Home Coronavirus Outbreak ଦେଶରେ ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ – ୩୮୬ ମୃତ...

ଦେଶରେ ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ – ୩୮୬ ମୃତ – ମୋଟ ୩ ଲକ୍ଷ ୮ ହଜାର ପାର

279

ନୂଆ ଦିଲ୍ଲୀ ୧୩-୬ (ଓଡ଼ିଆ ପୁଅ) ଭାରତରେ କରୋନାଭାଇରସ୍ ଦିନକୁ ଦିନ ଆତଙ୍କ ଖେଳାଇଛି। ଏବେ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଅସମ୍ଭାଳ ପରିସ୍ଥିତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮୯୯୩ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୮୮୮୪ ରେ ପହଞ୍ଚିଛି।

ଶୁକ୍ରବାର (ଜୁନ୍ ୧୨, ୨୦୨୦) ରେ ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୧୦, ୦୦୦ ରୁ ଅଧିକ ନୂଆ ଆକ୍ରାନ୍ତ ରେକର୍ଡ କରାଯାଇଥିବା ବେଳେ ଶୁକ୍ରବାର ଦିନ ସମୁଦାୟ ୨-୯ ଲକ୍ଷ ଅତିକ୍ରମ କରିଥିଲା ଏବଂ ମୃତ୍ୟୁ ସଂଖ୍ୟା ୮୪୯୮ ରେ ପହଞ୍ଚିଥିଲା। କିନ୍ତୁ ଶନିବାର (ଜୁନ୍ ୧୩, ୨୦୨୦) ଦିନ ସବୁ ରେକର୍ଡ଼ ଭାଙ୍ଗି ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୦୦୦ ରୁ ଅଧିକ ମାମଲା ରେକର୍ଡ କରିଛି, ଏହି ପରେ ପ୍ରଥମ ଦିନରେ ଏହା ସର୍ବାଧିକ ରେକର୍ଡ ହୋଇଛି। ଶନିବାର ଦିନ ସମୁଦାୟ ୩ ଲକ୍ଷ ଅତିକ୍ରମ କରି ମୃତ୍ୟୁ ସଂଖ୍ୟା ୮୮୮୪ ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୫୮ ନୂଆ ଆକ୍ରାନ୍ତ ଏବଂ ୩୮୬ ମୃତ୍ୟୁ ରେକର୍ଡ କରାଯାଇଛି। ଏ ପ୍ରଯ୍ୟନ୍ତ ସମୁଦାୟ ୩୦୮୯୯୩ ମୋଟ ଆକ୍ରାନ୍ତ ହୋଇଥିବା ବେଳେ ୧୪୫୭୭୯ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୧୫୪୩୨୯ ଜଣ ସୁସ୍ଥ ହୋଇଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ଆକ୍ରାନ୍ତ ଥିବା ବେଳେ ରାଜ୍ୟରେ ୯୭, ୬୪୮ ମୋଟ ଆକ୍ରାନ୍ତ ରିପୋର୍ଟ ହୋଇଛି। ମୃତ୍ୟୁ ସଂଖ୍ୟା ୩, ୫୯୦ ରିପୋର୍ଟ ହୋଇଛି।

ଶୁକ୍ରବାର ଦିନ ୨, ୧୩୭ ନୂଆ କରୋନା ଆକ୍ରାନ୍ତଙ୍କ ସହ ସର୍ବାଧିକ ଦିନିକିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଦିଲ୍ଲୀରେ। ଏବେ ଜିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬, ୦୦୦ ଅତିକ୍ରମ କରିଛି କାରଣ ଏହି ରୋଗ ହେତୁ ମୃତ୍ୟୁ ସଂଖ୍ୟା ୧, ୨୧୪ କୁ ବୃଦ୍ଧି ପାଇଛି।

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହା ପ୍ରଥମ ଥର ପାଇଁ ଦିଲ୍ଲୀରେ ଗୋଟିଏ ଦିନରେ ୨, ୦୦୦ ରୁ ଅଧିକ ମାମଲା ରୁଜୁ ହୋଇଛି।

ରାଜଧାନୀର ଭୟାନକ ପରିସ୍ଥିତିକୁ ଦେଖି ସୁପ୍ରିମକୋର୍ଟ ହସ୍ପିଟାଲରେ COVID-୧୯ ରୋଗୀଙ୍କ ଚିକିତ୍ସା ଉପରେ କଡ଼ା ଟିପ୍ପଣୀ କରିଥିଲେ ଏବଂ ଦିଲ୍ଲୀ ସରକାରଙ୍କୁ କହିଥିଲେଯେ, ଜାତୀୟ ରାଜଧାନୀର ପରିସ୍ଥିତି ଏବେ ଭୟଙ୍କର, ଭୟାନକ ଏବଂ ଦୁଃଖଦାୟକ।
ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୪୯.୯୪ ପ୍ରତିଶତ ରେକର୍ଡ଼ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.