Home Coronavirus Outbreak ଅନ୍ୟ ରାଜ୍ୟରେ ଫସିଥିବା ଓଡ଼ିଆମାନଙ୍କ ପାଇଁ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ –...

ଅନ୍ୟ ରାଜ୍ୟରେ ଫସିଥିବା ଓଡ଼ିଆମାନଙ୍କ ପାଇଁ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ – ଓଡ଼ିଆ ଲୋକଙ୍କୁ ସହାୟତା କରିବା ପାଇଁ କଲେ ନିବେଦନ – କହିଲେ ସମସ୍ତ ଖର୍ଚ୍ଚ ଓଡ଼ିଶା ବହନ କରିବ

1021

ଭୁବନେଶ୍ୱର ୨୬-୩ (ଓଡ଼ିଆ ପୁଅ) ବାହାର ରାଜ୍ୟରେ ଫସିଥିବା ଓଡ଼ିଆମାନଙ୍କ ପାଇଁ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ତାଙ୍କ ଚିଠିରେ ଲେଖିଛନ୍ତିଯେ, ସମସ୍ତ ସୀମା ଅତିକ୍ରମ କରି ମାନବ ଜାତି ପାଇଁ କରୋନାଭାଇରସ୍ ଏକ ଆହ୍ୱାନ। ଆମେ ଏକ ହୋଇ ମିଳିତ ଭାବରେ ଏହି ଅଦୃଶ୍ୟ ଶତ୍ରୁ ସହିତ ସାମୂହିକ ସଂକଳ୍ପ ସହିତ ସଂଗ୍ରାମ କରୁଛୁ। ଏହି ମହାମାରୀର ଅଗ୍ରଗତିକୁ ରୋକିବା ପାଇଁ ଆମେ ଏକ ଅପ୍ରତ୍ୟାଶିତ କିନ୍ତୁ ବହୁତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛୁ। ଆମ ଦେଶ ୨୧ ଦିନ ଧରି ତାଲାବନ୍ଦ ହୋଇଛି। ଯେତେବେଳେ ଏହି ପରି ଏକ ପଦକ୍ଷେପ ନିଆଯାଏ ତେବେ ସମସ୍ତ ସତର୍କତା ସହିତ, କିଛି ଲୋକ ନିଜ ଘରଠାରୁ ଦୂରରେ ରହିପାରନ୍ତି। ସେମାନେ ତୀର୍ଥଯାତ୍ରୀ, ଛାତ୍ର, ଶ୍ରମିକ ଏବଂ ବୃତ୍ତିଗତ ଇତ୍ୟାଦି ହୋଇପାରନ୍ତି।

ଆମେ ବୁଝିପାରୁଛୁ ଯେ ଅନେକ ଦୁଃଖରେ ସେମାନେ ଥାଇପାରନ୍ତି। ଏହି ପରିପ୍ରେକ୍ଷୀରେ ଅନ୍ୟ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଆନ୍ତରିକ ନିବେଦନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୌଣସି ଅଞ୍ଚଳରେ ଫସି ରହିଥିବା ଓଡିଶାର ଯେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀଙ୍କ ପାଇଁ ମୌଳିକ ଖାଦ୍ୟ, ରହିବା ଏବଂ ସୁରକ୍ଷା ପାଇଁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

ଏହି ବାର୍ତ୍ତାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ପଠାଇବା ପାଇଁ ସେ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ସେମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ଓଡ଼ିଶା ବହନ କରିବ ବୋଲି ପ୍ରକାଶ କରିଛନ୍ତି।

ଏତଦ୍ ବ୍ୟତୀତ ଓଡ଼ିଶାର ସମସ୍ତ ଜିଲ୍ଲା କଲେକ୍ଟରମାନଙ୍କୁ ଅନ୍ୟ ରାଜ୍ୟର ଆବଶ୍ୟକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ପାଇଁ ଯେଉଁ ଖର୍ଚ୍ଚ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୂରଣ ହେବ।

ଏନେଇ ସମନ୍ୱୟ ରକ୍ଷା କରିବା ପାଇଁ ଗୃହ ବିଭାଗର ପ୍ରମୁଖ ସଚିବଙ୍କ ସହିତ ଏକ ମନିଟରିଂ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ରେ ପୋଲିସ ଆଇଜି ଶ୍ରୀ ଅମିତାଭ ଠାକୁର ଅଛନ୍ତି।

ଯୋଗାଯୋଗ କରିବା ପାଇଁ
ଶ୍ରୀ ସଞ୍ଜୀବ ଚୋପ୍ରା, ଆଇଏଏସ୍ ପ୍ରମୁଖ ସଚିବ, ଗୃହ ବିଭାଗ
ଅଫିସ୍-୦୬୭୪-୨୫୩୧୫୧୫
ଆବାସ -୦୬୭୪-୨୫୩୪୪୫୩
ମୋାଇଲ୍ ୯୪୩୯୦୨୭୭୧୧
ଇମେଲ୍ -homesec.od.nic.in

ଏବଂ ପୋଲିସ ଆଇଜି ଶ୍ରୀ ଅମିତାଭ ଠାକୁର

ଅଫିସ୍-୦୬୭୪-୨୫୩୩୨୩୦
ଆବାସ -୦୬୭୪-୨୫୪୪୦୮୦
ମୋ – ୯୯୩୮୩୧୦୦୦୦ / ୯୪୩୯୮୧୫୯୮୬
ଇମେଲ -amitabh [email protected]

ରେ ଯୋଗାଯୋଗ କରିପାରିବେ।

ଯଦି ଅନ୍ୟ ରାଜ୍ୟର କେହି ଓଡିଶାରେ ଫସି ରହିଛନ୍ତି ଏବଂ ଆମର ସିଷ୍ଟମ କୌଣସି ପ୍ରତିକ୍ରିୟା ଦେଉନାହାଁନ୍ତି ତେବେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନିଜେ ସବୁବେଳେ ଉପଲବ୍ଧ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.