Home Top News ରାଜ୍ୟର ସବୁ ରେକର୍ଡ଼ ଭାଙ୍ଗିଲା କରୋନା – ଆଜି ୮୩୮୬ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ...

ରାଜ୍ୟର ସବୁ ରେକର୍ଡ଼ ଭାଙ୍ଗିଲା କରୋନା – ଆଜି ୮୩୮୬ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦

107

ଭୁବନେଶ୍ୱର ୨୮-୪ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ କରୋନା ସଂକ୍ରମଣ ପୂର୍ବର ସବୁ ରେକର୍ଡ଼ ଭାଙ୍ଗିଛି। ୮ ହଜାର ଟପିଛି ସଂକ୍ରମଣ ସଂଖ୍ୟ। ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। କୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୬ ଦିନ ଧରି ରାଜ୍ୟରେ ୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି।
ତେବେ ଅନୁଗୁଳରୁ ୩୪୭, ବାଲେଶ୍ୱରରୁ ୨୦୨, ବରଗଡ଼ର ୨୫୭ ଜଣ, ଭଦ୍ରକରୁ ୬୭ ଜଣ, ବଲାଙ୍ଗିରରୁ ୩୫୮ ଜଣ, ବୌଦ୍ଧରୁ ୮୩ ଜଣ, କଟକରୁ ୪୯୬ ଜଣ, ଦେବଗଡ଼ରୁ ୬୧ ଜଣ, ଢେଙ୍କାନାଳରୁ ୨୧ ଜଣ, ଗଜପତିରୁ ୯୬ ଜଣ, ଗଞ୍ଜାମରୁ ୨୦୯ ଜଣ, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୨୭୦ ଜଣ, ଝାରସୁଗୁଡ଼ାରୁ ୪୩୩ ଜଣ, କଳାହାଣ୍ଡିରୁ ୧୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.