Home ଜିଲ୍ଲା ପରିକ୍ରମା ସରକାରଙ୍କ ସଫଳତାର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଚାନ୍ଦବାଲିରେ ନାଗରିକ କାର୍ଯ୍ୟକ୍ରମ

ସରକାରଙ୍କ ସଫଳତାର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଚାନ୍ଦବାଲିରେ ନାଗରିକ କାର୍ଯ୍ୟକ୍ରମ

3

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ସଫଳତାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ସରକାରୀ ପ୍ରସାର ଓ ନାଗରିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଚାନ୍ଦବାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ, ମହିଳା ମହାସଂଘର ସଦସ୍ୟା ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ଚାନ୍ଦବାଲି ବ୍ଲକରେ କୃଷି, ମତ୍ସ୍ୟଚାଷ, ଗ୍ରାମୀଣ ଭିତ୍ତିଭୂମି ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ବିଶେଷକରି ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଭଳି ଯୋଜନାର ସୁଫଳ ଉପରେ ଆଲୋକପାତ କରାଯାଇଥିଲା। ଏହାସହ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ଅନ୍ତର୍ଭୁକ୍ତ ୧୦ ଜଣ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା।ଶେଷରେ ସରକାରୀ ଯୋଜନାଗୁଡ଼ିକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଜନସାଧାରଣଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.