Home ଓଡ଼ିଶା ରଣପୁର ଉପର ମଣିନାଗ ଆଲୋକୀ କରଣ ନିମ୍ନ ମାନର ଅଭିଯୋଗ

ରଣପୁର ଉପର ମଣିନାଗ ଆଲୋକୀ କରଣ ନିମ୍ନ ମାନର ଅଭିଯୋଗ

74

ନୟାଗଡ/୦୮/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଗଡଜାତ ଅମଳରୁ ମୈନାକ ଶିଖର ରେ ମା ମଣିନାଗ ପୂଜା ପାଇଆସୁଛନ୍ତି । ରଣପୁର ରାଜା ଓ ରଣପୁର ଜନସାଧାରଣ ଙ୍କର ପ୍ରତକ୍ଷ ଠାକୁରାଣି ଭାବେ ପରିଚିତ । ଏହି ଉପର ମଣିନାଗ ପୀଠ କୁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା ନିର୍ମାଣ ସରିଛି । ଏହି ଉପର ମଣିନାଗ ପୀଠକୁ ଶ୍ରଦ୍ଧାଳୁ ଭକ୍ତ ଓ ଦର୍ଶକ ମାନେ ଯିବା ସମୟରେ ଉତ୍ତରାଖଣ୍ଡ ର ମସୋରି ପାହାଡ ଚଢିଲା ଭଳି ଅନୁଭୂତି ହୋଇଥାଏ । ତେଣୁ ପ୍ରତିଦିନ ସକାଳ ଓ ସଂଦ୍ଧ୍ୟା ରେ ସେଲଫି ଫଟୋ ଉଠାଇବା ପାଇଁ ଭିଡ ଜମିଥାଏ । ଏହି ଉପର ମଣିନାଗ ପୀଠକୁ ସରଶ ସୁନ୍ଦର କରିବା ପାଇଁ ରଣପୁର ଏନ୍‌.ଏ.ସି. ପଦକ୍ଷେପ ନେଇ ସହରାଂଚଳ ସୈାନ୍ଦଜୀକରଣ ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କା ବିନିମୟ ରେ ରାସ୍ତା କଡ ଆଲୋକୀ କରଣ ପାଇଁ ପଦକ୍ଷେପ ନେଇଛନ୍ତି ।

ଏକ ଠିକା କମ୍ପାନୀ ରୁ ଆଲୋକୀ କରଣ କାର୍ଯ୍ୟ କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଅଛି । କିନ୍ତୁ ଏହି ଆଲୋକୀ କରଣ ଅଧାପନ୍ତରିଆ ହେଉଥିବା ଜଣାପଡୁଛି । ରାତ୍ରୀ ରେ ପାହାଡ ର ଅଧା ରାସ୍ତା ପର୍ଯ୍ୟନ୍ତ ଆଲୋକ ଜଳୁଥିବା ବେଳେ ବାକି ଅଧା ଅନ୍ଧାର ରହୁଛି । ଏ ସର୍ମ୍ପକେ ବିଦ୍ୟୁତ୍ ବଣ୍ଟନ ଦାଇତ୍ୱରେ ଥିବା ଟାଙ୍ଗୀ ଯନ୍ତ୍ରୀ ଅଜିତ୍ କୁମାର ମହାପାତ୍ର ଙ୍କ ସହ ଯୋଗାଯୋଗ କରିବା ରେ କୁହନ୍ତି ଯେ କାର୍ଯ୍ୟ ସମ୍ପୁର୍ଣ୍ଣ ପାଇଁ ଏକ ଠିକା କମ୍ପାନୀ କୁ ଦାଇତ୍ୱ ଦିଆ ଯାଇଅଛି । ତେଣୁ କାର୍ଯ୍ୟ ଦେଖିବା ଆମ୍ଭର ଦାଇତ୍ୱ ନୁହେଁ । ରଣପୁର ଏନ୍‌.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ତାପଶ ବିଶି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଆଲୋକୀ କରଣ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଏ ପର୍ଯ୍ୟନ୍ତ ଏନ୍‌.ଏ.ସି. କୁ ହସ୍ତାନ୍ତର କରିନାହିଁ । କେବଳ ଟେଷ୍ଟିଙ୍ଗ୍ ଚଲାଇଛି । ମାର୍ଚ୍ଚ ୧୪ ତାରିଖ ପୂର୍ବରୁ ଉପର ମଣିନାଗ ଆଲୋକୀ କରଣ କାର୍ଯ୍ୟ ଶେଷ କରି ହସ୍ତାନ୍ତର କରିବାକୁ କୁହାଯାଇଛି । ଅପରପକ୍ଷେ ନିମ୍ନ ମାନର କାମ ଯୋଗୁ ଅଧା ଆଲୁଅ ଅଧା ଅନ୍ଧାର ହେଉଥିବା ଜନ ସାଧାରଣ ରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.