Home Top News ରାଜନୀତିରେ ମହିଳାମାନଙ୍କ ନିମନ୍ତେ ଅଖିଳ ଭାରତୀୟ ସାମର୍ଥ୍ୟ ନିର୍ମାଣ କାର୍ଯ୍ୟକ୍ରମ ‘ସି ଇଜ୍ ଏ ଚେଞ୍ଜ୍‌...

ରାଜନୀତିରେ ମହିଳାମାନଙ୍କ ନିମନ୍ତେ ଅଖିଳ ଭାରତୀୟ ସାମର୍ଥ୍ୟ ନିର୍ମାଣ କାର୍ଯ୍ୟକ୍ରମ ‘ସି ଇଜ୍ ଏ ଚେଞ୍ଜ୍‌ ମେକର’ର ଶୁଭାରମ୍ଭ

88

ନୂଆଦିଲ୍ଲୀ: ତୃଣମୂଳ ସ୍ତରରେ ମହିଳା ରାଜନୀତିକ ନେତୃବୃନ୍ଦଙ୍କ ନେତୃତ୍ୱ ଦକ୍ଷତାରେ ଉନ୍ନତି ଘଟାଇବା ନିମନ୍ତେ, ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ମହିଳା ପ୍ରତିନିଧି, ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ସଂସଦ ସଦସ୍ୟ ଏବଂ ରାଷ୍ଟ୍ରୀୟ/ ରାଜ୍ୟ ରାଜନୈତିକ ଦଳର ପଦାଧିକାରୀଙ୍କ ସମେତ ରାଜନୈତିକ କର୍ମକର୍ତାଙ୍କ ଭଳି ସବୁ ସ୍ତରରେ ମହିଳା ପ୍ରତିନିଧିତ୍ୱ ନିମନ୍ତେ ଏକ ଅଖିଳ ଭାରତୀୟ (ପାନ୍ ଇଣ୍ଡିଆ) ସାମର୍ଥ୍ୟ ନିର୍ମାଣ କାର୍ଯ୍ୟକ୍ରମ ‘ସେ ଜଣେ ପରିବର୍ତ୍ତନନକାରୀ’ ବା ‘ସି ଇଜ୍ ଏ ଚେଞ୍ଜ୍‌ମେକର’ ଆରମ୍ଭ ହୋଇଛି। ସାମର୍ଥ୍ୟ ନିର୍ମାଣ କାର୍ଯ୍ୟକ୍ରମ ଅଞ୍ଚଳ ଭିତିକ ପ୍ରଶିକ୍ଷଣ ସଂସ୍ଥା ଗୁଡିକର ସହଯୋଗରେ କରାଯିବ, ଯାହାର ଉଦ୍ଦେଶ୍ୟ ମହିଳା ରାଜନେତା ମାନଙ୍କ ସାମର୍ଥ୍ୟ ନିର୍ମାଣ କରିବା ଏବଂ ସେମାନଙ୍କର ନିଷ୍ପତି ନେବା କ୍ଷେତ୍ରରେ ଦକ୍ଷତାର ଉନ୍ନତି ଘଟାଇବା ଏବଂ ସେମାନଙ୍କର ଯୋଗାଯୋଗ ଦକ୍ଷତା, ଯେଉଁଥିରେ ଭାଷଣ, ଲେଖନ ଇତ୍ୟାଦି ଅନ୍ତର୍ଭୁକ୍ତ, ସେଥିରେ ପରିବର୍ତ୍ତନ କରିବା ଇତ୍ୟାଦି ରହିବ। ମହାରାଷ୍ଟ୍ରର ଥାନେ ସ୍ଥିତ ରାମଭାଉମାଲଗି ପ୍ରବୋଧିନୀ ସହିତ ସହଯୋଗ ଭିତ୍ତିରେ ଆଜି ‘ସି ଇଜ୍ ଏ ଚେଞ୍ଜ୍ ମେକର’ର ଶୃଙ୍ଖଳା ଅନୁସାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅଧିକାରିକ ଶୁଭାରମ୍ଭ କରାଯାଇଛି। ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ୭ ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ତିନିଦିନିଆ ସାମର୍ଥ୍ୟ ନିର୍ମାଣ କାର୍ଯ୍ୟକ୍ରମ ‘ନଗର ନିଗମରେ ମହିଳା’ର ଆୟୋଜନ କରାଯାଇଛି।କାର୍ଯ୍ୟକ୍ରମର ଶୁଭାରମ୍ଭ କରି ରେଖା ଶର୍ମା କହିଛନ୍ତି ଯେ ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି କରିବା ବର୍ତ୍ତମାନ ସମୟର ଆବଶ୍ୟକତା ଅଟେ ଏବଂ ଆୟୋଗ ସେମାନଙ୍କର ସଂସଦ ପର୍ଯ୍ୟନ୍ତ ଯାତ୍ରାରେ ସେମାନଙ୍କର ସାହାଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଅଟେ। ରେଖା ଶର୍ମା କହିଛନ୍ତି ଯେ “ଆମେ ବିଶ୍ୱାସ କରୁ, ଯେଉଁ ମହିଳାମାନେ ରାଜନୀତି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି, ସେଭଳି ପ୍ରତ୍ୟେକ ମହିଳାଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମ ଲାଭଦାୟକ ହେବ। ମୁଁ ଆଶା କରୁଛି ଯେ, ‘ସି ଇଜ୍ ଏ ଚେଞ୍ଜ୍‌ମେକର୍‌’ ପ୍ରକଳ୍ପ ସେହି ମହିଳା ମାନଙ୍କ ଜୀବନରେ ଏକ ନୂତନ ଆରମ୍ଭର ପ୍ରତୀକ ହେବ, ଯେଉଁମାନେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହୋଇଥାଆନ୍ତି।”
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.