Home Top News ଜଗନ୍ନାଥଙ୍କ ନିକଟରେ ବିଜେପି କୃଷକ ମୋର୍ଚ୍ଚାର ଗୁହାରୀ: ମହାପ୍ରଭୃ ଓଡ଼ିଶା ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ..

ଜଗନ୍ନାଥଙ୍କ ନିକଟରେ ବିଜେପି କୃଷକ ମୋର୍ଚ୍ଚାର ଗୁହାରୀ: ମହାପ୍ରଭୃ ଓଡ଼ିଶା ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ..

77

ଭୁବନେଶ୍ୱର/ପୁରୀ: ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ନୂତନ କାର୍ଯ୍ୟକାରିଣୀ କମିଟି ଗତ ମଙ୍ଗଳବାର ଦିନ ଗଠିତ ହେବା ପରେ ଆଜି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସହ ମୋର୍ଚ୍ଚାର ପଦାଧିକାରୀ, କାର୍ଯ୍ୟକାରିଣୀ କମିଟି ସଦସ୍ୟ, ରାଜ୍ୟ ସଂଯୋଜକ ମାନେ ପୁରୀ ଜଗନ୍ନାଥ ଧାମରେ ପହଞ୍ଚି ମହାପ୍ରଭୃଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି। ଓଡ଼ିଶାର ଚାଷୀମାନେ ଦାର୍ଘ ଦିନରୁ ମଣ୍ଡିରେ ପଡ଼ି ରହିଥିବା ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ରାସ୍ତାରୋକ, ସରକାରୀ ଅଫିସରେ ଧାନ ଗଦାଇବା, ଧାରଣା, ଆମରଣ ଅନଶନ କରିବା ପରେ ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ କିଣୁ ନାହାଁନ୍ତି। ଓଡ଼ିଶା ବିଧାନସଭାରେ ଧାନ ସଂଗ୍ରହ ପ୍ରସଙ୍ଗରେ ଅଚଳ ହୋଇ ଗତ ୨୭ ଫେବୃଆରୀରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମଣ୍ଡିରେ ପଡିଥିବା ସମସ୍ତ ଧାନକୁ ରାଜ୍ୟ ସରକାର କିଣିବା ପାଇଁ ଘୋଷଣା କରିବା ସତ୍ୱେ ଆଜି ବି ମଣ୍ଡିରୁ ଧାନ କିଣାଯାଇ ନାହିଁ। ଏବେ ଗତ ୫ ଦିନ ହେଲା ବିଧାନସଭା ଅଚଳ ହୋଇ ରହିଛି। ଏହି ପରିପ୍ରେକ୍ଷୀରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପୁରୋହିତଙ୍କ ସମେତ ମୋର୍ଚ୍ଚାର ସମସ୍ତ ସଦସ୍ୟମାନେ ‘ରାଜ୍ୟ ସରକାରଙ୍କୁ ଜଗନ୍ନାଥ ମହାପ୍ରଭୃ ସଦବୃଦ୍ଧି ଦିଅନ୍ତୁ, ରାଜ୍ୟର ଚାଷୀ କାନ୍ଦୁଛି, ତୁରନ୍ତ ମଣ୍ଡିରୁ ଧାନ ସରକାର କିଣନ୍ତୁ’ ବୋଲି ଜଗନ୍ନାଥ ମହାପ୍ରଭୃଙ୍କ ଆଗରେ ଗୁହାରୀ କହିଛନ୍ତି।

ଆନ୍ଦୋଳନ, ବିଧାନସଭାରେ ଘୋଷଣା, କେନ୍ଦ୍ରର ଚାପ ସତ୍ତ୍ୱେ ରାଜ୍ୟ ସରକାର ନିର୍ଲଜ ଭୂମିକା ନେଇଥିବାରୁ ଚାଷୀଙ୍କ ସ୍ୱାର୍ଥ ପାଇଁ ସବୁଠୁ ବଡ଼ ଅଦାଲତ ଜଗନ୍ନାଥ ମହାପ୍ରଭୃଙ୍କ ଠାରେ ଗୁହାରୀ କରିଛୁ ବୋଲି ପ୍ରଦୀପ ପୁରୋହିତ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଜଗନ୍ନାଥଙ୍କ ମହାପ୍ରଭୃଙ୍କ ଦର୍ଶନ ସମୟରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ସମେତ ନବ ନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦକ କାମାକ୍ଷା ପ୍ରଧାନ, ଲକ୍ଷ୍ମଣ ବାଗ, ମୋର୍ଚ୍ଚା ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ, ମହେଶ୍ୱର ସାହୁ, ଉପାଧ୍ୟାୟ ପାଣିଗ୍ରାହୀ ଏବଂ ରଂଜନ ପଟେଲ, ପ୍ରମୁଖ ସାମିଲ ଥିଲେ। ପୁରୀ ଯିବା ରାସ୍ତାରେ ଭୁବନେଶ୍ୱର ଉତରା ଛକ, ପିପିଲି, ସାକ୍ଷୀଗୋପାଳ ଠାରେ ଶତାଧିକ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା କୃଷକ ମୋର୍ଚ୍ଚାର ନବନିଯୁକ୍ତ ପଦାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.