସମିତି (ଏପିଏମସି) ଆଇନରେ ସଂଶୋଧନ ଫଳରେ, ଏବେ କୃଷକମାନଙ୍କୁ ଦେଣ ଯେକୌଣସି ରାଜ୍ୟରେ, ଯେକୌଣସି ସ୍ଥାନରେ ନିଜର ଉତ୍ପାଦ ବିକ୍ରି କରିବାର ଅଧିକାର ମିଳିପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଶ୍ରମିକମାନଙ୍କର କଲ୍ୟାଣକୁ ଆଖି ଆଗରେ ରଖି ନିଯୁକ୍ତିର ସୁଯୋଗ ବଢ଼ାଇବା ଲାଗି ଶ୍ରମଜନିତ ସଂସ୍କାର ଅଣାଯାଇଛି। ଅଣରଣନୈତିକ କ୍ଷେତ୍ର ଯେଉଁଥିରେ ଘରୋଇ କ୍ଷେତ୍ରଗୁଡ଼ିକୁ ଅନୁମତି ନଥିଲା, ସେଗୁଡ଼ିକୁ ମଧ୍ୟ ଖୋଲି ଦିଆଯାଇଛି। ସେ କହିଥିଲେ ଯେ କୋଇଲା କ୍ଷେତ୍ରରେ ଏବେ ବାଣିଜ୍ୟିକ ଖନନକୁ ଅନୁମତି ମିଳିଛି। ପ୍ରଧାନମନ୍ତ୍ରୀ କହିଥିଲେ, “ସରକାର ଯେଉଁ ଦିଗରେ ଆଗକୁ ବଢ଼ୁଛନ୍ତି, ଆମର ଖଣି କ୍ଷେତ୍ର ହେଉ, ଶକ୍ତି କ୍ଷେତ୍ର, କିମ୍ବା ଗବେଷଣା ଓ ପ୍ରଯୁକ୍ତି, ଉଦ୍ୟୋଗଗୁଡ଼ିକୁ ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ମିଳିବ ଏବଂ ଯୁବକମାନଙ୍କ ପାଇଁ ନୂଆ ଅବସର ଖୋଲିବ। ଏ ସବୁ ଠାରୁ ଊର୍ଦ୍ଧ୍ୱକୁ ଯାଇ, ଏବେ ଦେଶର ରଣନୈତିକ କ୍ଷେତ୍ରରେ ଘରୋଇ ଉଦ୍ୟୋଗୀମାନଙ୍କର ବାସ୍ତବ ଭାଗିଦାରୀ ହୋଇପାରୁଛି। ଆପଣ ମହାକାଶ କ୍ଷେତ୍ରରେ ନିବେଶ କରିବାକୁ ଚାହାନ୍ତି କିମ୍ବା ପରମାଣୁ ଇନ୍ଧନ କ୍ଷେତ୍ର ନୂଆ ସୁଯୋଗ ସନ୍ଧାନ କରିବାକୁ ଚାହୁଁଛୁ, ଆପଣମାନଙ୍କ ପାଇଁ ସମ୍ଭାବନା ସମ୍ପୂର୍ଣ୍ଣ ଭାବେ ଖୋଲିଛି।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ର ଆମ ଦେଶର ଆର୍ଥିକ ଇଞ୍ଜିନ ଭଳି ଏବଂ ଏହା ସକଳ ଘରୋଇ ଉଦ୍ୟୋଗରେ ପାଖାପାଖି ୩୦% ଯୋଗଦାନ ଦେଇଥାଏ। ସେ କହିଥିଲେ ଯେ ଏମଏସଏମଇର ପରିଭାଷାରେ ସଂସ୍କାର ଆଣିବା ଲାଗି ଉଦ୍ୟୋଗ ଜଗତ ପକ୍ଷରୁ ଦୀର୍ଘସମୟ ଧରି ହେଉଥିବା ଦାବି ପୂରଣ ହୋଇଛି। ଏହା ଏମଏସଏମଇଗୁଡ଼ିକୁ ବିନା କୌଣସି ସମସ୍ୟାରେ ବିକଶିତ ହେବାରେ ସକ୍ଷମ କରିବ ଏବଂ ସେମାନଙ୍କୁ ଏମଏସଏମଇ ସ୍ଥିତି ବଜାୟ ରଖିବା ଲାଗି ଅନ୍ୟ ରାସ୍ତା ଆପଣାଇବାକୁ ପଡ଼ିବ ନାହିଁ। ସେ କହିଥିଲେ ଯେ ଦେଶର ଏମଏସଏମଇରେ କାମ କରୁଥିବା ସହଯୋଗୀଙ୍କ ଲାଭ ନିମନ୍ତେ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ ବିକ୍ରିରେ ବୈଶ୍ୱିକ ଟେଣ୍ଡରକୁ ଉଚ୍ଛେଦ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଭାରତକୁ ନେଇ ଅଧିକ ଆଶାବାଦୀ ହୋଇଛି ଏବଂ ସେମାନେ ଭାରତ ଉପରେ ଅଧିକ ଭରସା କରୁଛନ୍ତି। ଭାରତ ଚିକିତ୍ସା ସାମଗ୍ରୀ ଯୋଗାଣ କ୍ଷେତ୍ରରେ ୧୫୦ରୁ ଅଧିକ ଦେଶକୁ ସହାୟତା କରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଏକ ଭରସାଯୋଗ୍ୟ, ବିଶ୍ୱସନୀୟ ସାଥୀର ସନ୍ଧାନ କରୁଛି। ଭାରତରେ, ଏକ ଶକ୍ତି, ସମ୍ଭାବନା ଓ କ୍ଷମତା ରହିଛି। ଭାରତ ପ୍ରତି ବିକଶିତ ବିଶ୍ୱାସର ସମ୍ପୂର୍ଣ୍ଣ ଲାଭ ଉଠାଇବା ଲାଗି ସେ ଉଦ୍ୟୋଗ ଜଗତକୁ ଆହ୍ୱାନ କରିଥିଲେ।

ସେ ଜୋର ଦେଇ କହିଥିଲେ ଯେ ପୁଣିଥରେ ଅଭିବୃଦ୍ଧି ହାସଲ କରିବା ସେତେଟା କଷ୍ଟକର ନୁହେଁ। ସବୁଠୁ ବଡ଼ କଥା ହେଉଛି ଏବେ ଭାରତୀୟ ଉଦ୍ୟୋଗଗୁଡ଼ିକ ଆଗରେ ଏକ ସ୍ପଷ୍ଟ ରାସ୍ତା ରହିଛି ଏବଂ ତାହା ହେଉଛି ଆତ୍ମନିର୍ଭର ଭାରତ। ସେ ସ୍ପଷ୍ଟ କରିଥିଲେ ଯେ ଆତ୍ମନିର୍ଭର ଭାରତର ଅର୍ଥ ହେଉଛି ଯେ ଆମେ ଆହୁରି ଅଧିକ ସୁଦୃଢ଼ ହେବା ଏବଂ ବିଶ୍ୱକୁ ଆଲିଙ୍ଗନ କରିବା। ଆତ୍ମନିର୍ଭର ଭାରତର ଅର୍ଥ ବଶ୍ୱ ଅର୍ଥବ୍ୟବସ୍ଥା ସହିତ ଯୋଡ଼ିହେବା ଏବଂ ସହାୟକ ହେବ। ପ୍ରଧାନମନ୍ତ୍ରୀ ଏକ ସୁଦୃଢ଼ ସ୍ଥାନୀୟ ଯୋଗାଣ ଶୃଙ୍ଖଳ ନିର୍ମାଣ ନିମନ୍ତେ ନିବେଶ କରିବାର ଆବଶ୍ୟକତା ଉପରେ ଯୋଗ ଦେଇଥିଲେ, ଯାହା ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଭାରତର ଭାଗିଦାରୀକୁ ସୁଦୃଢ଼ କରିବ। ସେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି କରୋନା ପରେ ସିଆଇଆଇ ଭଳି ବଡ଼ ସଂସ୍ଥାନଗୁଡ଼ିକର ଏକ ନୂଆ ଭୂମିକା ପାଇଁ ଆଗେଇ ଆସିବା ନିମନ୍ତେ ଆହ୍ୱାନ କରିଥିଲେ।

ସେ ଦେଶରେ ପ୍ରସ୍ତୁତ ଉତ୍ପାଦକୁ ବିଶ୍ୱ ନିମନ୍ତେ ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ ଉଦ୍ୟୋଗଜଗତକୁ ସମସ୍ତ କ୍ଷେତ୍ରରେ ଉତ୍ପାଦକତା ବଢ଼ାଇବା ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଅନୁରୋଧ କରିଥିଲେ। ସେ ବ୍ୟକ୍ତିଗତ ସୁରକ୍ଷା ଉପକରଣ-ପିପିଇ ଉଦ୍ୟୋଗଗୁଡ଼ିକୁ ମାତ୍ର ୩ ମାସ ଭିତରେ କୋଟି କୋଟି ସାମଗ୍ରୀ ପ୍ରସ୍ତୁତ କରିବା ନିମନ୍ତେ ପ୍ରଶଂସା କରିଥିଲେ।

ଗ୍ରାମୀଣ ଅର୍ଥବ୍ୟବସ୍ଥାରେ କୃଷକମାନଙ୍କ ପାଇଁ ନିବେଶ ଓ ଭାଗିଦାରୀକୁ ଉନ୍ମୁକ୍ତ କରିବାର ସମ୍ପୂର୍ଣ୍ଣ ଲାଭ ଉଠାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ ଜଗତକୁ ଅନୁରୋଧ କରିଥିଲେ। ଏବେ ଗାଁ ନିକଟରେ ଥିବା ସ୍ଥାନୀୟ କୃଷି ଉତ୍ପାଦ ଗୋଷ୍ଠୀ ନିମନ୍ତେ ଆବଶ୍ୟକ ମୌଳିକ ଭିତିଭୂମି ପ୍ରସ୍ତୁତ କରାଯାଉଛି। ସେ କହିଥିଲେ ଯେ ସରକାର ଘରୋଇ କ୍ଷେତ୍ରକୁ ଦେଶର ବିକାଶ ଯାତ୍ରାରେ ଭାଗିଦାର ବୋଲି ଗ୍ରହଣ କରିଛନ୍ତି। ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଆତ୍ମନିର୍ଭର ଭାରତ ଅଭିଯାନ ସହିତ ଜଡ଼ିତ ଉଦ୍ୟୋଗଗୁଡ଼ିକର ପ୍ରତ୍ୟେକ ଆବଶ୍ୟକତା ପ୍ରତି ଧ୍ୟାନ ଦିଆଯିବ। ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି ସଂକଳ୍ପ ନେବା ଏବଂ ଏହି ସଂକଳ୍ପକୁ ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ଶକ୍ତି ଖଟାଇବା ନିମନ୍ତେ ସେ ଆହ୍ୱାନ କରିଥିଲେ। ଲାଗି ସମ୍ପୂର୍ଣ୍ଣ ଶକ୍ତି ଖଟାଇବା ନିମନ୍ତେ ସେ ଆହ୍ୱାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.