Home Coronavirus Outbreak ଥାନେର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ରୋଗୀ ମୃତ, ୨୦ ଉଦ୍ଧାର

ଥାନେର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ରୋଗୀ ମୃତ, ୨୦ ଉଦ୍ଧାର

49

ମୁମ୍ବାଇ/ ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) :କରୋନା କାଳରେ ଅକ୍ସିଜେନ୍‌ର ଅଭାବ ଏବଂ ଏହା ଜନିତ ମୃତ୍ୟୁ ମଧ୍ୟରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଏବଂ ରୋଗୀଙ୍କର ମୃତ୍ୟୁର ଖବର ଆସିଚାଲିଛି। ମହାରାଷ୍ଟ୍ରର ଥାନେର ଏକ ଘରୋଇ ଡାକ୍ତରଖାନାରେ ଆଜି ସକାଳ ପ୍ରାୟ ୩.୪୦ ସମୟରେ ଅଗ୍ନିକାଣ୍ଡରେ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଅବଶିଷ୍ଟ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଅନେକ ରୋଗୀ ଆହତ ହୋଇଥିବା କୁହାଯାଉଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବୁଧବାର ପୂର୍ବାହ୍ନରେ ଥାନେ ଜିଲ୍ଲାର ମୁମ୍ବ୍ରା ଅଞ୍ଚଳର କୌସାସ୍ଥିତ ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଥାନେ ପୋଲିସ ଏବଂ ଅଗ୍ନିଶମ ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୨୦ ରୁ ଅଧିକ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି।

ଏହି ଖବର ଶୁଣିବା ପରେ ମୁମ୍ବ୍ରା-କଲୱା ବିଧାୟକ ତଥା ରାଜ୍ୟ ଗୃହମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ଆହାଦ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.