Home Top News ମୁକେଶ ଅମ୍ବାନୀଙ୍କ ଘର ବାହାରେ ମିଳିଥିବା ବିସ୍ଫୋରକ ଭର୍ତ୍ତି ସନ୍ଦିଗ୍ଧ କାରର ମାମଲାର ଯାଞ୍ଚ କରିବ...

ମୁକେଶ ଅମ୍ବାନୀଙ୍କ ଘର ବାହାରେ ମିଳିଥିବା ବିସ୍ଫୋରକ ଭର୍ତ୍ତି ସନ୍ଦିଗ୍ଧ କାରର ମାମଲାର ଯାଞ୍ଚ କରିବ ଏନଆଇଏ

42

ମୁମ୍ବାଇ/ନୂଆ ଦିଲ୍ଲୀ ୮-୩ (ଓଡ଼ିଆ ପୁଅ) ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନଆଇଏ) ବର୍ତ୍ତମାନ ମୁମ୍ବାଇର ଦେଶର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ମିଳିଥିବା ବିସ୍ଫୋରକ ଥିବା ସନ୍ଦିଗ୍ଧ କାର ମାମଲାର ତଦନ୍ତ କରିବ। ଏହା ଏହି ଘଟଣାରେ ଏକ ପ୍ରମୁଖ ମୋଡ଼ ହୋଇପାରେ ବୋଲି ମହାରାଷ୍ଟ୍ର ସରକାରଙ୍କ ସରକାରୀ ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ର ଏଟିଏସ୍ ଏହି ମାମଲାର ତଦନ୍ତ କରୁଥିଲା। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏନ୍ଆଇଏ ପକ୍ଷରୁ ଯାଞ୍ଚ କରାଇବା ପାଇଁ ଦାବି କରିଥିଲେ।

ତେବେ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସୂଚନାଯୋଗ୍ୟଯେ, ଫେବୃଆରୀ ୨୫ ରେ ଦକ୍ଷିଣ ମୁମ୍ବାଇର ଅମ୍ବାନୀଙ୍କ ବହୁ ମହଲା ଘର ଆଣ୍ଟିଲିଆ ନିକଟରେ ୨୦ ଟି ଜେଲାଟିନ୍ ଛଡ଼ ଥିବା ଏକ ସ୍କର୍ପିଓ କାର୍ ମିଳିଥିଲା। ଫେବୃଆରୀ ୮ ରେ ଏୟାରୋଲି-ମୁଲୁଣ୍ଡ ବ୍ରିଜ ନିକଟରୁ ଏହି କାର ଚୋରି ହୋଇଥିବା ପୋଲିସ କହିଛି। ଏହା ପରେ ଦାବି କରାଯାଇଥିଲା ଯେ, ଗାଡିର ମାଲିକ ହେଉଛନ୍ତି ହିରେନ ମାନସୁଖ। ଶୁକ୍ରବାର ତାଙ୍କର ସନ୍ଦିଗ୍ଧ ମୃତଦେହ ମିଳିଥିଲା। ତେବେ ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବିଧାନସଭାରେ କହିଛନ୍ତି ଯେ ମାନସୁକ କାରର ମାଲିକ ନୁହଁନ୍ତି, ସାମ ମୋଟେନ୍‌ ହେଉଛନ୍ତି କାରର ମାଲିକ।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବିଧାନସଭାରେ କହିଥିଲେ ଯେ, କାରର ମାଲିକ ହେଉଛନ୍ତି ସାମ ମୋଟେନ୍, ଯିଏ ମାନସୁଖଙ୍କୁ ଇଣ୍ଟିରିଅର କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ପାଇଁ ଦେଇଥିଲେ। ଯେତେବେଳେ ସାମ୍ ଏଥିପାଇଁ ଅର୍ଥ ଦେଇନଥିଲେ, ହିରେନ୍ କାରକୁ ତାଙ୍କ ପାଖରେ ରଖିଥିଲେ। ଏହି ମାମଲା ଏଟିଏସକୁ ହସ୍ତାନ୍ତର କରାଯାଇଛି। ”ଅନ୍ୟପକ୍ଷରେ, ଦେଶମୁଖ ଏନଆଇଏର ତଦନ୍ତ କରିବାକୁ ଦାବି କରି ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଥାନେ ପୋଲିସ ହିରେନ ମାନସୁଖ ମାମଲାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.