Home ଓଡ଼ିଶା ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୟ ସମୟ ୨ଘଣ୍ଟା ବୃଦ୍ଧି  କଲେ ଜିଲ୍ଲ।।ପାଳ

ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୟ ସମୟ ୨ଘଣ୍ଟା ବୃଦ୍ଧି  କଲେ ଜିଲ୍ଲ।।ପାଳ

297

ଯାଜପୁର୨୬ା୩(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ)କରୋନା ଭୟାବହତା ପାଇଁ ସାମାଜିକ ଦୂରତା ସୃଷ୍ଟି ଉଦ୍ଧେଶ୍ୟରେ ସମଗ୍ର ଦେଶରେ ଲକଡାଉନ ବ୍ୟବସ୍ଥା ଜାରି କରାଯାଇଛି । ଏହି ଦୃଷ୍ଟିରୁ ଯାଜପୁର ଜିଲ୍ଲାରେ ଏହି ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି । ଲୋକମାନଙ୍କ ସୁବିଧା ପାଇଁ ଓ ସାମାଜିକ ଦୂରତାକୁ ଅଧିକ କଡ଼ାକଡ଼ିି ପାଳନ ପାଇଁ ବୁଧବାର ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ବିକ୍ରୟ ପାଇଁ ସକାଳ ୭ଘଟିକାରୁ ୯ଘଟିକା ଓ ଅପରାହ୍ନ ୩ ଘଟିକାର ୫ ଘଟିକା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଲୋକମାନଙ୍କ ଅନୁରୋଧକୁ ବିଚାରକୁ ନେଇ ଜିଲ୍ଲାପାଳ ରଂଜନ କୁମାର ଦାସ ସକାଳର ଏହି ସମୟ ସୀମାକୁ ଗୁରୁବାର ଠାରୁ ସକାଳ ୭ ଘଟିକାରୁ ୧୧ଘଟିକା ଓ ଅପରାହ୍ନ ୩ଘଟିକାରୁ ୫ଘଟିକା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାକୁ ନିର୍ଦ୍ଧେଶ ଦେଇଛନ୍ତି । ସେହିପରି ସକାଳ ୧୧ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ଅତ୍ୟାବଶକୀୟ  ସାମଗ୍ର ଗୁଡି଼କର ହୋଲସେଲର ଗୋଦାମ, ପଶୁପକ୍ଷୀ ଖାଦ୍ୟ ଦୋକାନ, ଚାଷ ଉପଯୋଗୀ ସାର, ପିଢ଼ିଆ ଓ କୀଟନାଶକ ଦୋକାନ ଗୁଡି଼କ ଖୋଲା ରହିବ ବୋଲି ଜିଲ୍ଲାପାଳ ଘୋଷଣା ଦେଇଛନ୍ତି । ଅପରପକ୍ଷରେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାର ନହୁଏ ଓ ଅଧିକ ଦାମରେ ସାମଗ୍ରୀ ବିକ୍ରୟ ନହୁଏ ସେଥିପ୍ରତି ପଦକ୍ଷେପ ନେବାକୁ ଯୋଗାଣ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ଦୋକାନୀମାନେ ପ୍ରତି ପରିବାରର ଜଣେ ଗ୍ରାହକ ପିଛା ସର୍ବାଧିକ ୨କି.ଗ୍ରା, ଆଳୁ ଓ ଏକ କି.ଗ୍ରା. ପିଆଜ ବିକ୍ରୟ ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା । ତେବେ ଏହାକୁ କେତେକ ଉଲଘନ କରୁଥିବାର ଗଣମାଧ୍ୟମରେ ଦେଖାଯିବ ପରେ ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି ଯେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ବିକ୍ରି ବା କ୍ରୟ ଦଣ୍ଡନୀୟ ବା ଅପରାଧ ଭାବେ ବିବେଚନା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନରେ ନିୟୋଜିତ ଗାଡ଼ି ଗୁଡି଼କର ଡ୍ରାଇଭର ହେଲପରଙ୍କ ଖାଦ୍ୟ ପାଇଁ ଜାତୀୟ ରାଜପଥର ୧୦କି.ମି. ରୁ ୧୫କି.ମି. ଦୂରତା ମଧ୍ୟରେ ଗୋଟିଏ ଗୋଟିଏ ଢାବା ଖୋଲିବାକୁ ଦିଆଯିବ ଓ କେବଳ ପରିବହନ କର୍ମଚାରୀ ଏଥିରେ ଖାଇପାରିବେ ବୋଲି ଜିଲ୍ଲାପାଳ ସୂଚନା ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.