Home Coronavirus Outbreak ଜୁନ୍ ୮ ରୁ ରାଜ୍ୟ ଭିତରେ ଗଡ଼ିବ ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍

ଜୁନ୍ ୮ ରୁ ରାଜ୍ୟ ଭିତରେ ଗଡ଼ିବ ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍

314

ଭୁବନେଶ୍ୱର ୩-୬ (ଓଡ଼ିଆ ପୁଅ): ରାଜ୍ୟ ଭିତରେ ଜୁନ୍ ୮ ରୁ ରାଜ୍ୟ ଭିତରେ ଗଡ଼ିବ ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍। ଏ ନେଇ ରେଳବାଇ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

– ଏହି ସମସ୍ତ ୫ଟି ସ୍ୱତନ୍ତ୍ର ଟ୍ରେନ ଜୁନ୍ ୮ରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ।
– ଏହି ଟ୍ରେନ୍‌ ଗୁଡ଼ିକ ଶନିବାର ଓ ରବିବାର ଚଳପ୍ରଚଳ କରିବ ନାହିଁ।
ଏହି ପାଞ୍ଚଟି ଲୋକାଲ ଟ୍ରେନ ହେଲେ
– ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର
– ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର
– ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର
– ସମ୍ବଲପୁର-ଖୋର୍ଦ୍ଧା ରୋଡ୍‌- ସମ୍ବଲପୁର
– ଏହି ଟ୍ରେନଗୁଡ଼ିକ ସପ୍ତାହକୁ ୫ଦିନ ଚାଲିବ।
କିନ୍ତୁ
ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର- ଭାୟା ଅନୁଗୁଳ-ସମ୍ବଲପୁର-ରାୟଗଡ଼ା – ସପ୍ତାହକୁ ତିନିଦିନ ଚାଲିବ।

ଟିକେଟ୍ – ଆରସିଟିସି ୱେବସାଇଟ୍ ଓ ରେଳବାଇ ଟିକେଟ୍ ସଂରକ୍ଷଣ କାଉଣ୍ଟରରେ ଟିକେଟ୍ ଉପଲବ୍ଧ ହେବ।
– ଟ୍ରେନ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
– କେବଳ କନଫର୍ମ ଟିକେଟ୍ ଥିବା ବ୍ୟକ୍ତିଙ୍କୁ ଟ୍ରେନରେ ଯାତାୟତ ନିମନ୍ତେ ଅନୁମତି ମିଳିବ।
– ସମ୍ବଲପୁର-ଖୋର୍ଦ୍ଧା ରୋଡ୍‌- ସମ୍ବଲପୁର – ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍‌ ମଧ୍ୟରେ ଚାଲିବ ଏକ ସ୍ୱତନ୍ତ୍ର ଟ୍ରେନ୍‌। ଏହି ଟ୍ରେନଟି ସମ୍ବଲପୁରରୁ ସକାଳ ୬ଟା ଓ ଖୋର୍ଦ୍ଧା ରୋଡ୍‌ରୁ ଅପରାହ୍ଣ ୪ଟା ୫୫ରେ ଛାଡ଼ିବ।

– ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର – ଭୁବନେଶ୍ୱର ଓ ବଲାଙ୍ଗିର ମଧ୍ୟରେ ଚାଲିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍‌। ଏହି ଟ୍ରେନ୍ ଭୁବନେଶ୍ୱରରୁ ସକାଳ ୬.୩୦ ଓ ବଲାଙ୍ଗିରରୁ ଦିନ ୨ଟା ୪୫ରେ ଛାଡ଼ିବ।

– ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର – ଭୁବନେଶ୍ୱର ଓ ଭଦ୍ରକ ମଧ୍ୟରେ ବି ଚାଲିବ ଏକ ସ୍ୱତନ୍ତ୍ର ଟ୍ରେନ୍‌। ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ଓ ଭଦ୍ରକରୁ ସକାଳ ୭.୩୦ରେ ଛାଡ଼ିବ ଏହି ଟ୍ରେନ୍।

– ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର – ଭୁବନେଶ୍ୱର ଓ ବ୍ରହ୍ମପୁର ମଧ୍ୟରେ ଚାଲିବ ଏକ ସ୍ୱତନ୍ତ୍ର ଟ୍ରେନ୍‌। ଭୁବନେଶ୍ୱରରୁ ଏହା ସନ୍ଧ୍ୟା ୫ଟା ୩୦ ଓ ବ୍ରହ୍ମପୁରରୁ ସକାଳ ୭ଟାରେ ଛାଡ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.