Home Top News ରାଫେଲ ଜେଟ ନିର୍ମାତା କମ୍ପାନୀ ମାଲିକଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ

ରାଫେଲ ଜେଟ ନିର୍ମାତା କମ୍ପାନୀ ମାଲିକଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ

84

ନୂଆ ଦିଲ୍ଲୀ ୮-୩ (ଓଡ଼ିଆ ପୁଅ) ରାଫାଲ ଯୁଦ୍ଧ ବିମାନ ତିଆରି କରୁଥିବା କମ୍ପାନୀର ମାଲିକ ଅଲିଭିଆର ଦାସୋଲ୍ଟଙ୍କର ବ୍ୟକ୍ତିଗତ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଟ୍ୱିଟରରେ ଲେଖିଛନ୍ତି ଯେ ଅଲିଭିଆର ଦାସୋଲ୍ଟ ଫ୍ରାନ୍ସକୁ ଭଲ ପାଉଥିଲେ।

ଫ୍ରାନ୍ସର ପ୍ରସିଦ୍ଧ ବିଲିୟନେୟାର ତଥା ରାଫେଲ ତିଆରି କରୁଥିବା କମ୍ପାନୀର ମାଲିକ ଅଲିଭିଆର ଦାସୋଲ୍ଟଙ୍କ ଆକସ୍ମିକ ଚପର ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫୋର୍ବସ୍ ୨୦୨୦ ର ଧନୀ ବ୍ୟକ୍ତିଙ୍କ ତାଲିକାରେ ଅଲିଭିଆର୍ ଦାସୋଲ୍ଟ ୩୬୧ ସ୍ଥାନ ପାଇଥିଲେ। ବାସ୍ତବରେ, ଅଲିଭିଆର୍ ଦାସୋଲ୍ଟ ଆଜିକାଲି ଛୁଟିରେ ଯାଇଥିଲେ। ଏହି ସମୟରେ ତାଙ୍କ ବ୍ୟକ୍ତିଗତ ହେଲିକପ୍ଟର ନର୍ମାଣ୍ଡି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନାଯୋଗ୍ୟଯେ, ଅଲିଭିଆର ରାଫେଲ ଯୁଦ୍ଧ ବିମାନ କମ୍ପାନୀର ମାଲିକ ତଥା ଫ୍ରାନ୍ସ ସଂସଦର ସଦସ୍ୟ ମଧ୍ୟ ଥିଲେ। ଏଥି ସହିତ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଦାସୋଲ୍ଟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ମାକ୍ରୋନଙ୍କ ଟୁଇଟ୍:

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଟ୍ୱିଟରରେ ଲେଖିଛନ୍ତି ଯେ ‘ଅଲିଭିଆର୍ ଦାସୋଲ୍ଟ ଫ୍ରାନ୍ସକୁ ଭଲ ପାଉଥିଲେ। ସେ ଜଣେ ଶିଳ୍ପପତି, ସ୍ଥାନୀୟ ନିର୍ବାଚିତ ଅଧିକାରୀ, ଆଇନନିର୍ମାତା, ବାୟୁସେନା କମାଣ୍ଡର ଭାବରେ ଦେଶ ସେବା କରିଥିଲେ। ତାଙ୍କର ହଠାତ୍ ଦେହାନ୍ତ ଏକ ବଡ କ୍ଷତି। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ଗଭୀର ସମବେଦନା।

ଅଲିଭିଆର୍ ଦସୋ କିଏ ଥିଲେ?:

୬୯ ବର୍ଷୀୟ ଅଲିଭିଆର୍ ଦାସୋଲ୍ଟ ଜଣେ ଫ୍ରାନ୍ସର ଶିଳ୍ପପତି ତଥା କୋଟି କୋଟି ସମ୍ପତ୍ତିର ମାଲିକ ସର୍ଜ ଦାସୋଲ୍ଟଙ୍କ ବଡ ପୁଅ ଥିଲେ। ତାଙ୍କ କମ୍ପାନୀରେ ରାଫେଲ ଯୁଦ୍ଧ ବିମାନ ତିଆରି କରାଯାଇଥାଏ। ଫ୍ରାନ୍ସ ସଂସଦର ସଦସ୍ୟ ହେବା ପରେ ସେ ରାଜନୈତିକ କାରଣ ଏବଂ ସ୍ୱାର୍ଥର କୌଣସି ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ କମ୍ପାନୀ ବୋର୍ଡରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ୨୦୨୦ ଫୋର୍ବସ୍ ଧନୀ ବ୍ୟକ୍ତିଙ୍କ ତାଲିକାରେ ଦାସୋଲ୍ଟ ତାଙ୍କର ଦୁଇ ଭାଇ ଏବଂ ଭଉଣୀଙ୍କ ସହ ୩୬୧ ସ୍ଥାନ ପାଇଥିଲେ।

ଆହୁରି ମଧ୍ୟ, ୨୦୦୨ ମସିହାରେ ସେ ଫ୍ରାନ୍ସର ଜାତୀୟ ସଭାକୁ ନିର୍ବାଚିତ ହୋଇଥିଲେ। ଏବଂ ସେ ଫ୍ରାନ୍ସର ଓଏସ୍ ଅଞ୍ଚଳର ପ୍ରତିନିଧିତ୍ୱ କରିଥିଲେ। ଏଥିସହ ପୋଲିସ କହିଛି ଯେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ପାଇଲଟ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ତେବେ ହେଲିକପ୍ଟର ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.