Home ଓଡ଼ିଶା ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ – ଝିଅଙ୍କ ପାସ ହାର –...

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ – ଝିଅଙ୍କ ପାସ ହାର – ୮୧.୯୮% , ପୁଅଙ୍କ ପାସ ହାର ୭୭.୮ %

330

ଭୁବନେଶ୍ବର ୨୯-୭ (ଓଡ଼ିଆ ପୁଅ) ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷର ପାସ୍‌ ହାର ରହିଛି ୭୮ ଦଶମିକ ୭୬ ପ୍ରତିଶତ। ମୋଟ୍‌ ୪ ଲକ୍ଷ ୨୧ ହଜାର ୨୫୬ ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି।
A1 ରେ ୧୨୭୯, A2 ରେ ୮୪୫୮, B1 ରେ ୧୮୧୮୮, B2 ରେ ୩୧୩୨୮, C ରେ ୪୯୧୫୩, D -୮୯୫୫୬ ଜଣ ପାସ୍‌ ହୋଇଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ପରୀକ୍ଷା ଫଳ ପ୍ରକାଶ ପାଇଛି।
ଶିକ୍ଷାବର୍ଷ ୨୦୧୯-୨୦ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁଅଙ୍କ ତୁଳନାରେ ଝିଅମାନେ ଏଥର ବାଜିମାତ୍ କରିଛନ୍ତି । ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ସୂଚନା ଦେଇଛନ୍ତି।

ଦିନ ସାଢେ ୧୧ଟାରୁ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।
ବୋର୍ଡର ୨ଟି ୱେବସାଇଟ୍ ଓ SMS ଜରିଆରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ।
ଦୁଇଟି ଓ୍ବେବସାଇଟ୍ www.bseodisha.ac.in ଏବଂ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ।
SMS ଜରିଆରେ ରେଜଲ୍ଟ ଜାଣିବା ପାଇଁ OR01 ଲେଖି ସ୍ପେଶ୍ ଦେଇ ନିଜ ରୋଲ୍ ନମ୍ଵର ଲେଖି ୫୬୭୬୭୫୦କୁ ଏସ୍ଏମ୍ଏସ୍ କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ।

ସୂଚନାଯୋଗ୍ୟ, ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ।
ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା।

୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.