ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ଭଣ୍ଡାରିପୋଖରୀ ବ୍ଲକର ଆଦମପୁର ମିନି ଷ୍ଟିଡିୟମ ଠାରେ ଆଜି ଭଦ୍ରକ ଡିଷ୍ଟ୍ରିକ୍ଟ ସାଇକ୍ଲିଂ ଆସୋସିଏସନ (ବିଡିସିଏ ) ଦ୍ୱାରା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ସିଟି ଲିଗ୍ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ସାଇକ୍ଲିଂ ଦିବସ ସପ୍ତାହ ପାଳନ ଅବସରକୁ ନେଇ ଓଡିଶା ସାଇକ୍ଲିଂ ଆସୋସିଏସନର ପ୍ରତ୍ୟକ ତତ୍ୱବାଭାଧାନ ଏବଂ ବିଡିସିଏର ସଭାପତି ଅପୂର୍ବରଂଜନ ବେହେରା ଏବଂ ସଂପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ମନୋରଂଜନ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି ଦେଶି ସାଇକେଲ ସିଟିଲିଗ୍ ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବହୁ ମହିଳା ଛାତ୍ରୀ ନିଜ ଇଚ୍ଛାରେ ଅଂଶଗ୍ରହଣ କରିଥିଲେ । ୧୬ ନଂ ଜାତୀୟ ରାଜପଥର ଜିଲ୍ଲାଜଜ କୋର୍ଟ ନିକଟ ରୋଡରେ ଏହି ପ୍ରତିଯୋଗିତା ଆଜି ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ବର୍ଗକୁ ନେଇ ଅନୁଷ୍ଟିତ ହୋଇଥିଲା । ଭଦ୍ରକର ଲୋକପ୍ରିୟ ଜିଲ୍ଲାପାଳ ଡଃ ଦିଲୀପ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅସ୍ମିତା ସିଟି ସାଇକ୍ଲିଂ ଲିଗ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେହିପରି ଅନ୍ୟତମ ଅତିଥିଭାବେ ଓଡିଆ ସାରସ୍ୱତ ଜଗତର ବିଶିଷ୍ଟ ସାରସ୍ୱତ ସାଧକ ତଥା ପ୍ରଜାତନ୍ତ୍ର ପ୍ରଜ୍ଞାଚକ୍ର ମୁଖ୍ୟ ପଣ୍ଡିତ ଦଇତାରୀ ମହାପାତ୍ର ,ବିଷ୍ନୁପର ପଂଚାୟତର ସରପଂଚ ଅମୂଲ୍ୟ ନାୟକ , ସମାଜସେବୀ ପୂନ୍ନଚନ୍ଦ୍ର ଖିଲାର , ଶିକ୍ଷାବୀତ ପ୍ରଭାଦ ଖିଲାର, ସାଂସନ ଖେଲଖୁଦ ଜିଲ୍ଲା ସଂଯୋଜକ ନିରଞ୍ଜନ ବାରିକ, ବିଡିସିଏର ଉପସଭାପତି ଅଧ୍ୟାପକ ସୁଶାନ୍ତ ଯେନା, ଅରୁଣ ବାରିକ, ବାରିକପୁର ଡିଗ୍ରି କଲେଜର କ୍ରିଡା ପ୍ରଶିକ୍ଷକ ବିଶ୍ୱରଂଜନ ମହାପାତ୍ର,ପ୍ରତାପ ଖିଲାର ପ୍ରମୁଖ ଯୋଗ ଦେଇ ସାଇକେଲ ଚାଳକ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳ ମହିଳା ମାନଙ୍କର ବିଭିନ୍ନ ବର୍ଗ ତଥା ୟୁଥ କାଟାଗୋରୀ ଓ ସବ୍ ଜୁନିୟର ବର୍ଗର ବାଳିକା , କନିଷ୍ଟ ବର୍ଗ ଓ ବରିଷ୍ଟ ବର୍ଗର ବାଳିକା ମାନଙ୍କୁ ନେଇ ଆୟୋଜିତ ହୋଇଥିଲା । ୫ କିମି ବିଶିଷ୍ଟ ଆୟୋଜିତ ସମସ୍ତ ପ୍ରତିଯୋଗିତାରେ ୟୁଥ ଓ ସବ୍ଜୁନିୟର ବାଳିକାରେ ଦିପ୍ତିରେଖା ବେହେରା ପ୍ରଥମ , ଶ୍ରିୟା ଟୁଡୁ ଦ୍ୱିତୀୟ ଓ ଜ୍ୟୋତିର୍ମୟୀ ନାଥ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କନିଷ୍ଟ ବିଭାଗ ବାଳିକାରେ ଆଶାରାଣୀ ଦାସ ପ୍ରଥମ, ସେହେନାଜ କାଦ୍ରୀ ଦ୍ୱିତୀୟ , ଅନୁପମା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲୋ ସେହିପରି ବରିଷ୍ଠ ବାଳିକା ବିଭାଗରେ ଜାତୀୟ ମେଡାଲିଷ୍ଟ ମନିଷା ସାହୁ ପ୍ରଥମ ହୋଇଥିଲା ବେଳେ ଗିରିଜାପ୍ରଭା ରାଉତ ଦ୍ୱିତୀୟ ଓ ଅନ୍ନପୂର୍ଣ୍ଣା ସେନାପତି ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଭଦ୍ରକର ଜିଲ୍ଲାପାଳ ଶ୍ରୀଯୁକ୍ତ ଦ୍ୱିଲ୍ଳୀପ ରାଉତରାୟଙ୍କ ହାତରୁ ସାଟିଫିକେଟ ଓ ମେଡାଲ ସହ ପୁରଷ୍କୃତ ହୋଇଥିଲେ । ଆଜିର ଏକ ସ୍ୱତନ୍ତ୍ର ପୁରଷ୍କାର ଉତ୍ସବରେ ଗ୍ରାମାଂଚଳ କ୍ରିଡାପ୍ରତିଭା ଚୟନ ଏବଂ ସେମାନଙ୍କୁ ସୁନ୍ଦର ପ୍ରଶିକ୍ଷଣ ଦେଇ ଜାତୀୟ ଓ ଆନ୍ତର୍ଜାତୀୟ ମେଡାଲିଷ୍ଟ କରି ଗଢ଼ି ତୋଳିବାରେ ବିଡିସିଏର ଭୂମିକା ସାରା ଓଡିଶାରେ ଏକ ନୂତନ ପରିଚୟ ସୃଷ୍ଟିକରୁଥିବାରୁ ବିଡିସିଏର କୋଚ ମନୋରଂଜନ ବାରିକଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ବିଡିସିଏ ତରଫରୁ ଏହି ସମସ୍ତ ଖେଳକୁ ଅଜୟ ବିଶ୍ୱାସ ମୁଖ୍ୟ ପରିଚାଳନା କରିଥିବା ବେଳେ ତାଜଉଦ୍ଦିନ ଖାନ ଓ ମନୋଜ ପେରେଇ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ବିଡିସିଏ ଦ୍ୱାରା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ, ଭାଗନେଲେ ୧୦୦ରୁ ଉର୍ଦ୍ଧ୍ୱ ସାଇକ୍ଲିଷ୍ଟ,...







