Home ଓଡ଼ିଶା ଲକ ଡାଉନ ନିୟମ ଉଲଘଂନ ଅଭିଯୋଗରେ ୩ଗିରଫ,ପ୍ରଶାସନିକ ଅଧିକାରୀ ଓ ପୁଲିସ ପକ୍ଷରୁ କରୋନା ସତର୍କତା...

ଲକ ଡାଉନ ନିୟମ ଉଲଘଂନ ଅଭିଯୋଗରେ ୩ଗିରଫ,ପ୍ରଶାସନିକ ଅଧିକାରୀ ଓ ପୁଲିସ ପକ୍ଷରୁ କରୋନା ସତର୍କତା ନେଇ ଜନସଚେତନତା

628

ମାଲକାନଗିରି,୨୬ା୩ (ଓଡିଆ ପୁଅ ) କରୋନାକୁ ନେଇ ସାରା ବିଶ୍ୱ ଏବେ ଭୟଭୀତ ହୋଇପଡିଥିବା ବେଳେ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ଜିଲ୍ଲାପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବାରମ୍ବାର ସଚେତନତା ପରେ ମଧ୍ୟ ଲୋକେ କିଛି କାମନଥାଇ ବାହାରକୁ ବାହାରି ଅଯଥା ଜନଗହଳି କରୁଛନ୍ତି । ଲଗ ଡାଉନ ନିୟମ ଉଲଘଂନରେ ମାଲକାନଗିରି ଥାନାପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଛନ୍ତି । ଗତ କାଲି ରାତ୍ରରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ସହରରେ ପଇଁତରା ମାରୁଥିବା ବେଳେ ଅନାବଶ୍ୟକ ଥିବା ୩ଜଣ ଯୁବକ ଅଯଥା ରାସ୍ତାଘାଟ ଅତ୍ୟାଭସ୍ୟକ ସାମଗ୍ରୀ ଦୋକାନ ଆଗରେ ଗହଳି କରୁଥିବାରୁ ସେମାନହ୍‌କୁ ପୁଲିସ ଗିରଫ କରି ଥାନାକୁ ନେଇଯାଇଥିଲେ । ଗିରଫ ଯୁବକ ମାନେ ହେଲେ ମାଲକାନଗିରି ଏମଭି୭ ଗ୍ରାମର ଜଗଦିଶ ବିଶ୍ୱାସ,ଦୁନହମ ବିଶ୍ୱାସ,ତମସା ଗ୍ରାମର ଦେବ ମାଡକାମି, ଏହି ତିନିଜଣ ଙ୍କ ନାମରେ ମାଲକାନଗିରି ଥାନା କେସ ନମ୍ବର ୯୩/୨୦୨୦, ୨୬୯/୨୭୦,/୨୭୧/୧୮୮ ଦଫାରେ କେସ ରୁଜୁହୋଇଛି ବୋଲି ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ସୁଚନା ଦେଇଛନ୍ତି । କରୋନା ସଂକ୍ରମଣରୁ ଦୁରରେ ରହିବା ପାଇଁ ଜିଲ୍ଲାରେ ଲକ ଡାଉନ ନିୟମକୁ କଢାକଢି ଭାବେ ଜନସାଧାରଣ ପାଳନ କରି ଘରୁ ବାହାରକୁ ନ ବାହାରିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହସିଲଦାର ଗୁଣ ନିଧି ନାୟକ,ସହକାରି ଏସପି ଉଦ୍ଧବଚରଣ ନାୟକ,ମାଲକାନଗିରି ଅଦର୍ଶ ଥାନା ଆଇଆଇସି ଶ୍ରୀ ଆର.ପି.ନାଗ ,ପୌରପରିଷଦ ନିବା ର୍ହି ଅଧିକାରୀ ଏମ.ନିଳକଠଂ ନାଇଡୁ ପ୍ରମୁଖ ପୁଲିସ ସଦଳବଳ ସହରର ବିଭିନ୍ନ ସ୍ଥାନରେ ନାକାବନ୍ଦି କରି ପଇଁତରା ମାରିବା ସିହତ ଦୋକାନ ବଜାର ରାସ୍ତା ଘାଟମାନଙ୍କରେ ଅଯଥା ଗହଳି ନକରି ଅତିଆବଶ୍ୟକ ଥିଲେ ହିଁ ବାହରକୁ ବାହାରନ୍ତୁ ବୋଲି ମେଗା ଫୋନ ଯେଗେ ପ୍ରଚାର କରି ଜନସାଧରଣଙ୍କୁ ବୁଝାଇବା ସହ ଏହି ଲକ ଡାଉନ ରେ ସମସ୍ତ ଜନସାଧରଣ ଙ୍କ ସହ ଯୋଗ କାମନା କରିଛନ୍ତି । ପୁଲିସ ପକ୍ଷରୁ ଆନ୍ଦ୍ରପ୍ରଦେଶ,ଛତିଶଗଡ ସୀମାନ୍ତକୁ ସିଲକରି ମାଲକାନଗିରି ସହର ଡିଏନକେ ଛକ, କଲେଜ ଛକ,ବାଲିମେଳା ଛକ,ପୁରଣା ହସପିଟାଲ ଛକ, ବସଷ୍ଟାଣ୍ଡ, ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ସହ ନାକତା ବନ୍ଦି କରିଛନ୍ତି । ଯିଏ ବିନା ପାସ କି ପ୍ରଶାସନିକ ଅଧିକାରୀ ଙ୍କ ବିନା ଅନୁମତିରେ ସହରରେ ବୁଲୁଥିବାର ଦେଖାଯିବ ତାଙ୍କୁ ଗିରଫ କରାଯାଇ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଘୋଷଣା କରାଯାଇଛି । ଆଜି ସକାଳେ ମାଲକାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସହତି ଅନ୍ୟାନ କାର୍ଯ୍ୟାଳୟ ରେ ଖାଁ ଖାଁ ଦେଖା ଯାଇଥିଲା । ରାଜ ରାସ୍ତା ସହ ବସଷ୍ଟାଣ୍ଡ,ଦୋକାନ ବଜାର ଗୁଡିକରେ ଜନ ଶୂନ୍ୟ ହୋଇଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.