Home ଓଡ଼ିଶା ପ୍ରତି ପଞ୍ଚାୟତରେ ପ୍ରାର୍ଥୀ ଦେବ ବିଜେପି: ପ୍ରଭାତୀ ପରିଡ଼ା

ପ୍ରତି ପଞ୍ଚାୟତରେ ପ୍ରାର୍ଥୀ ଦେବ ବିଜେପି: ପ୍ରଭାତୀ ପରିଡ଼ା

46

ଭୁବନେଶ୍ୱର/ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ୩୧ଟି ପଞ୍ଚାୟତକୁ ନେଇ ବିଜେପିର ସାଙ୍ଗଠନିକ ବୈଠକ ବାବା ବାଲି କପିଳେଶ୍ବର ଶୈବ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ନେଇ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା କେବଳ ପ୍ରଚାର ପ୍ରସାରେ ସୀମିତ ରହୁଥିବା ବେଳେ କେନ୍ଦ୍ରୀୟ ଯୋଜନାର ସୁଫଳ ଜନସାଧାରଣ ସଠିକ୍ ଭାବେ ପାଉଛନ୍ତି। ଯାହାର ଜବାବ ଜନସାଧାରଣ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦେବେ ବୋଲି ପ୍ରଭାତୀ କହିଛନ୍ତି। ଏହାସହ ପ୍ରତି ପଞ୍ଚାୟତ ଏବଂ ୱାର୍ଡ଼ ସ୍ତରରେ ବିଜେପି ପ୍ରାର୍ଥୀ ହେବ ବୋଲି ପ୍ରଭାତୀ ପରିଡ଼ା କହିଥିଲେ। ସେହିପରି ପଞ୍ଚାୟତ ସ୍ତରରେ କାର୍ଯ୍ୟକର୍ତ୍ତା ମାନେ ଏବେ ଠାରୁ କାର୍ଯ୍ୟକଲେ ପଞ୍ଚାୟତ ନିର୍ବାଚନରେ ଦଳକୁ ଅଧିକ ସଫଳତା ମିଳିବ ବୋଲି ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଏହି ବୈଠକରେ ଯୋଗଦେଇ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ସମେତ ନିରଞ୍ଜନ ମହାପାତ୍ର, ବାଦଲ ବେହେରା, ମଣ୍ଡଳ ସଭାପତି ରାଜକିଶୋର ନାୟକ, ସୌଦାମିନୀ ସେନାପତି, ପ୍ରକାଶ ପାଇକରାୟ, ଦୀନକୃଷ୍ଣ ମହାନ୍ତି, ସୁଶାନ୍ତ ସ୍ୱାଇଁ , ଉମାକାନ୍ତ ନାୟକ, ତପସ୍ବିନୀ ବେହେରା, ଆଲୋକ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.