Home ଓଡ଼ିଶା ସପ୍ତମ ଦିନରେ ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ସପ୍ତମ ଦିନରେ ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

163

ନୂଆଦିଲ୍ଲୀ ୧୩-୬ (ଓଡ଼ିଆ ପୁଅ) : ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର। ଶନିବାର ଦିନ ଜର ବୃଦ୍ଧି କ୍ରମଶଃ ସପ୍ତମ ଦିନରେ ପହଁଚିଛି।

ଆଜି ମୂଲ୍ୟ ସଂଶୋଧନ ପରେ ପେଟ୍ରୋଲ ଦର ଦେଶର ବିଭିନ୍ନ ସ୍ତାନରେ ୫୭ ରୁ ୬୧ ପଇସା ବୃଦ୍ଧି ପାଇଛି। ସେହିପରି ଦେଶର ପ୍ରମୁଖ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ୫୦-୬୦ ପଇସା ବୃଦ୍ଧି ପାଇଛି।

ଇଣ୍ଡିଆନ୍ ଅଏଲ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇ ୮୨.୧୦ ଟଙ୍କା ରହିଛି। ଡିଜେଲ ମୂଲ୍ୟ ୫୫ ପଇସା ବୃଦ୍ଧିପାଇ ଲିଟର ପିଛା ୭୨.୦୩ ଟଙ୍କା ହୋଇଛି। ସେହିଭଳି କୋଲକାତାରେ ପେଟ୍ରୋଲ ଲିଟର ପ୍ରତି ୫୭ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୭୭.୦୫ ଟଙ୍କା ହୋଇଥିବା ବେଳେ ଡିଜେଲର ୫୩ ପଇସା ବୃଦ୍ଧି ପାଇ ଏକ ଲିଟର ବର୍ତ୍ତମାନ ୬୯.୨୩ ଟଙ୍କା ହୋଇଛି।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୬୦ ପଇସା ବୃଦ୍ଧି ପାଇ ୭୫.୬୭ ଟଙ୍କା ରହିଛି। ଡିଜେଲ ମୂଲ୍ୟ ୫୭ ପଇସା ବୃଦ୍ଧିପାଇ ଲିଟର ପିଛା ୭୧.୬୭ ଟଙ୍କା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.