Home Coronavirus Outbreak ପ୍ରିନ୍ସ ଚାର୍ଲ୍ସଙ୍କ ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ କରୋନା ସଂକ୍ରମିତ

ପ୍ରିନ୍ସ ଚାର୍ଲ୍ସଙ୍କ ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ କରୋନା ସଂକ୍ରମିତ

177

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି। ରାଜ ପରିବାର ଏହାର ଅଧୀନକୁ ଆସିଛନ୍ତି। ବ୍ରିଟେନର ରାଣୀ ଏଲିଜାବେଥଙ୍କ ଜ୍ୟେଷ୍ଠ ପୁତ୍ର ପ୍ରିନ୍ସ ଚାର୍ଲ୍ସଙ୍କୁ କରୋନା ସଂକ୍ରମଣ ହୋଇଥିବା ଖବର ଆସିବା ପରେ ଏବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରିନ୍ସ ଚାର୍ଲ୍ସ ବର୍ତ୍ତମାନ ସ୍କଟଲ୍ୟାଣ୍ଡର ଏକ ଘରେ ଆଇସୋଲେସନରେ ଅଛନ୍ତି ଏବଂ ସେଠାରେ ଚିକିତ୍ସିତ ହେଉଛନ୍ତି। ୭୧ ବର୍ଷର ପ୍ରିନ୍ସ ଚାର୍ଲ୍ସ ସ୍କଟଲାଣ୍ଡରେ କରୋନା ଭାଇରସ୍ ର ଶିକାର ହୋଇଥିଲେ। ତାଙ୍କ ପତ୍ନୀ କାମିଲା, ଡୁକେସ୍ ଅଫ୍ କର୍ଣ୍ଣୱାଲ୍ ଥିଲେ। ଅବଶ୍ୟ ତାଙ୍କର ଟେଷ୍ଟ ନେଗେଟିଭ୍ ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.